ଯୁବକକୁ ଚୋର ସନେ୍ଦହରେ ପିଟିପିଟି ହତ୍ୟା

ଯୁବକକୁ ଚୋର ସନେ୍ଦହରେ ପିଟିପିଟି ହତ୍ୟା |

ବାଲେଶ୍ବର:ଯୁବକକୁ ଚୋର ସନେ୍ଦହରେ ପିଟିପିଟି ହତ୍ୟା କରିଛନ୍ତି |ଜଣେ ଯୁବକଙ୍କୁ ଗ୍ରାମବାସୀ ,ଚୋରି କରୁଥିବା ବେଳେ ଧରାପଡ଼ିବାପରେ ପିଟିପିଟି ହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି। ଏଭଳି ଅଭାବନୀୟ ଘଟଣାବାଲେଶ୍ବର ଜିଲ୍ଲାର ବସ୍ତାରେ  ଦେଖିବାକୁ ମିଳିଛି।
 ଗତ ବିଳମ୍ବିତ ରାତିରେ ବସ୍ତା ଥାନା ଅନ୍ତର୍ଗତ ଉଇଟିକିରି ଗ୍ରାମରେ ଯାତ୍ରା ଚାଲିଥିବା ବେଳେ ସାଗର ସ୍ବାଧୀନ ଜେନା(୨୨) ଓ ତାଙ୍କର କେତେକ ସହଯୋଗୀ ଗାଁରେ ଚୋରି କରୁଥିଲେ। ଲୋକେ ଏହା ଦେଖି ତାଙ୍କର ହାତଗୋଡ଼ ବାନ୍ଧି ଲୋକେ ନିସ୍ତୁକ ମାଡ଼ ମାରିଥିଲେ। ହାତଗୋଡ଼ ବାନ୍ଧି ଲୋକେ ନିସ୍ତୁକ ମାଡ଼ ମାରିଥିବାରୁ ଘଟଣାସ୍ଥଳରେ ସ୍ୱାଭିମାନଙ୍କ ମୃତ୍ୟୁ ଘଟିଥିଲା। ଉଇଟିକିରି ଗ୍ରାମର ଆଡଭୋକେଟ ସରୋଜ ଜେନାଙ୍କ ପୁଅ  ମୃତକ ଜଣକ ହେଉଛନ୍ତି ବୋଲି ଜଣାଯାଇଛି। ଘଟଣାସ୍ଥଳରେ ପହଞ୍ଚି  ଶବ ଜବତ କରି ବସ୍ତା ଥାନା ପୁଲିସ୍ ତଦନ୍ତ ଆରମ୍ଭ କରିଛି ପୁଲିସ୍। ଅଭିଯୁକ୍ତ ପୂର୍ବରୁ ଚୋରି କରି ଏକାଧିକ ବାର ଜେଲ୍ ଯାଇଥିବା ମଧ୍ୟ ଜଣାଯାଇଛି|