ଦେଶ ବିଦେଶବ୍ୟବସାୟ

‘ବିସଲେରୀ’କୁ କିଣିବ ଟାଟା, ୭୦୦୦ କୋଟିରେ ହୋଇପାରେ ଡିଲ୍

ନୂଆଦିଲ୍ଲୀ: ଟାଟା ଗ୍ରୁପର କମ୍ପାନୀ ଟାଟା କଞ୍ଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍ (ଟିସିପିଏଲ୍) ଖୁବ୍ ଶୀଘ୍ର ଭାରତର ସବୁଠୁ ବଡ଼ ବୋତଲ ପାଣି ବ୍ରାଣ୍ଡ୍ ବିସଲେରୀ ଇଣ୍ଟରନ୍ୟାସନାଲକୁ ଅଧିଗ୍ରହଣ କରିବ | ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୭୦୦୦ କୋଟିରେ ଏହି ଡିଲ୍ ଚୂଡାନ୍ତ ହେବ ବୋଲି ଆଶା କରାଯାଉଛି।

ତେବେ ଏହି ଡିଲ୍ ନେଇ ଏଯାବତ୍ ଟିସିପିଏଲ୍ ଏବଂ ବିସଲେରୀ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ | ବଜାର ବିଶେଷଜ୍ଞ କହିଛନ୍ତି ଯେ ଏହି ଡିଲ୍ ଚୂଡ଼ାନ୍ତ ହେବା ପରେ ଟାଟା ଗ୍ରୁପ୍ କମ୍ପାନୀ ପାନୀୟ ଜଳ ବଜାରରେ ସବୁଠାରୁ ବଡ଼ ଖେଳାଳି ଭାବେ ଉଭା ହୋଇପାରେ। ଟିସିପିଏଲ୍ ସମ୍ପ୍ରତି ହିମାଳୟ ବ୍ରାଣ୍ଡ୍ ନାମରେ ଏବଂ ଟାଟା କପର ପ୍ଲସ୍ ୱାଟର, ଟାଟା ଗ୍ଲୁକୋ ଭଳି ବ୍ରାଣ୍ଡ୍ ସହ ହାଇଡ୍ରେସନ୍ ସେଗମେଣ୍ଟରେ ପାନୀୟ ଜଳ ବିକ୍ରି କରୁଛି |

ମାର୍କେଟ ରିସର୍ଚ୍ଚ ଓ ଆଡଭାଇଜରୀ ଟେକ୍ସି ରିସର୍ଚ୍ଚର ଏକ ରିପୋର୍ଟ ଅନୁଯାୟୀ, ୨୦୨୧ ଆର୍ଥିକ ବର୍ଷ ସୁଦ୍ଧା ଭାରତୀୟ ବୋତଲ ପାଣି ବଜାର ମୂଲ୍ୟ ୨.୪୩ ବିଲିୟନ ଡ଼ଲାର (ପାଖାପାଖି, ୧୯,୩୧୫ କୋଟି) ରୁ ଅଧିକ ଥିଲା | ରିପୋର୍ଟରେ ଦର୍ଶାଯାଇଛି ଯେ ବୋତଲ ପାଣି ଗ୍ରାହକଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରୁଛି।

କୋକାକୋଲା ଇଣ୍ଡିଆ ସମେତ ଅନେକ କମ୍ପାନୀ ବୋତଲ ପାଣି ବଜାରରେ ନିଜସ୍ୱ ବ୍ରାଣ୍ଡ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି | କୋକାକୋଲାର କିନ୍ନଲି, ପେପସିକୋ’ର ଆକ୍ୱାଫିନା, ପାର୍ଲେ ଏଗ୍ରୋର ବେଲି ଏବଂ ଭାରତୀୟ ରେଳ କ୍ୟାଟରିଂ ଏବଂ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି)ର ରେଳନୀର୍ ଭଳି ବ୍ରାଣ୍ଡର ବୋତଲ ପାଣି ଉପଲବ୍ଧ | ତେବେ ଏମାନଙ୍କ ମଧ୍ୟରେ ବିସଲେରୀ ହେଉଛି ମାର୍କେଟ ଲିଡର୍ ।

Related Articles

Leave a Reply

Your email address will not be published. Required fields are marked *

Back to top button