ବିଚାର

ଆଜି ହି ଆରମ୍ଭ କରନ୍ତୁ ଏହି ସୁପରହିଟ ‘କଳା ସୁନା’ର ବ୍ୟବସାୟ, ଜଲଦି ହିଁ ଵନିଯିବେ କୋଟିପତି,ଜାଣନ୍ତୁ ବ୍ୟବସାୟ ବିଷୟରେ ସମ୍ପୂର୍ଣ ସୂଚନା

ଯଦି ଆପଣ ଜବରଦସ୍ତ ଲାଭ ଵାଲା ବ୍ୟବସାୟ କରିବାକୁ ଚାହୁଁଛନ୍ତି ତେବେ ଆପଣ ମୁରା ମଇଁଷି ପାଳନ ବ୍ୟବସାୟ ଆରମ୍ଭ କରିପାରିବେ | ମଇଁଷି ପ୍ରଜାତି ମଧ୍ୟରେ ମୁରା ପ୍ରଜାତି ସବୁଠାରୁ ଭଲ ବୋଲି ମନାଯାଏ | ଏହାର ଚାହିଦା ମଧ୍ୟ ବହୁତ ବେଶୀ ଅଟେ | ପ୍ରକୃତରେ, ମଇଁଷି ମାନଙ୍କ ମଧ୍ୟରେ ଏହି ପ୍ରଜାତିଙ୍କର ଉଚ୍ଚତା ଏବଂ ଶରୀର ବହୁତ ଭଲ ହୋଇଥାଏ ଏବଂ ଅନ୍ୟ ପ୍ରଜାତିଗୁଡିକଙ୍କ ମୁକବେଲାରେ ଏହି ମଇଁଷି କ୍ଷୀର ମଧ୍ୟ ଭଲ ଦେଇଥାଏ | ଏଥିପାଇଁ ଏହାକୁ ‘କଳା ସୁନା’ ମଧ୍ୟ କୁହାଯାଏ |

କେମିତି ଚିନ୍ହିବେ ଏହି ମଇଁଷି ମାନଙ୍କୁ :-

ମୁରୋ ମଇଁଷିଙ୍କୁ ଆପଣ ଦୂରରୁ ମଧ୍ୟ ଚିହିଁ ପାରିବେ | ଏହି ପ୍ରଜାତିର ରଙ୍ଗ ଭୀଷଣ କଳା ହୋଇଥାଏ ଏବଂ ମୁଣ୍ଡର ସାଇଜି ଏହି ମାନଙ୍କର ବହୁତ ଛୋଟ ହୋଇଥାଏ | କିନ୍ତୁ ଏମାନଙ୍କର ବାକି ଶରୀର ମଜବୁତ ଏବଂ ଶକ୍ତିଶାଳୀ ରହିଥାଏ | ସେମାନଙ୍କର ଶିଙ୍ଗଗୁଡ଼ିକ ରିଙ୍ଗ ପରି ହୋଇଥାଏ | ସେମାନଙ୍କର ଲାଞ୍ଜ ମଧ୍ୟ ଅନ୍ୟ ମଇଁଷିଙ୍କ ତୁଳନାରେ ଅଧିକ ଲମ୍ବା ହୋଇଥାଏ | ଏହିପରି ମଇଁଷି ଅଧିକାଂଶ ହରିୟାଣା, ପଞ୍ଜାବ ପରି ଅଞ୍ଚଳରେ ପାଳିତ ହୁଅନ୍ତି | ଏତିକି ହି ନୁହେଁ, ଏହାର ବ୍ୟବହାର ଇଟାଲୀ, ବୁଲଗେରିଆ,ଇଜିପ୍ଟର ଦୁଗ୍ଧରେ ମଧ୍ୟ ବ୍ୟବହୃତ ହୁଏ |

କେମିତି ଏବଂ କେତେ ହେବା ରୋଜଗାର :-

ବର୍ତ୍ତମାନ ଲାଭ ବିଷୟରେ ଆଲୋଚନା କରିବା । ଆପଣ ମୁରା ମଇଁଷି ପାଳି ବମ୍ପର ରୋଜଗାର କରିପାରିବେ । ଏହା ଜରିଆରେ ଆପଣ ଦୁଗ୍ଧ ସମ୍ବନ୍ଧୀୟ ବ୍ୟବସାୟର ଉତ୍ପାଦନ ମଧ୍ୟ ଆରମ୍ଭ କରିପାରିବେ । ଯେହେତୁ ଏହି ମଇଁଷି ଅନ୍ୟ ପ୍ରଜାତି ଅପେକ୍ଷା ଅଧିକ କ୍ଷୀର ଦେଇଥାଏ,ତେଣୁ ଏଥିରେ ଲାଭ ମଧ୍ୟ ଅଧିକ ହୋଇଥାଏ । ଆପଣଙ୍କୁ କହିରଖୁଛୁ କି ମୁରା ନସ୍ଲ ର ଗୋଟିଏ ମଇଁଷି ଦୈନିକ 20ଲିଟର ରୁ ଅଧିକ କ୍ଷୀର ଦେଇପାରିବ । କିନ୍ତୁ ଯଦି ଆପଣଙ୍କ ଅଧିକ ପରିଶ୍ରମ କରିବେ,ଏମାନଙ୍କର ଭଲରେ ଦେଖା ଶୁଣା କରିବେ ତ ସେମାନେ 30 ରୁ 35 ଲିଟର ପର୍ଯ୍ୟନ୍ତ କ୍ଷୀର ଦେଇପାରିବେ ।

ଲକ୍ଷ ଲକ୍ଷ ହୋଇଥାଏ ଏହାଙ୍କର ମୂଲ୍ୟ :-

ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ ବିକ୍ରୟ କରିବା ବ୍ୟତୀତ, ଆପଣ ଏହି ମଇଁଷିଙ୍କୁ ବିକ୍ରୟ କରି ମଧ୍ୟ ଭଲ ଲାଭ କରିପାରିବେ | ଉଚ୍ଚତା ଏବଂ ଶରୀର ବହୁତ ଲମ୍ବା ଏବଂ ଉଚ୍ଚ ହେଇଥିବା କାରଣରୁ ବଜାରରେ ପଶୁ ପାଳକମାନଙ୍କୁ ଏହାର ଭଲ ମୂଲ୍ୟ ମିଳିଯାଏ | ଏହି ପ୍ରଜାତିର ମଇଁଷି ମାନଙ୍କ ମୂଲ୍ୟ 4-5 ଲକ୍ଷରୁ 50 ଲକ୍ଷ ପର୍ଯ୍ୟନ୍ତ ହୋଇଥାଏ | ସାଧାରଣ ପ୍ରଜାତିର ମଇଁଷିମାନଙ୍କ ତୁଳନାରେ ସେମାନଙ୍କର ମୂଲ୍ୟ ଦ୍ୱିଗୁଣିତ ହୋଇଥାଏ |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button