ଦେଶ ବିଦେଶବ୍ୟବସାୟ

ହ୍ବାଟସଆପ୍ ଇଣ୍ଡିଆ ମୁଖ୍ୟ ଅଭିଜିତ୍ ବୋଷ ଓ ମେଟାର ପବ୍ଲିକ ପଲିସି ହେଡ୍ ରାଜୀବ ଅଗ୍ରୱାଲଙ୍କ ଇସ୍ତଫା

ନୂଆଦିଲ୍ଲୀ: ହ୍ବାଟସଆପ୍ ଇଣ୍ଡିଆର ମୁଖ୍ୟ ଅଭିଜିତ୍ ବୋଷ ଏବଂ ମେଟା ପବ୍ଲିକ୍ ପଲିସି ମୁଖ୍ୟ ରାଜୀବ ଅଗ୍ରୱାଲ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆ କମ୍ପାନୀ ମେଟା ଏହି ସୂଚନା ଦେଇଛି।

ସାରା ବିଶ୍ୱରେ ମେଟା ୧୧,୦୦୦ କର୍ମଚାରୀଙ୍କୁ ଛଟେଇ ଘୋଷଣା କରିବାର ଏକ ସପ୍ତାହ ମଧ୍ୟରେ ଫେସବୁକ୍ ଇଣ୍ଡିଆର ଏହି ଦୁଇ ଉଚ୍ଚପଦସ୍ଥ ଅଧିକାରୀ ଇସ୍ତଫା ଦେଇଛନ୍ତି | କମ୍ପାନୀ ବର୍ତ୍ତମାନ ମେଟା ଇଣ୍ଡିଆ ପବ୍ଲିକ୍ ପଲିସିର ଦାୟିତ୍ୱ ଶିବନାଥ ଥୁକ୍ରାଲଙ୍କୁ ଦେଇଛି, ଯିଏକି ବର୍ତ୍ତମାନ ଭାରତରେ ହ୍ବାଟସଆପର ପବ୍ଲିକ୍ ପଲିସିର ନିର୍ଦ୍ଦେଶକ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅଭିଜିତ୍ ବୋଷଙ୍କ ଇସ୍ତଫା ପରେ ହ୍ବାଟସଆପ୍ ମୁଖ୍ୟ ୱିଲ୍ କ୍ୟାଥକାର୍ଟ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ ହ୍ବାଟସଆପ୍ ଇଣ୍ଡିଆର ପ୍ରଥମ ହେଡ୍ ଭାବେ ଅଭିଜିତ୍ ବୋଷଙ୍କୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ମୁଁ ଧନ୍ୟବାଦ ଜଣାଉଛି। ସେ ଆମ ଟିମକୁ ଅଭିନବ ସେବା ପ୍ରଦାନ କରିବାରେ ସହାୟତା କରିଛନ୍ତି ଯାହା ଲକ୍ଷ ଲକ୍ଷ ଲୋକ ଏବଂ ବ୍ୟବସାୟକୁ ଉପକୃତ କରିଛି | ଭାରତ ପାଇଁ ହ୍ବାଟସଆପ୍ ଅନେକ କିଛି କରିପାରିବ ଏବଂ ଆମେ ଭାରତର ଡିଜିଟାଲ୍ ଟ୍ରାନ୍ସଫର୍ମେସନରେ ସହଯୋଗ ଜାରି ରଖିବାକୁ ଉତ୍ସାହିତ। ”

ଫେବୃଆରୀ ୨୦୧୯ରେ ବୋଷ ହ୍ବାଟସଆପରେ ଯୋଗ ଦେଇ କମ୍ପାନୀର ପ୍ରଥମ ଇଣ୍ଡିଆ ହେଡ୍ ଭାବେ କାର୍ଯ୍ୟ କରିଥିଲେ। ବୋଷ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ଏହି ସପ୍ତାହ ସମସ୍ତ ହ୍ବାଟସଆପର ସବୁ ଟିମ୍ ପାଇଁ ବେଶ୍ କଠିଣ ହୋଇଛି। ସ୍ବଳ୍ପ ଅନ୍ତରାଳ ପରେ ସେ ‘ଉଦ୍ୟୋଗ ଜଗତରେ’ ପୁଣି ସାମିଲ ହେବେ ବୋଲି ସେ କହିଛନ୍ତି।

ଅପରପକ୍ଷରେ ଥୁକ୍ରାଲ ବର୍ତ୍ତମାନ ଭାରତରେ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ବାଟସଆପ୍ ଆପ୍ ପାଇଁ ପବ୍ଲିକ ପଲିସି ବ୍ୟାପାରର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button