କ୍ରାଇମ

ବିକଳାଙ୍ଗ ମା ଏବଂ ବୟସ୍କ ବାପାଙ୍କୁ ପୁଅମାନେ ଘରୁ ବାହାର କରିଦେଲେ, ୧୫ ବର୍ଷ ପରେ ବାପା ଶିଖାଇଲେ ଏମିତି ଶିକ୍ଷା

ମାତା ପିତା ନିଜର କେତେ ସନ୍ତାନକୁ ଏକା ସହିତ ରଖି ଲାଳନ ପାଳନ କରଥାନ୍ତି କିନ୍ତୁ ଏତେ ଗୁଡିଏ ପିଲା ମିଶିକି ବି ନିଜର ମାତା ପିତାଙ୍କୁ ରଖି ପାରନ୍ତି ନାହିଁ । ଏହିଭଳି ୫ ଜଣ କଳିଯୁଗ ପୁଅ ବୟସ୍କ ବାପା ମାଙ୍କୁ ଝୋପଡିରେ ରହିବାକୁ ବାଧ୍ୟ କରି ଦେଇଛନ୍ତି । ତାଙ୍କର ମାତା ପିତା ଗତ ୧୫ ବର୍ଷ ହେବ ଝୋପଡିରେ ନିଜର ଜୀବନ ଜାପନ କରୁଛନ୍ତି ।

ପିତାଙ୍କର ନାମ ହିରାଲାଲ ସାହୁ ଏବଂ ସେ କହିଛନ୍ତି କି କିଣି ଥିବା ଜମି ଉପରେ ତାଙ୍କର ୫ ପୁଅ ସୁମରନ ଲାଲ, ହୁକୂମ ସାହୂ, ପ୍ରମୋଦ ସାହୂ, ଉମାଂଶକର ଏବଂ କୀର୍ତନ ସାହୂ ମିଶି ଘର ତିଆରି କରିଛନ୍ତି, ଏବଂ ବିକାଲଙ୍ଗ ମା ବୟସ୍କ ବାପାଙ୍କୁ ଘରୁ ବାହର କରିଦେଲେ । କିନ୍ତୁ ଏହି କେସ ସାହାର୍ଯ୍ୟରେ ହିରାଲାଲ ସାହୁ ଏମିତି ଏକ ପଦକ୍ଷେପ ନେଇଛନ୍ତି ଯାହା ସବୁ ମାତା ପିତା ଏବଂ ପିଲାମାନଙ୍କ ପାଇଁ ଏକ ବହୁତ ବଡ ଶିକ୍ଷା ଅଟେ ।

ବିକଳାଙ୍ଗ ମା ଏବଂ ବୟସ୍କ ବାପାଙ୍କୁ ପୁଅମାନେ କରିଦେଲେ ଘରୁ ବେଦଖଲ

୮୬ ବର୍ଷର ହିରାଲାଲ ନିଜର ପତ୍ନୀଙ୍କ ସହିତ ଗତ ୧୫ ବର୍ଷ ହେବ ଝୋପଡିରେ ରହୁଛନ୍ତି । ସେ କେତେ ଥର ନିଜର ପୁଅମାନଙ୍କୁ ନିବେଦନ କରିଛନ୍ତି କି ତାଙ୍କୁ ସେହି ଘରେ ରଖିବା ପାଇଁ କିନ୍ତୁ ପୁଅମାନେ ମାନିଲେ ନାହିଁ । ମାନିବା ତ ଛାଡ କେହି ତାଙ୍କ ସହିତ କଥା ବାର୍ତ୍ତା ବି କରିଲେ ନାହିଁ । ଏହା ପରେ ହିରାଲାଲ ନିଜର ପୁଅ ମାନଙ୍କ ବିରୁଦ୍ଧରେ ଚିଖଲୀ ଥାନାରେ ମାମଲା ଦର୍ଜ କରିଲେ ।

