ମନୋରଞ୍ଜନ

ଛେନାପୋଡ଼ର ଦିୱାନା ହେଲେ ଆୟୁଷ୍ମାନ ଖୁ୍ରାନା, ଚର୍ଚ୍ଚାରେ ଟୁଇଟ

ଭୁବନେଶ୍ୱର – ଛେନାପୋଡ଼ର ଲୋକପ୍ରିୟତା ଏବେ ଆଉ ଓଡ଼ିଶାରେ ସୀମିତ ହୋଇ ରହିନାହିଁ। ଜାତୀୟ ସ୍ତରରେ ନୟାଗଡ଼ ଛେନାପୋଡ଼କୁ ଏକ ସ୍ୱତନ୍ତ୍ର ଓ ସ୍ବାଦିଷ୍ଟ ମିଷ୍ଟାନ୍ନ ଭାବେ ସ୍ଵୀକୃତ ହେଲାଣି । ଅଭିନେତା ଓ ଗାୟକ ଆୟୁଷ୍ମାନ ଖୁରାନା ମଧ୍ୟ ଏବେ ଛେନାପୋଡ଼ର ଦିୱାନା। ନିକଟରେ ଆୟୁଷ୍ମାନ ଖୁରାନା ଯାଜପୁର ମହୋତ୍ସବରେ ସଂଗୀତ ପରିବେଷଣ କରିଥିଲେ।

 

ସେ ଓଡ଼ିଶା ରସଗୋଲା ଓ ଛେନାପୋଡ଼ ସଂପର୍କରେ କହିଥିଲେ । ସେ ଛେନାପୋଡ଼ ଖାଇଥିଲେ । ପରେ ଛେନାପୋଡ଼ ନେଇ ଆୟୁଷ୍ମାନ ଏକ ଟୁଇଟ କରିଛନ୍ତି । ଏହି ଟୁଇଟ ଏବେ ଚର୍ଚ୍ଚିତ ହୋଇଛି । ଛେନାପୋଡ଼ର ଏକ ଫଟୋ ପୋଷ୍ଟ କରି ଆୟୁଷ୍ମାନ କହିଛନ୍ତି ଯେ, ଏହାର ପୋଡ଼ା ଅଂଶ ତାଙ୍କ ଜୀବନର ନିଜର ‘ଡାର୍କ ସାଇଡ’କୁ ସଫଳତାର ସହ ଏଡାଇଦିଏ । ଛେନାପୋଡର ପ୍ରଶଂସାରେ ନେଇ ଭିକି ଡୋନର ଅଭିନେତାଙ୍କ ଏହି ଟୁଇଟ ପରେ ଓଡ଼ିଶା ଟୁରିଜିମ ତାଙ୍କୁ ଧନ୍ୟବାଦ ଜଣାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button