ବେଳେବେଳେ ଆମେ ଅନ୍ୟ ମାନଙ୍କ ପାଇଁ ଯେତିକି କରିଥାଉ । ତାହା ତୁଳନାରେ ତାଙ୍କ ଠାରୁ ସେତିକି ସମ୍ମାନ କି ଭଲ ପାଇବା ପାଇପାଇନଥାଉ । ଯାହାଫଳରେ ଆମେ ମାନେ ମାନସିକ ସ୍ତରରେ ଭାଙ୍ଗି ପଡିଥାଉ । ଆମକୁ ଏମିତି ଅନୁଭବ ହୋଇଥାଏ । ଯେ ଆମେ ଅନ୍ୟ ମାନଙ୍କ ପାଇଁ ସବୁ ସମୟରେ ଛିଡା ହେଉଛୁ । ହେଲେ ତାହା ବଦଳରେ ସେମାନେ ଆମକୁ ଟିକିଏ ସମ୍ମାନ ମଧ୍ୟ କରିବାକୁ ଉଚିତ ମନେ କରୁନାହାନ୍ତି ।
ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏଭଳି କିଛି ଟିପ୍ସ ଦେବାକୁ ଯାଉଛୁ । ଯାହାଦ୍ୱାରା ଆପଣଙ୍କୁ ପ୍ରତ୍ଯେକଟି କ୍ଷେତ୍ରରେ ସମ୍ମାନ ମିଳିପାରିବ । ତେବେ ପ୍ରଥମ ଟିପ୍ସଟି ହେଲା ନିଜକୁ ପ୍ରଥମେ ରେସ୍ପେକ୍ଟ ଦିଅ ଏବଂ ନିଜକୁ ଭଲ ପାଇବା ସିଖିଲେ ହିଁ ଆପଣ ମାନଙ୍କୁ ଅନ୍ୟ କେହି ରେସ୍ପେକ୍ଟ ଦେବ । ଆମେ କେବେକେବେ ନିଜକୁ ନେଇ ବହୁତ ଦ୍ଵନ୍ଦରେ ପଡିଯାଇଥାଉ । ସେହିପରି ଆମ ମାନଙ୍କୁ ଲାଗେ କି ଆମକୁ କେହି ବି ରେସ୍ପେକ୍ଟ ଦେଉ ନାହାଁନ୍ତି ।
ହେଲେ ଆମ ମାନଙ୍କୁ ପ୍ରଥମେ ଜାଣି ରଖିବାର ଏଠାରେ ଆବଶ୍ୟକତା ଅଛି । ଯେ ଆମେ କାହା ଠାରୁ କିଛି ଆଶା କରିବା ବଦଳରେ ନିଜକୁ ନିଜେ ପ୍ରଥମେ ଭଲ ପାଇବା ଦେଇ ଶିଖିବା ଉଚିତ । ବେଳେବେଳେ କିଛି ଲୋକ ଆମର ମଜାକ ଉଡାଇ ଚାଲିଯାଇଥାନ୍ତି । ଯେଉଁ କାରଣରୁ ଆମକୁ ବହୁତ କଷ୍ଟ ଲାଗିଥାଏ । ତେବେ ଆମେ ସେହି ସମୟରେ ସେଠାରେ ନିଜକୁ ଅନ୍ୟ ସାମ୍ନାରେ ଦୁର୍ବଳ ନକରି ସେଠାରେ ଏମିତି କିଛି କରି ଦେଖାଇବା ଉଚିତ ।
ଯେ ତୁମକୁ ଅପମାନ କରୁଥିବା ସାମ୍ନା ଲୋକ ଦିତୀୟ ଥର ତୁମକୁ କିଛି କହିବା ପୂର୍ବରୁ ଯେପରି ଶହେ ଥର ତାକୁ ଭାବିବା ପାଇଁ ପଡିବ । ଜୀବନରେ ଯଦି ପ୍ରକୃତରେ ଆପଣ ମନେ ସମ୍ମାନର ପାତ୍ର ହେବାକୁ ଚାହୁଁଥାନ୍ତି । ତେବେ ନିଜକୁ ହିଁ ପ୍ରଥମେ ସେହିଭଳି ଯୋଗ୍ୟ କରି ଗଢି ତୋଳିବାର ଆବଶ୍ୟକତା ରହିଛି । ଯାହାଦ୍ୱାରା ଆପଣଙ୍କ ସହ କଥା ହେବାକୁ ଆପଣଙ୍କ ସହ ମିଶିବାକୁ ଅନ୍ୟ ମନେ ବ୍ଯାକୁଳ ହୋଇ ଉଠିବେ ।