ସ୍ୱତନ୍ତ୍ର ହୀରାକୁଦ୍‌ ଓ ଜଗନ୍ନାଥ ଏକ୍ସପ୍ରେସ୍‌ ଟ୍ରେନ ଚଳାଚଳ ପ୍ରାରମ୍ଭ

ଭୁବନେଶ୍ୱର: ଯାତ୍ରୀମାନଙ୍କ ସୁବିଧା ପାଇଁ ନିମ୍ନଲିଖିତ ଅନୁଯାୟୀ ବିଶାଖାପାଟନମ୍‌-ଅମୃତସର-ବିଶାଖାପାଟନମ୍‌ ହୀରାକୁଦ୍‌ ସ୍ୱତନ୍ତ୍ର, ପୁରୀ-ହାଓଡ଼ା-ପୁରୀ ଜଗନ୍ନାଥ ସ୍ୱତନ୍ତ୍ର ଏବଂ ଖୋର୍ଦ୍ଧା ରୋଡ୍‌-ପୁରୀ-ଖୋର୍ଦ୍ଧା ରୋଡ୍‌ ପାସେଞ୍ଜର ସ୍ୱତନ୍ତ୍ର ସେବା ପ୍ରାରମ୍ଭ କରିବାକୁ ରେଳବାଇ ପକ୍ଷରୁ ନିମ୍ନ ଲିଖିତ ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି ।

୦୮୫୦୩/୦୮୫୦୪ ବିଶାଖାପାଟନମ୍‌-ଅମୃତସର-ବିଶାଖାପାଟନମ୍‌ ହୀରାକୁଦ୍‌ ସ୍ୱତନ୍ତ୍ର ତ୍ରି-ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ ବିଶାଖାପାଟନମ୍‌ ଠାରୁ ୧୧ ସେପ୍ଟେଟର, ୨୦୨୧ରୁ ଏବଂ ଅମୃତସରରୁ ୧୫ ସେପ୍ଟେଟର, ୨୦୨୧ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରାଯିବାକୁ ନିଷ୍ପତ୍ତି ନିଆଯାଇଅଛି।  ପୂର୍ବରୁ ଚାଲୁଥିବା ପାରମ୍ପରିକ କୋଚଗୁଡ଼ିକ ବଦଳରେ ହୀରାକୁଦ ସ୍ପେଶାଲ୍‌ ଟ୍ରେନ୍‌ ଆଧୁନିକ ଲିଙ୍କେ-ହୋଫମ୍ୟାନ୍‌-ବସ୍‌ (କଏଇ) କୋଚ୍‌ ସହିତ ଚଳାଚଳ କରିବ।

ଏହି ଟ୍ରେନ୍‌ ପ୍ରତି ମଙ୍ଗଳବାର, ଶୁକ୍ରବାର ଏବଂ ଶନିବାର ଦିନ ୦୦୨୫ ଘଣ୍ଟାରେ (ସୋମ, ଗୁରୁ ଓ ଶୁକ୍ରବାର ରାତ୍ରି ୧୨ଘ.୨୫ମି.ରେ) ବିଶାଖାପାଟନମ୍‌ ଛାଡିବ ଏବଂ ପ୍ରତ୍ୟେକ ବୁଧବାର, ଶନିବାର ଏବଂ ରବିବାର ଦିନ ଅମୃତସରରୁ ରାତ୍ରି ୧୧ଘ.୫୫ମି.ରେ ଛାଡିବ। ଏହି ଟ୍ରେନ୍‌ ଭୁବନେଶ୍ୱର-ସମ୍ବଲପୁର-ବିଳାସପୁର-କଟନି ମୁରୱାରା-ଝାନ୍‌ସୀ-ଆଗ୍ରା କାଣ୍ଟ-ନୂଆଦିଲ୍ଲୀ-ଜଳନ୍ଧର ମାର୍ଗ ଦେଇ ଚଳାଚଳ କରିବ ଏବଂ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ମାନଙ୍କରେ ରହଣି କରିବ।

୦୮୪୧୦/୦୮୪୦୯ ପୁରୀ-ହାଓଡ଼ା-ପୁରୀ ସ୍ପେଶାଲ୍‌ ପୁରୀରୁ ୧୫ ସେପ୍ଟେଟର ଠାରୁ ରାତ୍ରି ୧୦ଘ.୪୦ମି.ରେ ଏବଂ ହାଓଡ଼ାରୁ ୧୬ ସେପ୍ଟେଟର, ୨୦୨୧ ଠାରୁ ସନ୍ଧ୍ୟା ୭ଘ.୦୫ମି.ରେ ପ୍ରତିଦିନ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ। ଏହି ଟ୍ରେନ୍‌ ପୁରୀ ଓ ହାଓଡ଼ା ମଧ୍ୟରେ ଉଭୟ ପାର୍ଶ୍ୱରୁ ଖୋର୍ଦ୍ଧା ରୋଡ୍‌, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ୍‌, ଭଦ୍ରକ୍‌, ବାଲେଶ୍ୱର, ବସ୍ତା, ଜଳେଶ୍ୱର, ବେଲଦା,ଖଡଗପୁର, ମେଛେଦା ଏବଂ ସାନ୍ତ୍ରାଗଛି ଷ୍ଟେସନ ମାନଙ୍କ ଠାରେ ରହଣି କରିବ।

୦୮୪୦୪/୦୮୪୦୩ ପୁରୀ-ଖୋର୍ଦ୍ଧା ରୋଡ୍‌-ପୁରୀ ପାସେଞ୍ଜର ସ୍ପେଶାଲ୍‌ ପୁରୀରୁ ୨୦ ସେପ୍ଟେଟର ଠାରୁ ସନ୍ଧ୍ୟା ୫ଘ.୪୫ମି.ରେ  ଛାଡିବାକୁ ଥିବାବେଳେ ଏହା ୨୧ ସେପ୍ଟେଟର, ୨୦୨୧ ଠାରୁ ଖୋର୍ଦ୍ଧା ରୋଡ଼ରୁ ସକାଳ ୭ଘ.୪୫ମି.ରେ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ। ଏହି ଟ୍ରେନ୍‌ ଉଭୟ ଦିଗରୁ ପୁରୀ ଏବଂ ଖୋର୍ଦ୍ଧା ରୋଡ୍‌ ମଧ୍ୟରେ ମାଳତୀପାଟପୁର, ଜାନକିଦେଇପୁର, ସାକ୍ଷୀଗୋପାଳ, ବୀରପୁରୁଷୋତ୍ତମପୁର, ଜେନାପୁର ରୋଡ଼, ଡେଲାଙ୍ଗ, କଣାସ ରୋଡ୍‌, ମୋଟାରୀ ଏବଂ ହରିପୁରଗ୍ରାମ ଷ୍ଟେସନ ମାନଙ୍କରେ ରହଣି କରିବ।

 

LEAVE A COMMENT