ସ୍ୱାସ୍ଥ୍ୟ

ଶରୀରରେ ୟୁରିକ ଏସିଡର ହ୍ରାସ ପାଇଁ ଲାଭଦାୟକ କଲରା

ୟୁରିକ ଏସିଡ ଶରୀରରେ ପ୍ରସ୍ତୁତ ହେଉଥିବା ଗୋଟିଏ ପ୍ରକାରର ଟକ୍ସିନ ଅଟେ, ଯାହାକୁ କିଡ୍ନୀ ଫିଲ୍ଟର କରି ଶରୀରରୁ ଖୁବ ସହଜରେ ବାହାର କରି ଦେଇଥାଏ l କିନ୍ତୁ ଯେବେବି କିଡ୍ନୀ ୟୁରିକ ଏସିଡ କୁ ଫିଲ୍ଟର କରିବା ବନ୍ଦ କରି ଦେଇଥାଏ ତେବେ ଶରୀରରେ ଏହାର ମାତ୍ରା ବଢିବାକୁ ଲାଗିଥାଏ l ଏହାପରେ ଗଣ୍ଠିରେ କ୍ରିଷ୍ଟାଲ ଭାବରେ ଜମିବାକୁ ଲାଗିଥାଏ l

ଏହାଛଡା ଖରାପ ଖାଦ୍ୟ ଶୈଳୀ, ଦ୍ରୁତ ଗତିରେ ଓଜନ ବୃଦ୍ଧି, ମଧୁମେହ ଓ ଅଧିକ ମଦ୍ୟ ପାନ ଦ୍ୱାରା ୟୁରିକ ଏସିଡ ଦ୍ରୁତ ଗତିରେ ବୃଦ୍ଧି ହୋଇଥାଏ l ଶରୀରର ୟୁରିକ ଏସିଡ ବୃଦ୍ଧି ହେବା ଦ୍ୱାରା ଜଏଣ୍ଟ ଗୁଡିକରେ ଅସହନୀୟ ଯନ୍ତ୍ରଣା ହୋଇଥାଏ l ଏହାକୁ କମ କରିବା ପାଇଁ ଡାକ୍ତର ବିଭିନ୍ନ ଖାଦ୍ୟ ପେୟ ଉପରେ ନିୟନ୍ତ୍ରଣ କରିବା ପାଇଁ କହି ଥାଆନ୍ତି l

– ଆୟୁର୍ବେଦ ଅନୁସାରେ ୟୁରିକ ଏସିଡ କମ କରିବା ପାଇଁ ପିତା ଜିନିଷ ସେବନ କରିବାକୁ ପରାମର୍ଶ ଦେଇ ଥାଆନ୍ତି l ପିତା ଜିନିଷ ଦ୍ୱାରା ୟୁରିକ ଏସିଡ ନିୟନ୍ତ୍ରଣ ହୋଇଥାଏ l ସେହିଭଳି କଲରା ସେବନ କରିବା ଦ୍ୱାରା ୟୁରିକ ଏସିଡ ନିୟନ୍ତ୍ରଣ ହୋଇଥାଏ l

– ଗବେଷଣା କହୁଛି କଲରା ରେ ଭରପୁର ମାତ୍ରାରେ ଆଇରନ, ମଗ୍ନେଶୀୟମ, ପୋଟାସିୟମ ଓ ଭିଟାମିନ ସି ଭଳି ପୋଷାକ ତତ୍ୱ ରହିଥାଏ l ବାସ୍ତବରେ ଏହି ପୋଷାକ ତତ୍ୱ ର ଗୋଟିଏ ବଡ ଭଣ୍ଡାର ଅଟେ l

– କେରୋଟିନ ଓ ପୋଟାସିୟମ ଖୁବ ଉଚ୍ଚ ମାତ୍ରାରେ ରହିଥାଏ l ଗୋଟିଏ ଗବେଷଣା ରେ କିଛି ମୂଷା ଙ୍କୁ ନେଇ ଗବେଷଣା କରାଯାଇ ଥିଲା, ଯେଉଁଥିରେ ତାଙ୍କୁ କଲରା ଦିଆ ଯାଇଥିଲା, ଯାହାଦ୍ୱାରା ତାଙ୍କର ୟୁରିକ ଏସିଡ କମ ହୋଇଥିଲା l

– ଗବେଷଣା କହୁଛି ଯେ ନିୟମିତ ଭାବରେ କଲରା ସେବନ କରିବା ଦ୍ୱାରା ବ୍ଲଡ଼ ସୁଗାର ନିୟନ୍ତ୍ରିତ ହୋଇଥାଏ l କ୍ୟାନ୍ସର ଭଳି ବିପଦ ମଧ୍ୟ ଦୁରେଇ ଯାଇଥାଏ l ବ୍ୟାଡ଼ କୋଲେଷ୍ଟ୍ରଲ ନିୟନ୍ତ୍ରଣ ହୋଇଥାଏ l ଓଜନ ହ୍ରାସ ହୋଇଥାଏ, ଲିଭର ସୁସ୍ଥ ହୋଇଥାଏ l

– କଲରା କୁ ଆମେ ଜୁସ ଛଡା ଅନ୍ୟ ମାଧ୍ୟମରେ ବିଭିନ୍ନ ଉପାୟରେ ଆପଣ ଏହାକୁ ରାନ୍ଧି ଖାଇ ପାରିବେ l ଯାହାଦ୍ୱାରା ଶରୀର କୁ ସମସ୍ତ ଲାଭ ମିଳିଥାଏ l

Related Articles

Leave a Reply

Your email address will not be published. Required fields are marked *

Back to top button