ସର୍ବଭାରତୀୟ କର୍ମଜିବୀ ସାମ୍ବାଦିକ ସଂଘର ପ୍ରସ୍ତୁତି ବୈଠକ

ସର୍ବଭାରତୀୟ କର୍ମଜିବୀ ସାମ୍ବାଦିକ ସଂଘର ଆସନ୍ତା ଡିସେମ୍ବର ୨୩ ତାରୀଖ  ଓଡ଼ିଶା ଶାଖା ସମ୍ମିଳନୀ ପାଇଁ ଏକ ପ୍ରସ୍ତୁତି ବୈଠକ ସର୍ବଭାରତୀୟ କର୍ମଜିବୀ ସାମ୍ବାଦିକ ସଂଘର ସଭାପତି ତଥା ଉତ୍କଳ ମେଲର ସମ୍ପାଦକ ଡା଼ ପିତବାସ ମିଶ୍ରଙ୍କ ତତ୍ବାବଧାନରେ ବ୍ରହ୍ମପୁର ସ୍ଥିତ ଗାୟତ୍ରୀ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ ହେବାକୁ ଥିବା ଏହି ସମ୍ମିଳନୀରେ ସାମ୍ବାଦିକଙ୍କ ସୁରକ୍ଷା ଓ ବିଭିନ୍ନ ଦାବି ଉପରେ ଆଲୋଚନା ହେବ ଏହା ସହ ପ୍ରେସ ଏକାଡ଼େମୀ ଘଟନ ସହିତ ସଂଘ ପକ୍ଷରୁ ସରକାରଙ୍କ ଠାରେ ଉପସ୍ଥାପନ କରାଯାଇଥିବା ଅନେକ ଦାବୀ ସରକାରଙ୍କ ପକ୍ଷରୁ ସମାଦାନ କରାଯାଇଥିଵା ନେଇ ମଧ୍ୟ ଆଲୋଚନା ହୋଇଥିଲା। ଏହି ପ୍ରସ୍ତୁତି ବୈଠକରେ ଉତ୍କଳ ମେଲ୍ ର ସହସମ୍ପାଦକ ରଵି ମାହାନ୍ତିଙ୍କ ସମେତ ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀ, ଭୂନନ୍ଦନ କୃଷି ବିଷାରଦ, ଅନିଲ କୁମାର ଚୌଧୁରୀ, ସ୍ଵାଧୀନ ପାତ୍ର, ରାଜୁ ପଣ୍ଡିତ, ଅରୁଣ ଉଦୟ ସାହୁ, ରବିନ୍ଦ୍ର ଵାଡତ୍ୟାଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ଆସିଥିବା ବହୁ ସଂଖ୍ୟାରେ ସାମ୍ବାଦିକ ଓ ବିଭିନ୍ନ ଅନୁଷ୍ଠାନର ପଦାଧିକାରୀ ଅଲୋଚନାରେ ଅଂଶ ଗ୍ରହଣ କରି ୨୩ ତାରିଖରେ ହେବାକୁ ଥିବା ରାଜ୍ୟ ସମିଳ୍ଳନୀକୁ କିପରି ସଫଳ କରବେ ସେଥିପାଇଁ ବିସ୍ତୃତ ଆଲୋଚନା ହୋଇଥିଲା। ବ୍ରହ୍ମପୁରରୁ ଲଲାଟେନ୍ଦୁ ଚୌଧୁରୀଙ୍କ ରିପୋର୍ଟ)
 
 
 

LEAVE A COMMENT