ଦୁଇ ଡକାୟତକୁ କାବୁ କଲା ଟାଂଗି ପୋଲିସ। ଟ୍ରକ ଡ୍ରାଇଭରକୁ ଲୁଟିବା ମହଙ୍ଗା ପଡିଲା

ଚିଲିକା : ଖୋର୍ଧା ଜିଲ୍ଲା  ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କୁହୁଡି ଓଭର ବ୍ରିଜ୍ ନିକଟରେ ଗତ କାଲି ରାତି ୧୦.୧୦ସମୟରେ ଟାଂଗୀ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା କି ସଂଜୟ ବେହେରା ଯେ କି ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା ଅନ୍ତର୍ଗତ ବାସେଳୀ ସାହି ନିବାସୀ। ସେ ଜଣେ ଡ୍ରାଇଭର ଭାବେ ଚାକିରି କରନ୍ତି। ଗତ କାଲି ରାତିରେ ଓଡି ୦୪ କେ ୫୪୫୭ ନମ୍ବର ପଥର ବୋଝେଇ ଟ୍ରକ ଆନ୍ଧ୍ର ପ୍ରଦେଶରୁ ଚୈଦାର (କଟକ)  ଅଭିମୁଖେ ଆସୁଥିବା ବେଳେ ହଠାତ୍ ଗାଡିଟି କୁହୁଡି ଓଭର ବ୍ରିଜ୍ ନିକଟରେ ପମ୍ପଚର ହୋଇଯାଇଥିଲା। ସେହି ସମୟରେ ଦୀକ୍ଷିତପଡା ଗ୍ରାମର ଦୁଇ ଜଣ ସେକ୍ ଅନସୁର ଖାଁ (କୁନା) ସେକ୍ ମନସୁର ଖାଁ (ସନିଆ) ଉକ୍ତ ଡ୍ରାଇଭରଙ୍କୁ ଭୁଜାଲି ଦେଖାଇ ଆକ୍ରମଣ କରିବାକୁ ଉଦ୍ୟତ ହେବା ଏବଂ ଭୟଭିତ କରାଇ ଟ୍ରକ ଡ୍ରାଇଭର ସଂଜୟ ଠାରୁ ୫୦ ହଜାର ଟଙ୍କା ଏବଂ ଏକ ମୋବାଇଲ ଫୋନ ଲୁଟି ଦଉଡି ପଳାଇଥିଲେ। 
 
ଏହି ସମୟରେ ଡ୍ରାଇଭର ଜଣକ ନିଜ ଜୀବନକୁ ପାଣି ଛଡ଼ାଇ ଡକାୟତଙ୍କ ପିଛା କରିଥିଲେ। ଯାହା ଫଳରେ ଘଟଣାସ୍ଥଳରେ କିଛି ସ୍ଥାନୀୟ ଯୁବକମାନେ ଉକ୍ତ ଦୁଇ ଡକାୟତକୁ କାବୁ କରି ପୋଲିସ ଜିମା ଦେଇଥିଲେ। ଘଟଣାସ୍ଥଳରେ ଟାଂଗୀ ଥାନା ଅଧିକାରୀ ବିଜୟ ମଲ୍ଲିକ ତୁରନ୍ତ ଘଟଣା ଉପରେ ଅନୁସନ୍ଧାନ କରି ଡକାୟତ ଦୁହିଁଙ୍କୁ କବ୍ଜା କରି ଗିରଫ କରିଥିଲେ। ଏପରିକି ପୋଲିସ ଉକ୍ତ ଦୁଇ ଡକାୟତ ଠାରୁ ନଗଦ ୫୦ ହଜାର ଟଙ୍କା ଏବଂ ମୋବାଇଲ ସହିତ ଏକ ମୋଟରସାଇକେଲ ଉଦ୍ଧାର କରିଥିବା ବେଳେ ୩୮୭/୨୧ ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛନ୍ତି। 
 
ଏହିପରି ପଦକ୍ଷେପକୁ ଟାଂଗି ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକଙ୍କୁ ପ୍ରଶଂସାର ସୁଅ ଛୁଟିଛି। 
 
ଖୋର୍ଧା ଜିଲ୍ଲା, ଚିଲିକା ପ୍ରତିନିଧି 
ପ୍ରଦୀପ୍ତ କୁମାର ଜେନା, ଉତ୍କଳ ମେଲ ଟିଭି

LEAVE A COMMENT