ପୁଲିସ ବରିଷ୍ଠ ନାଗରିକ ସୁରକ୍ଷା ଅଧିନିୟମ ୨୦୦୭ର ଧାରା ୨୪ ଅନ୍ତର୍ଗତ ୫ ଜଣ ପୁଅଙ୍କ ବିରୁଦ୍ଧରେ କାର୍ଯ୍ୟଅନୁଷ୍ଠାନ ଆରମ୍ଭ କରି ଦେଇଛିନ୍ତି । ହିରାଲାଲ ପ୍ରଥମେ ଶାସକୀୟ ପ୍ରେସର କର୍ମଚାରୀ ଥିଲେ । କାର୍ଯ୍ୟଅନୁଷ୍ଠାନ ହେବା ପରେ ବର୍ତ୍ତମାନ ହିରାଲାଲ ନିଜ ଜମି ଉପରେ ତିଆରି ଘରରେ ଜୀବନ ବିତାଇ ପାରିବେ ।

ପୁଲିସ ବର୍ତମାନ ତାଙ୍କର ଚାରି ପୁଅଙ୍କୁ ଗିରଫ୍ତାର କରି ନେଇଛନ୍ତି । ହିରାଲାଲଙ୍କର ଗୋଟିଏ ପୁଅ ଭୋପାଳରେ ରହୁଛନ୍ତି ଯାହା ଦ୍ଵାରା ପୁଲିସ ତାଙ୍କ ପାଖକୁ ପହଞ୍ଚି ପାରି ନାହାନ୍ତି । ସବୁଠୁ ମୁଖ୍ୟ କଥା ଏହା କି ଚାରି ପୁଅଙ୍କର ଜମାନତ ମିଳି ଯାଇଛି । ଜମାନତ ପରେ ଚାରି ପୁଅ ନିଜର ମାତାଙ୍କୁ ଘରକୁ ନେଇ ଯିବା ପାଇଁ ମାନିଛନ୍ତି ।

ହିରାଲାଲ କରିଲେ ବନ୍ୟା ପୀଡିତଙ୍କୁ ଦାନ

ଝୋପଡିରେ ରହୁଥିବା ହିରାଲାଲ ନିଜ ଜୀବନରେ ବହୁତ ଭଲ କାମ ବି କରିଛନ୍ତି । ତାଙ୍କର ସବୁଠୁ ବଡ ପରଉପକାର କାମ ହେଉଛି ସେ କେରଲରେ ବନ୍ୟା ପୀଡିତଙ୍କୁ ୭୦ ହଜାର ଟଙ୍କା ଦାନ କରିଛନ୍ତି । ଜିଲ୍ଲା ପ୍ରଶାସନ ମାଧ୍ୟମରେ ସେ ନିଜ ଚାକିରି ସମୟରେ ଯେତିକି ଟଙ୍କା ରଖିଥିଲେ ତାହାକୁ ସବୁ ଦାନ ଦେଇଦେଲେ । ହିରାଲାଲଙ୍କ ଠାରୁ ଆଜିକାଲି ଯୁବକମାନଙ୍କୁ ଏବଂ ବୟସ୍କ ମାତା ପିତାଙ୍କୁ କିଛି ଶିଖିବା ଦରକାର ।

ଏହି ଘଟଣା ଟିକୁ  ନେଇ ଆପଣଙ୍କ ମୂଲ୍ୟବାନ ମତାମତ ଦୟାକରି କମେଣ୍ଟ ରେ କୁହନ୍ତୁ । ଯେମିତି ଆଉ କୌଣସି ପୁଅ ନିଜ ବାପା ମାଆଙ୍କ ସହ ଏମିତି ନକରୁ ସେଥିପାଇଁ ସମାଜରେ ସେଚେତନତା ଆଣିବା ପାଇଁ ଏହି ପୋଷ୍ଟ ଟିକୁ ଅଧିକରୁ ଅଧିକ ଶେୟାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button