କ୍ରାଇମ

ଲଜ୍ଜା: ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ଉଲଗ୍ନ କରି ବୁଲାଇଲା – Utkal Mail


ଜୟପୁର: ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାରେ ଜଣେ ମହିଳାଙ୍କୁ ନିସ୍ତୁକ ମାଡ଼ ସହ ଉଲଗ୍ନ କରି ଗାଁ ସାରା ବୁଲାଯାଇଛି। ଖାଲି ସେତିକି ନୁହେଁ, ଉକ୍ତ ଘଟଣାକୁ ମୋବାଇଲ କ୍ୟାମେରାରେ ରେକର୍ଡ କରାଯାଇଛି। ଏଭଳି ଜଘନ୍ୟ କାମ ମହିଳାଙ୍କ ସ୍ବାମୀ ଏବଂ ଶାଶୂ ଶ୍ବଶୁର ହିଁ କରିଛନ୍ତି। ଗତ ଗୁରୁବାର ରାତିରେ ଏହି ଘଟଣା ଘଟିଛି। ପରକିୟା ପ୍ରୀତି ସନ୍ଦେହରେ ୨୧ ବର୍ଷୀୟା ମହିଳାଙ୍କୁ ତାଙ୍କ ସ୍ବାମୀ ନିସ୍ତୁକ ମାଡ଼ ମାରିବା ପରେ ତାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇଛି। ଉକ୍ତ ମାମଲାରେ ମହିଳାଙ୍କ ସ୍ବାମୀ ସମେତ ମୋଟ୍‌ ୭ ଜଣ ଗିରଫ ହୋଇଛନ୍ତି। ରାଜସ୍ଥାନ ଡିଜିପି ଉମେଶ ମିଶ୍ର କହିଛନ୍ତି, ମହିଳାଙ୍କ ଶାଶୂ ଘର ଲୋକ ଅଭିଯୋଗ କରିଛନ୍ତି ଯେ ମହିଳା ଅନ୍ୟ ଜଣଙ୍କ ସହ ପଳାଇଥିଲେ। ସେମାନେ ମହିଳାଙ୍କୁ ଅପହରଣ କରି ଆଣି ତାଙ୍କୁ ଗାଁରେ ନିସ୍ତୁକ ମାଡ଼ ମାରିଥିଲେ ଏବଂ ଏହାପରେ ତାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇଥିଲେ। ମହିଳାଙ୍କ ସ୍ବାମୀଙ୍କ ସହ ତାଙ୍କ ଶାଶୂ ଏବଂ ଶ୍ବଶୂର ମଧ୍ୟ ଏହି ଘଟଣାରେ ସମ୍ପୃକ୍ତ। ତେବେ ଉକ୍ତ ଘଟଣାର ଭିଡିଓ ଭାଇରାଲ୍‌ ହେବାପରେ ପୁଲିସ ମହିଳାଙ୍କ ସ୍ବାମୀଙ୍କ ସମେତ ମୋଟ୍‌ ୭ ଜଣଙ୍କୁ ଗିରଫ କରିଛି।

ମହିଳାଙ୍କ ସ୍ବାମୀଙ୍କ ନାଁ କାନା ମୀନା। ଘଟଣାରେ ୧୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ପାଇଁ ୫ ସଦସ୍ୟ ବିଶିଷ୍ଟ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଗଠନ ହୋଇଛି। ପୀଡ଼ିତା ଜଣେ ଗର୍ଭବତୀ ବୋଲି ଜଣାପଡ଼ିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଉକ୍ତ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ପ୍ରତାପଗଡ଼ ଯାଇ ପୀଡ଼ିତାଙ୍କୁ ଭେଟିଛନ୍ତି। ଦୋଷୀଙ୍କୁ ତୁରନ୍ତ ଦଣ୍ଡ ମିଳିବ ବୋଲି ସେ ଆଶ୍ବାସନା ଦେଇଛନ୍ତି। ପୀଡ଼ିତାଙ୍କ ପାଇଁ ଗେହଲଟ ୧୦ ଲକ୍ଷ କ୍ଷତିପୂରଣ ଘୋଷଣା କରିଛନ୍ତି ଏବଂ ତାଙ୍କୁ ସରକାରୀ ଚାକିରି ମିଳିବ ବୋଲି କହିଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button