ବନ୍ଧୁଗଣ ଆଜିର ମାନବ ସଭ୍ୟତା ବହୁତ ସଫଳତା ଅର୍ଜନ କରିଚାଲିଛି । ବିଜ୍ଞାନ ଦ୍ଵାରା ବହୁତ ପ୍ରକାରର ରିସର୍ଚ କରିଛୁ । ବିଜ୍ଞାନ ଜରିଆରେ ବୈଜ୍ଞାନିକ ମାନେ ଜାଣିବାକୁ ଚାହୁଁଛନ୍ତି କି ଏହି ବିଶାଳ ସଂସାରକୁ କିଏ ବନେଇଲ ? ସଂସାରରେ ପ୍ରଥମେ ମନୁଷ୍ୟର ଜନ୍ମ କେମିତି ହୋଇଥିଲା । କିନ୍ତୁ ଏବେ ପର୍ଯ୍ୟନ୍ତ ମଧ୍ୟ ବୈଜ୍ଞାନିକ ମାନଙ୍କୁ ଏ ସମ୍ପର୍କରେ ସେପରି କିଛି ଖାସ ପ୍ରମାଣ ମିଳିପାରିନାହିଁ । ତେବେ ପୃଥିବୀ ପୃଷ୍ଠର ପ୍ରଥମ ମଣିଷ କିଏ ଥିଲା ଓ କିଏ ତାକୁ ଗଢିଥିଲା ? ଏ ସମ୍ପର୍କରେ ଆଜି ଆମେ ଆପଣଙ୍କୁ କିଛି ତଥ୍ୟ ପ୍ରଦାନ କରିବୁ ।
ହିନ୍ଦୁ ମାନ୍ୟତା ଅନୁସାରେ ସଂସାରକୁ ଇଶ୍ଵର ହିଁ ବନେଇଛନ୍ତି । କେମିତି ମନୁଷ୍ୟ ଜାତିର ଜନ୍ମ ହେଲା ଓ କେମିତି ସେ ପୃଥିବୀ ପୃଷ୍ଠକୁ ଆସି ବସ କରିଥିଲେ ? ଇଏ ହେଉଛି ଗୋଟେ ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ ଅଟେ । ତେବେ ଏଠାରେ ବଡ କଥା ହେଉଛି କି ପୃଥିବୀ ପୃଷ୍ଠରେ ମନୁଷ୍ୟକୁ କିଏ ବନେଇଲେ । ହିନ୍ଦୁ ଧର୍ମ ଅନୁସାରେ ସଂସାରରେ ସର୍ବ ପ୍ରଥମେ ଜନ୍ମ ନେଇଥିବା ପ୍ରଥମ ମଣିଷ ମନୁ ଥିଲେ । ସେଥିପାଇଁ ଭାରତୀୟ ସଭ୍ୟତାରେ ମନୁକୁ ପ୍ରଥମ ମନୁଷ୍ୟ ମାନାଯାଇଥାଏ ।
ସେହିପରି ପଶ୍ଚିମ ସଭ୍ୟତାରେ ଆଦାମ ଦୁନିଆକୁ ଆସିଥିବା ସର୍ବ ପ୍ରଥମ ମନୁଷ୍ୟ ମାନୁଛନ୍ତି । ଯାହାପରେ ମନୁଷ୍ୟ ଜାତିର ଆରମ୍ଭ ହେଲା । ହିନ୍ଦୁ ପୌରାଣିକ କଥାନୁସାରେ ମନୁଙ୍କର ରଚନା ସ୍ଵୟଂ ବ୍ରହ୍ମା କରିଥିଲେ । କୁହାଯାଏ କି ମାନବ ସଂସାର ରଚନା କରିବା ପାଇଁ ଭଗବାନ ବ୍ରହ୍ମାଙ୍କ ଦ୍ଵାରା ଦୁଇଟି ଲୋକଙ୍କୁ ବନା ଯାଇଥିଲା, ଗୋଟେ ପୁରୁଷ ଓ ଆଉ ଗୋଟେ ସ୍ତ୍ରୀ ।