ଚିଲିକା : ଵାଲୁଗାଁ ଠାରେ ରକ୍ତଦାନ ଶିବିର

ଚିଲିକା : ଆଜି ତା ୧୫.୦୯.୨୦୨୧ ରିଖ ପୂର୍ବାହ୍ନରେ ବାଲୁଗାଁ ଏନ୍. ଏ. ସି ଅନ୍ତର୍ଗତ ଗୋପବନ୍ଧୁ ଯୁବକ ସଂଘ (ତାଲପେଟି) ସୌଜନ୍ୟତାରେ ମା'କାଳିଜାଈ ଧର୍ମଶାଳା, କଲେଜ ରୋଡ ବାଲୁଗାଁ ଠାରେ ଏକ ବହୁମୂଲ୍ୟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ସମ୍ମାନିତ ଅତିଥିଭାବେ ଚିଲିକା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀ ଯୁକ୍ତ ରଘୁନାଥ ସାହୁ ଯୋଗଦେଇ ଆୟୋଜିତ ଶିବିରର ସମସ୍ତ କର୍ମକର୍ତ୍ତା , ଆୟୋଜକ ମଣ୍ଡଳୀ ତଥା ସମସ୍ତ ରକ୍ତଦାତା ମାନଙ୍କୁ ସାଧୁବାଦ ଜଣାଇବା ସହ ଭୂୟସୀ ପ୍ରଶଂସା କରିଥିଲେ। କୋଭିଡ୍ ର ଜଟିଳ ପରିସ୍ଥିତି ସମୟରେ ଜରୁରୀ କାଳୀନ ଭାବେ ରକ୍ତର ଆବଶ୍ୟକତା ସଂପର୍କରେ ବିଶେଷ ଗୁରୁତ୍ଵ ଦେଇଥିଲେ ଓ ଅଧିକରୁ ଅଧିକ ରକ୍ତ ସଂଗ୍ରହ ଲାଗି ସମସ୍ତ ଯୁବଗୋଷ୍ଠୀଙ୍କୁ ଆହ୍ବାନ କରିଥିଲେ। ଭବିଷ୍ୟତରେ ରୋଗୀମାନେ ଏହି ସୁବିଧା ପାଇପାରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। 
             
ଶ୍ରୀ ଯୁକ୍ତ ସାହୁ ମହୋଦୟଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବହୁ ଯୁବକ ଉପସ୍ଥିତ ହୋଇ ଥିବାର ଦେଖାଯାଇ ଥିଲା। ଶିବିର ଶେଷ ସୁଦ୍ଧା ପ୍ରାୟ ୮୧ ୟୁନିଟ ରକ୍ତ ସଂଗୃହୀତ ହୋଇ ଥିବାର ଜଣାପଡିଛି। 
 
ଖୋର୍ଧା ଜିଲ୍ଲା, ଚିଲିକା ପ୍ରତିନିଧି 
ପ୍ରଦୀପ୍ତ କୁମାର ଜେନା, ଉତ୍କଳ ମେଲ ଟିଭି
 
 
 

LEAVE A COMMENT