କ୍ରୀଡା

୨୦୧୯ ବିଶ୍ବକପରେ ସେମିଫାଇନାଲ ମ୍ୟାଚ୍ ହାରିବା ପରେ କାନ୍ଦିଥିଲେ ଧୋନି – Utkal Mail


ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ବିଶ୍ବ କ୍ରିକେଟର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ କ୍ରିକେଟ ଖେଳାଳିର ମାନ୍ୟତା ଦିଆଯାଏ । ତାଙ୍କ ଅଧିନାୟକତ୍ବ ସମୟରେ ଭାରତୀୟ କ୍ରିକେଟ ସଫଳତାର ଶିଖର ଛୁଇଁଥିଲା । ସେ ଅଗଷ୍ଟ ୧୫, ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ସହ ଏକ ଯୁଗର ଅନ୍ତ ହୋଇଥିଲା । ତେବେ ଅବସର ନେବା ପୂର୍ବରୁ ୨୦୧୯ରେ ଯେଉଁ ଘଟଣା ଘଟିଥିଲା, ତାହା ‌ଧୋନିଙ୍କ ହୃଦୟ ଭାଙ୍ଗି ଦେଇଥିଲା ବୋଲି ଜଣାପଡ଼ିଛି।

ଇଂଲଣ୍ଡରେ ଆୟୋଜିତ ୨୦୧୯ ବିଶ୍ବକପ୍‌ର ପ୍ରମୁଖ ଦାବିଦାର ଥିଲା ଭାରତ। କିନ୍ତୁ ଦଳ ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡଠୁ ହାରି ବିଦାୟ ନେଇଥିଲା। ସେମିଫାଇନାଲକୁ ଯାଇ ଭାରତ ବିଶ୍ବକପ ଜିତି ପାରିନଥିବାରୁ ଭାଙ୍ଗିପଡ଼ିଥିଲେ ଧୋନି। ଏମିତି କି ସେ କାନ୍ଦି ପକାଇଥିଲେ। କେବଳ ସେ ନୁହନ୍ତି, କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା, ଋଷବ ପନ୍ତ ମଧ୍ୟ ଭାରତ ହାରିବା ପରେ କାନ୍ଦିଥିଲେ।

ଏହି ଖବର ଉପରେ ପ୍ରତିକ୍ରିୟା ରଖି ଧୋନି କହିଛନ୍ତି ଯେ, ଯେତେବେଳେ ସେମିଫାଇନାଲକୁ ଯାଇ ଦଳ ହାରିଯାଏ, ସେତେବେ‌ଳେ ନିଜ ଦୁଃଖକୁ ଓ ନିଜ ଲୁହକୁ ଅଟକାଇବା କଷ୍ଟ ହୁଏ। ଭାରତ ପାଇଁ ୨୦୧୯ରେ ହୋଇଥିବା ବିଶ୍ବକପ ମ୍ୟାଚ୍ ମୋର ଶେଷ ମ୍ୟାଚ୍ ଥିଲା। କିନ୍ତୁ ସେଥିରେ ଆମେ ହାରିଯିବା ପରେ ଭାଙ୍ଗିପଡ଼ିଥିଲି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button