ସ୍ୱାସ୍ଥ୍ୟ

ଗାଧୋଇବା ବେଳେ କରନ୍ତୁ ନାହିଁ ଏପରି ଭୁଲ୍, ନଚେତ୍ ହୋଇପାରେ ନାନା ପ୍ରକାର ଚର୍ମରୋଗ

ଅଧିକାଂଶ ଲୋକଙ୍କ ସ୍ନାନ କାର୍ଯ୍ୟ ସହ ଦିନର ଆରମ୍ଭ କରନ୍ତି । କିନ୍ତୁ ଅନେକ ଥର ଲୋକମାନେ ଏପରି ଭୁଲ କରନ୍ତି ଯାହା ଚର୍ମ ଉପରେ ଖରାପ ପ୍ରଭାବ ପକାଇଥାଏ | ଅନେକ ସ୍ବାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ପ୍ରତିଦିନ କିମ୍ବା ଦୀର୍ଘ ସମୟ ପର୍ଯ୍ୟନ୍ତ ଗାଧୋଇବା ଦ୍ବାରା ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ସତର୍କ କରିଛନ୍ତି । ସେମାନେ କହିଛନ୍ତି ଯେ ଗାଧୋଇବା ବେଳେ କିଛି ଭୁଲ ଆମ ଚର୍ମର ନେଚୁରାଲ୍ ଅଏଲ୍ ବା ତୈଳ ଅଂଶ କ୍ଷୟ ହୋଇଯାଏ |

ଫଳସ୍ୱରୂପ, ଚର୍ମରେ ଫାଟ ସୃଷ୍ଟି ହେବା ଆରମ୍ଭ କରେ ଏବଂ ବିପଜ୍ଜନକ ଜୀବାଣୁ ଚର୍ମରେ ସହଜରେ ପ୍ରବେଶ କରନ୍ତି | ଗାଧୋଇବାବେଳେ କେଉଁ ସବୁ ଭୁଲ୍ ଏଡ଼ାଇବା ଉଚିତ୍ ଆସନ୍ତୁ ଜାଣିବା…

ଗରମ ପାଣିରେ ବେଶି ସମୟ ଗାଧୋଇବା:

ଶୀତଦିନେ ଅଧିକାଂଶ ଲୋକ ଗରମ ପାଣିରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗାଧୋଇବା ଭୁଲ୍ କରନ୍ତି | ୱେବଏମଡିରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଗରମ ପାଣି ଚର୍ମରୁ ପ୍ରାକୃତିକ ତୈଳ ଅଂଶ ବାହାର କରି ଦିଏ, ଯେଉଁ କାରଣରୁ ଚର୍ମରେ ଶୁଷ୍କତା ଏବଂ କୁଞ୍ଚନ ସମସ୍ୟା ଆରମ୍ଭ ହୁଏ | ସେଥିପାଇଁ ଆପଣ କେବଳ ୫ ରୁ ୧୦ ମିନିଟ୍ ପର୍ଯ୍ୟନ୍ତ ଗରମ ପାଣିରେ ସ୍ନାନ କରିବା ଉଚିତ୍ |

ଭୁଲ୍ ସାବୁନ୍ ବ୍ୟବହାର:

ଆଣ୍ଟିବ୍ୟାକ୍ଟେରିଆଲ୍ ସାବୁନ୍ ଚର୍ମରେ ଭଲ ବ୍ୟାକ୍ଟେରିଆ ସହ ଅଧିକ ବ୍ୟାକ୍ଟେରିଆ ନଷ୍ଟ କରିପାରେ । ଏହି ଦ୍ବାରା କ୍ଷତିକାରକ ବ୍ୟାକ୍ଟେରିଆ ଆପଣଙ୍କ ଶରୀରେ ପ୍ରବେଶ କରିଥାଏ ଯାହା ଆଣ୍ଟିବାୟୋଟିକ୍ ପ୍ରତିରୋଧକ ଅଟେ । ତେଣୁ ସର୍ବଦା ସେହି ସାବୁନ ବ୍ୟବହାର କରନ୍ତୁ ଯେଉଁଥିରେ ତୈଳ, କ୍ଲିଂଜର୍ ଓ ସାୱାର ଜେଲ୍ ଭଳି ଅଂଶ ଥାଏ |

ଏହି ସ୍ଥାନଗୁଡିକରେ ସାବୁନର କମ୍ ବ୍ୟବହାର:

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଶରୀରର ସମସ୍ତ ଅଙ୍ଗକୁ ସଫା କରିବା ପାଇଁ ବଡି ଓ୍ବାଶ୍ କିମ୍ବା ସାବୁନର ଆବଶ୍ୟକତା ପଡ଼ିନଥାଏ | ସେଥିପାଇଁ ବାହୁ, ଗୋଡ଼, ହାତ, ମୁହଁ ଏବଂ ଜଙ୍ଘରୁ ପେଟ ମଧ୍ୟରେ ଥିବା ସ୍ଥାନରେ ବହୁତ କମ୍ ସାବୁନ୍ ବ୍ୟବହାର କରାଯିବା ଉଚିତ୍ | ଶରୀରର ଏହି ଅଙ୍ଗଗୁଡ଼ିକ ଅତ୍ୟନ୍ତ ସମ୍ବେଦନଶୀଳ | ସେଥିପାଇଁ ଆବଶ୍ୟକତା ଠାରୁ ଅଧିକ ସାବୁନ୍ ବ୍ୟବହାର କରିବା ଦ୍ବାରା କୁଣ୍ଡେଇ ହେବା ଏବଂ ଶୁଷ୍କତାର ସମ୍ଭାବନା ଥାଏ |

ସଫା ଟାୱେଲ ବ୍ୟବହାର କରନ୍ତୁ:

ଗାଧୋଇବା ପରେ ସର୍ବଦା ଏକ ସଫା ଟାୱେଲ ବ୍ୟବହାର କରନ୍ତୁ | ଅପରିଷ୍କାର ଟାୱେଲରେ ଏପରି ବ୍ୟାକ୍ଟେରିଆ ଲୁଚି ରହିଥା’ନ୍ତି, ଯାହା ଆମ ଚର୍ମକୁ କ୍ଷତି ପହଞ୍ଚାଇପାରେ | ମଇଳା ଟାୱେଲ ବ୍ୟବହାର କରିବା ଦ୍ବାରା ପାଦର ନଖରେ ଫଙ୍ଗସ୍ ଏବଂ ଚର୍ମରେ କୁଣ୍ଡେଇ ହେବା ସମସ୍ୟା ବଢ଼ିପାରେ।

Related Articles

Leave a Reply

Your email address will not be published. Required fields are marked *

Back to top button