ହାଇଟ ବା ଉଚ୍ଚତା ନବଢିବା ପିଲା ତଥା କୈଶୋର ଅବସ୍ଥାରେ ଏହା ଏକ ବଡ ସମସ୍ଯା ହୋଇଥାଏ । କାରଣ ସମସ୍ତେ ଡେଙ୍ଗା ହେବାକୁ ଚାହିଁଥାନ୍ତି । ନିଜର ହାଇଟ ବଢାଇବାକୁ ଇଛା ରଖିଥାନ୍ତି । ହେଲେ ହାଇଟ ନବଢିବା ପାଇଁ କେତେ ଗୁଡିଏ କାରଣ ଦାୟୀ ରହିଥାନ୍ତି । ପିଲାର ହାଇଟ ବଢିବା କି ନବଢିବା ତାହା ତାହାର ବଂଶାନୁଗତ କାରଣ ଉପରେ ନିର୍ଭର କରିଥାଏ । କାରଣ ପ୍ରାୟତଃ କ୍ଷେତ୍ରରେ ଯଦି ବାପା, ମାଆ ମାନେ ଡେଙ୍ଗା ହୋଇଥାନ୍ତି ।
ତେବେ ସେହି କ୍ଷେତ୍ରରେ କିଛି ଭିଟାମିନ ଅଭାବରୁ ପିଲା ମାନଙ୍କ ହାଇଟ ନବଢିପାରେ । ତୃତୀୟରେ ଅନ୍ତଃସ୍ରାବୀ ଗ୍ରନ୍ଥିରେ ସମସ୍ଯା ରହିଥିଲେ । ପିଲାଙ୍କର ଉଚ୍ଚତା ବଢିବାରେ ସମସ୍ଯା ହୋଇଥାଏ । ହାଇପୋ ଥାଇରଏଡ ସମସ୍ଯା ଥିଲେ । ଶରୀରରେ ଉଚ୍ଚତା ବଢିପାରିନଥାଏ । କାରଣ ଯଦି ଥାଇରଏଡ ହରମୋନ ଶରୀରରେ କମ୍ ପରିମାଣରେ ରିଲିଜ ହେବ । ତେବେ ହାଇଟ ବଢିବାରେ ବହୁତ ଅସୁବିଧା ରହିଥାଏ ।
ପିଲା ମାନଙ୍କର ଉଚ୍ଚତା ବଢିବାର ନିର୍ଦ୍ଧିଷ୍ଟ ସମୟ ରହିଥାଏ । ପିଲା ମାନେ ଜନ୍ମ ହେବାପରେ ସାମାନ୍ୟ ବଡ ହୋଇଥାନ୍ତି । ତାପରେ ବଢିବା ପ୍ରକ୍ରିୟା ବହୁତ ଧୀରେ ଧୀରେ କରି ହୋଇଥାଏ । ତେବେ 8 ରୁ 16 ବର୍ଷ ମଧ୍ୟରେ ପିଲା ମାନଙ୍କର ଯେଉଁ କିଶୋର ଅବସ୍ଥା ରହିଥାଏ । ସେହି ସମୟରେ ତାଙ୍କର ହାଇଟ ବହୁତ ଶୀଘ୍ର ଶୀଘ୍ର ବଢିବାକୁ ଲାଗିଥାଏ । ଯଦି ପିଲା ଛୋଟ ଥିବା ସମୟରେ ପିଲାର ହାଇଟ ଠିକ ଭାବେ ବଢି ପାରୁନାହିଁ ବୋଲି ଜାଣିବାକୁ ପାଉଛନ୍ତି ।
ତେବେ ଏ ନେଇ ଡାକ୍ତରଙ୍କ ପରାମର୍ଶ ବହୁତ ଶୀଘ୍ର ନେଇଯିବା ଜରୁରୀ ଅଟେ । କାରଣ ପିଲାର ବୟସ ଓ ହାଇଟ ଦେଖି ଡାକ୍ତର ମାନେ ଏହା ଉପରେ ଅନୁଧ୍ୟାନ କରି ପିଲାର କେଉଁ କାରଣରୁ ହାଇଟ ବଢିପାରୁନାହିଁ । ତାହା ଉପରେ ତର୍ଜମା କରି ପିଲାର ହାଇଟ ବଢାଇବା ପାଇଁ ବାଟ ଖୋଜିଥାନ୍ତି । ହାଇଟ ବଢୁନଥିବା ପିଲାଙ୍କୁ ଠିକ ସମୟରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଗ୍ରୋଥ ହରମୋନ ଓ ଥାଇରଏଡ ହରମୋନ ଦିଆଗଲେ । ତାଙ୍କର ଠିକ ଭାବେ ହାଇଟ ବଢିପାରିଥାଏ ।