ବାତ୍ୟା ‘ଜୱାଦ’ର ପ୍ରଭାବରେ କମ୍ ପବନ ବହିବ, ପ୍ରବଳ ବର୍ଷିବ: ସ୍ବତନ୍ତ୍ର ରିଲିଫ କମିସନର
ଭୁବନେଶ୍ବର: ବାତ୍ୟା ‘ଜୱାଦ’କୁ ନେଇ ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବାତ୍ୟାର ପ୍ରଭାବରେ କମ୍ ପବନ ବହିବ, ମାତ୍ର ପ୍ରବଳ ବର୍ଷା ହେବ।
ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଓଡ଼ିଶା ଉପକୂଳ ଅତିକ୍ରମ କରିସାରିଥିବ। ରାତି ସୁଦ୍ଧା ପ୍ରଭାବ କମିଯିବ। ବର୍ଷା ଦେଖି ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଜୁଆରର ଉଚ୍ଚତା ମାତ୍ର ଦେଢ଼ ଫୁଟରୁ ୨ ଫୁଟ ବଢିବ। ପାଣିପାଗ ବିଭାଗ ସୂଚନା ଦେଇଛି। ସ୍ଵାଭାବିକଠାରୁ ଅଧା ମିଟର ଅଧିକ ଉଚ୍ଚର ଜୁଆର ଆସିବ। ୧୫୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୩୦୦ ଜଣ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି। ଓଡ୍ରାଫ, ଏନଡିଆରଫ ମୁତୟନ ଅଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ କଚ୍ଚା ଘର ଛାଡ଼ିବା ପାଇଁ କୁହାଯାଉଛି। ଗଛ ଭାଙ୍ଗିବା ସମ୍ଭାବନା ଅଛି। ପବନ ସମୟରେ କେହି ଘରୁ ବାହାରନ୍ତୁ ନାହିଁ। ଘର ପାଖ କୋଠା ଘରରେ ରୁହନ୍ତୁ। ବାତ୍ୟା ସରିବା ପରେ ଚାଷ ଜନିତ କ୍ଷତିକୁ ପ୍ରାଥମିକତା ଭିତ୍ତିରେ ୭ ଦିନ ଭିତରେ ଆକଳନ କରାଯିବ ବୋଲି ଏସଆରସି କହିଛନ୍ତି।
