ଦେଶ ବିଦେଶ

0ଶେଖ୍ ହସିନାଙ୍କ ବିସ୍ଫୋରକ ବୟାନ: ବାଂଲାଦେଶ ଗଣହତ୍ୟାର ମାଷ୍ଟରମାଇଣ୍ଡ ମହମ୍ମଦ ୟୁନୁସ

ନୂଆଦିଲ୍ଲୀ: ବାଂଲାଦେଶ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କ ବିରୋଧରେ ଗଣହତ୍ୟା ଓ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରିବା ଅଭିଯୋଗ ଆଣିଛନ୍ତି ପଦଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହସିନା। ନ୍ୟୁୟର୍କରେ ଆୱାମୀ ଲିଗ୍‌ର ଏକ କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ସମ୍ବୋଧିତ କରି ହସିନା ମନ୍ଦିର, ଚର୍ଚ୍ଚ ଓ ଇସ୍କନ ଉପରେ ଆକ୍ରମଣ ପାଇଁ ୟୁନୁସଙ୍କୁ ଦାୟୀ କରିଛନ୍ତି। ହସିନା କହିଛନ୍ତି, ବାସ୍ତବରେ ମହମ୍ମଦ ୟୁନୁସ ହିଁ ବିଦ୍ରୋହୀ ଛାତ୍ରଙ୍କ ସହ ମିଶି ଏକ ସୁଚିନ୍ତିତ ଯୋଜନା ମାଧ୍ୟମରେ ଗଣହତ୍ୟା କରିଛନ୍ତି। ସେ ହେଉଛନ୍ତି ଗଣହତ୍ୟାର ମାଷ୍ଟରମାଇଣ୍ଡ। ଏପରିକି ଲଣ୍ଡନରୁ ତାରିକ ରେହମାନ (ବିଏନ୍‌ପି ନେତ୍ରୀ ଓ ଖାଲିଦା ଜିଆଙ୍କ ପୁଅ) ମଧ୍ୟ କହିଛନ୍ତି ଯେ ଯଦି ହତ୍ୟା ଓ ଆକ୍ରମଣ ଜାରି ରହେ, ତେବେ ସରକାର ରହିବ ନାହିଁ। ଦେଶରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ହସିନା କହିଛନ୍ତି, ଆଜି ଶିକ୍ଷକ, ପୁଲିସ ସମସ୍ତଙ୍କୁ ଆକ୍ରମଣ ଓ ହତ୍ୟା କରାଯାଉଛି। ହିନ୍ଦୁ, ବୌଦ୍ଧ, ଖ୍ରୀଷ୍ଟିଆନଙ୍କୁ ଟାର୍ଗେଟ କରାଯାଉଛି। ଚର୍ଚ୍ଚ ଓ ଅନେକ ମନ୍ଦିର ଉପରେ ଆକ୍ରମଣ ହୋଇଛି। ଏଥିପାଇଁ ୟୁନୁସ ସରକାର ଦାୟୀ।

ବାଂଲାଦେଶରେ ଇସ୍‌ଲାମିକ କଠୋରପନ୍ଥୀଙ୍କ ଦ୍ୱାରା ହିନ୍ଦୁ ସମ୍ପ୍ରଦାୟ ଉପରେ ଆକ୍ରମଣର ଲହର ଚାଲିଥିବା ବେଳେ ୟୁନୁସଙ୍କ ବିରୋଧରେ ଏହି ଅଭିଯୋଗ ହୋଇଛି। ତିନି ଜଣ ହିନ୍ଦୁ ସାଧୁଙ୍କୁ ଗିରଫ କରାଯିବା ଘଟଣା ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଦାବି କରିଛନ୍ତି ଯେ ତାଙ୍କ ପିତା ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କୁ ହତ୍ୟା କରାଯିବା ପରି ତାଙ୍କୁ ହତ୍ୟା କରିବାକୁ ଯୋଜନା ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button