ବେଆଇନ୍ ମଦ କାରବାର ପାଇଁ ଢାବା ମାଲିକ ଗିରଫ

ବାଙ୍ଗିରିପୋଷି : ବେଆଇନ୍ ମଦ କାରବାର କରୁଥିବା ଖବର ପାଇ ବାଙ୍ଗିରୀପୋଷୀ ଥାନା ପୋଲିସ ଗତକାଲି ରାତିରେ ସୋନାଲି ହୋଟେଲ ଚଢ଼ାଉ କରି ୨୫ଲି ୬୧୫ମିଲି ପରିମାଣର ମଦ ଜବତ କରିଛନ୍ତି।  ୧୮ ନଂ ଜାତୀୟ ରାଜପଥ, ବୁଡ଼ାମରା ଛକ ନିକଟସ୍ଥ ସୋନାଲି ହୋଟେଲ ରୁ ଗତକାଲି ରାତିରେ ବାଙ୍ଗିରିପୋଷି ପୋଲିସ ବିଶେଷ ସୂତ୍ର ରୁ ଖବର ପାଇ ହୋଟେଲ କୁ ଚଢ଼ାଉ କରିଥିଲା । ବର୍ତମାନ ମହାମାରୀ କୋରୋନା ରେ ହୋଟେଲ ବନ୍ଦ ରହିବା କଥା, କିନ୍ତୁ ବେନିୟମ ଭାବରେ ହୋଟେଲ୍ ଖୋଲି ଖାଦ୍ୟ, ମଦ ବ୍ୟବସାୟ କରୁଥିବା ହୋଟେଲ ମାଲିକ ସୁମନ୍ତ ଗୋଚ୍ଛାୟତ (୩୮) ଙ୍କୁ ପୋଲିସ ଗିରଫ କରିଛି ।  ଜବତ ହେଇଥିବା ମଦ ମଧ୍ୟରେ ୨୬ ଟି କିଙ୍ଗ ଫିସର, ୧ ରୟାଲ୍ ଷ୍ଟାଗ,୧୧ ଟି ରମ୍, ୩ ଟା ନମ୍ବର ୱାନ, ୧୪ ବାକାର୍ଡି ଲେମନ, ୬ ଟା କ୍ଲାସିକ ରହିଛି।  ଆଜି ପୋଲିସ ୧୪୦/୨୧ ନମ୍ବର ରେ କେସ ରୁଜୁ କରି କୋର୍ଟ ଚାଲାଣ କରିଛି।