ମାଡ଼ିବସିଛନ୍ତି ୫୦ କୋଟିର ଜଙ୍ଗଲ ଜମି: ଚୁପ୍‌ ବସିଛନ୍ତି ବନ ଓ ରାଜସ୍ବ ବିଭାଗ, ଛିଡ଼ାହୋଇଛି ସୁଉଚ୍ଚ ଅଟ୍ଟାଳିକା

ରାଉରକେଲା, : ସ୍ମାର୍ଟସିଟିର ହାର୍ଟ ଉପରେ ବଡ଼ବଡ଼ିଆ ମାଡ଼ିବସିଛନ୍ତି ଜଙ୍ଗଲ ଜମି। ପ୍ରାୟ ୫ ଏକର ୬୦ ଡେସିମିଲ୍‌ ଜମି ଏବେ ୧୯ ଜଣଙ୍କ କବ୍‌ଜାରେ। ଏହି ବିବାଦୀୟ ଜାଗା ରହିଛି ଉଦିତନଗର ତପସ୍ବିନୀ ମାର୍କେଟ ସମ୍ମୁଖ (ବାସନ୍ତୀକଲୋନି ଯିବା ରାସ୍ତାରୁ ଆୟକର ଅଫିସ୍‌ ଶିବମନ୍ଦିର ସମ୍ମୁଖ ପର୍ଯ୍ୟନ୍ତ)ରେ। ଯାହାର ସରକାରୀ ମୂଲ୍ୟ ୫୦ କୋଟିରୁ ଅଧିକ। ବେସରକାରୀ ମୂଲ୍ୟ ଏହାର ତିନିଗୁଣା ଅର୍ଥାତ୍‌ ପାଖାପାଖି ୧୫୦ କୋଟି। ଜଙ୍ଗଲ ଜମି ରୂପାନ୍ତରିତ ହୋଇଛି ଘରବାଡ଼ିରେ। ଯେଉଁଠି ଏବେ ଛିଡା ହୋଇଛି ସୁଉଚ୍ଚ ଅଟ୍ଟାଳିକା।

LEAVE A COMMENT