କ୍ରାଇମଦେଶ ବିଦେଶ

ପ୍ରେମିକାକୁ ୬ ଖଣ୍ଡ କରି କୂଅରେ ଫିଙ୍ଗିଲା ପ୍ରେମିକ

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଦିଲ୍ଲୀ ଘଟଣାର ପୂନରାବୃତ୍ତି । ଦିଲ୍ଲୀରେ ୩୫ ଖଣ୍ଡ ହୋଇଥିଲା ଗର୍ଲଫ୍ରେଣ୍ଡ । ଆଉ ଉତ୍ତରପ୍ରଦେଶରେ ହେଲା ୬ ଖଣ୍ଡ । ଦେଶରେ ଦିନକୁ ଦିନ ଏଭଳି ଜଘନ୍ୟ ଅପରାଧ ବଢ଼ିବାରେ ଲାଗିଛି । ଅପରାଧ ଘଟାଇବା ପୂର୍ବରୁ ଅପରାଧୀ ମନରେ ରହୁନି ଭୟ । ତେବେ ଦିଲ୍ଲୀ ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଏବେ ଉତ୍ତରପ୍ରଦେଶ ଘଟଣା ସମସ୍ତଙ୍କୁ ଚମକାଇ ଦେଇଛି । ଏଭଳି ଅପରାଧ ଘଟାଇବାକୁ କେଉଁଠୁ ଆସୁଛି ଏତେ ସାହସ? ଯଦି ଏଭଳି ଘଟଣା ବାରମ୍ବାର ଘଟେ ତେବେ ଏହା ସମାଜ ପାଇଁ ଏକ ଅଶୁଭ ସଙ୍କେତ କହିଲେ ଭୁଲ ହେବ ନାହିଁ । ତେବେ ଉତ୍ତର ପ୍ରଦେଶରେ ଏଭଳି ଜଘନ୍ୟ ଅପରାଧ ଘଟାଇଥିବା ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ । ସେ ନିଜ ପ୍ରେମିକାକୁ ୬ ଖଣ୍ଡ କରି ଏକ ପରିତ୍ୟକ୍ତ କୂଅରେ ଫିଙ୍ଗି ଦେଇଥିଲା ।

ଏହି ଯୁବକ ଜଣକ ହେଲା, ପ୍ରିନ୍ସ ଯାଦବ । ପୋଲିସ ତା ନିକଟରୁ ଏକ ଦେଶୀ ବନ୍ଧୁକ ଜବତ କରିଛି । ସେ ପୂର୍ବରୁ ଅନେକ ଅପରାଧ ସହ ଜଡ଼ିତ ରହିଛି । ଯେତେବେଳେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ପରେ ତା’ପାଖରେ ପହଞ୍ଚିଥିଲା, ସେତେବେଳେ ପୋଲିସ ଉପରକୁ ସେ ଗୁଳି ଚଳାଇଥିଲା ଏବଂ ଖସିଯିବାକୁ ଚେଷ୍ଟା କରିଥିଲା । ଫଳରେ ପୋଲିସ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା । ପୋଲିସ ଗୁଳିରେ ପ୍ରିନ୍ସ ଆହତ ହୋଇଛି । ଯୁବତୀଙ୍କ କଟା ମୁଣ୍ଡ ପଡ଼ିଥିବା ସ୍ଥାନରେ ପୋଲିସ ପକ୍ଷରୁ ଛାନ୍‌ଭିନ୍ କରାଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button