୫୦ କୋଟି ଫେସବୁକ୍ ୟୁଜରଙ୍କ ଡାଟା ଲିକ୍

୫୦ କୋଟି ଫେସବୁକ୍ ୟୁଜରଙ୍କ ଡାଟା ଲିକ୍

ନୂଆଦିଲ୍ଲୀ : ଫେସବୁକରେ ୫୦ କୋଟି ୟୁଜରଙ୍କ ଡାଟା ଲିକ୍। ଫ୍ରିରେ ୟୁଜରଙ୍କ ତଥ୍ୟ ସାର୍ବଜନୀନ କଲା ହ୍ୟାକର। ଫେସବୁକରେ ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ଚୋରୀ କରୁଥିବା ଜଣେ ହ୍ୟାକର ଏହା ଦାବି କରିଛି। ଏହି ଡାଟା ମଧ୍ୟରେ ୟୁଜରଙ୍କ ଫୋନ୍ ନମ୍ବର ଏବଂ ଅନ୍ୟାନ୍ୟ ତଥ୍ୟ ସାମିଲ ରହିଛି।ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଟେଲିଗ୍ରାମରେ ହ୍ୟାକରଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା। ସେପଟେ ଏନେଇ ଫେସବୁକ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇ ନାହିଁ। ଚଳିତ ବର୍ଷ ଆରମ୍ଭରୁ ମଦରବୋର୍ଡର ଏକ ରିପୋର୍ଟରେ ଫେସବୁକକୁ ଉଦ୍ଧୃତ କରି କୁହାଯାଇଥିଲା ଯେ, ୨୦୧୯ ଅଗଷ୍ଟରେ ଏକ ତ୍ରୁଟି କାରଣରୁ ଏହି ଡାଟା ଲିକ୍ ହୋଇଛି। ତେବେ ଫେସବୁକ୍ ବ୍ୟବହାରକାରୀମାନେ ଆସନ୍ତା ମାସରେ ସେମାନଙ୍କ ଫୋନ୍ ନମ୍ବର କିମ୍ବା ଅନ୍ୟାନ୍ୟ ବ୍ୟକ୍ତିଗତ ତଥ୍ୟ ଚୋରି କରୁଥିବା ଲୋକଙ୍କ ‘ସୋସିଆଲ ଇଞ୍ଜିନିୟରିଂ ଆକ୍ରମଣ’ ପ୍ରତି ସତର୍କ ରହିବା ଉଚିତ୍।

ତେବେ ଏହି ଘଟନା ପରେ ଇସ୍ରାଏଲର ସାଇବର କ୍ରାଇମ ଇଣ୍ଟେଲିଜେନ୍ସ ଫର୍ମ ହଡସନ ରକ ର ସହ-ପ୍ରତିଷ୍ଠାତା ଆଲୋନ୍ ଗାଲ୍ ଶନିବାର କହିଛନ୍ତି ଯେ, ଜାନୁଆରୀରୁ ହ୍ୟାକର୍ ସର୍କଲରେ ଘୁରି ବୁଲୁଥିବା ନମ୍ବର ଗୁଡିକ ଡାଟାବେସ୍ ଫେସବୁକ ସହ ସଂଯୁକ୍ତ ଟେଲିଫୋନ୍ ନମ୍ବରର ସମାନ ସେଟ୍ ପରି ଦେଖାଯାଉଛି।