ଟାଙ୍ଗୀ ପୋଲିସର ଅତର୍କିତ ଚଢାଉ ୫ ଲକ୍ଷ ଟଙ୍କାର ଆସ୍କା 40 ଜବତ

ଖୋର୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବାଲୁଗାଁ ଏସ. ଡି. ପିଓ. ଓ ଟାଂଗୀ ଥାନା ଅଧିକାରୀଙ୍କ ମିଳିତ ଉଦ୍ୟମରେ ହାଟ ବରଡି ଅଧିନସ୍ଥ   ଗଇନଡା ପାଖରେ  ୬୭୫ ଲିଟର ୩୭୫୦ ବଟଲର ଆସ୍କା 40 ମଦ ବୋଝେଇ ଏକ ଟାଟା ପିକ୍ ଅପ୍ ଭ୍ୟାନ ନଂ OD-02-AE-5804 ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ 500000 ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ। ପୋଲିସକୁ ଦେଖି ଗାଡିଛାଡ଼ି ଦୁଇ ଜଣ ଫେରାର ହୋଇ ଯାଇଛନ୍ତି। ଏତେ ପରିମାଣର ମଦ କେଉଁଠୁ ଆସିଲା?  ଏହାର ମାଲିକ କିଏ? ଖୋଳତାଡ଼ କରୁଛି ପୋଲିସ ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ମିଳିଛି।

 

ଖୋର୍ଧା ଜିଲ୍ଲା ,ପ୍ରତିନିଧି 
ପ୍ରଦୀପ୍ତ କୁମାର ଜେନା,  ଉତ୍କଳ ମେଲ ଟିଭି

LEAVE A COMMENT