ପୂର୍ବତନ କୁଳପତିଙ୍କୁ ନୃଶଂସ ହତ୍ୟା : ମାତ୍ର ୧୦୦ ଟଙ୍କା ପାଇଁ ଚାଲିଗଲା ଜୀବନ

  • ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସରଙ୍କୁ ନୃଶଂସ ହତ୍ୟା
  • ଲଇକେରା ଥାନା ସରଗିଗୁଡ଼ା ଘରେ ଟାଙ୍ଗିଆରେ ଆକ୍ରମଣ ହୋଇଥିଲା
  • ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇପାରି ନାହିଁ
  • ଝାରସୁଗୁଡ଼ା ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର

ଝାରସୁଗୁଡ଼ା : ପୂର୍ବତନ କୁଳପତିଙ୍କୁ ହତ୍ୟା । ମାତ୍ର ୧୦୦ ଟଙ୍କା ପାଇଁ ଚାଲିଗଲା ଜୀବନ ।  ସମ୍ବଲପୁର ବିଶ୍ଵ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । କେହି ଜଣେ ଦୁର୍ବୃତ୍ତ ପ୍ରଫେସର ଧ୍ରୁବରାଜ ନାୟକଙ୍କ କୁଅରମାଲ ସ୍ଥିତ ବାସଭବନରେ ଥିବାବେଳେ  ଆକ୍ରମଣ କରିଥିଲା ।  ଆକ୍ରମଣ ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡା ସମଲେଶ୍ଵରୀ ନର୍ସିଂ ହୋମରେ ଭର୍ତ୍ତି କରାଯାଇଥିଲା ।  ତେବେ ମେଡିକାଲରେ ଧ୍ରୁବରାଜଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । 

ସୂଚନା ଅନୁସାରେ ସମ୍ବଲପୁର ବିଶ୍ଵ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କୁ ୧୦୦ ଟଙ୍କା ମାଗିଥିଲେ ଆକ୍ରମଣକାରୀ । ତେବେ ଟଙ୍କା ଦେବାକୁ ମନା କରିଦେବାରୁ ଅତର୍କିତ ଆକ୍ରମଣ କରିଥିଲେ। ୧୦୦ ଟଙ୍କା ପାଇଁ ହତ୍ୟା ହୋଇଥିବା ସୂଚନା ଦେଲେ ଧ୍ରୁବରାଜଙ୍କ ଭାଇ । ବର୍ତ୍ତମାନ ଆକ୍ରମଣକାରୀକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ ।