ଦାମ୍ପତ୍ୟ ଜୀବନରେ ପତ୍ନୀ ସହ ଜବରଦସ୍ତ ଶାରୀରିକ ସମ୍ପର୍କ ରଖୁଛନ୍ତି କି? ଲାଗିବ ବଳାତ୍କାର‌ ଅଭିଯୋଗ! ଜାଣନ୍ତୁ ପୁରା ଖବର

କଣ ଆପଣ ଜାଣନ୍ତି କି ବିବାହ ପରେ ସ୍ତ୍ରୀର ବିନା ଅନୁମତିରେ ଯଦି ଆପଣ ସ୍ତ୍ରୀ ସହିତ ଶାରିରୀକ ସମ୍ପର୍କ ରଖିବାକୁ ଚେଷ୍ଟା କରୁଛନ୍ତି ତେବେ କଣ ହେବ ପରିଣାମ । ଏଥି ପାଇଁ ଆପଣଙ୍କୁ ଦଣ୍ଡ ବି ମିଳିପାରେ । ଆପଣ ଜେଲ୍ ବି ଯାଇ ପାରନ୍ତି । ତେବେ କେଉଁଠି ନା କେଉଁଠି ଆପଣ ଯଦି ଭାବୁଥାନ୍ତି କି ଗୋଟିଏ ଝିଅକୁ ବିବାହ କରି ସାରିବା ପରେ ସେ ଯଦି ଆପଣର ସମ୍ପତ୍ତି ହୋଇଗଲା ତେବେ ଏହା ସମ୍ପୂର୍ଣ ଭୁଲ୍ ଅଟେ ।

Court order

ବିବାହ ଏକ ପବିତ୍ର ବନ୍ଧନ । ଶାରିରୀକ ସମ୍ପର୍କ ସ୍ଥାପନ କରିବା ଏହାର ଏକ ଅଂଶ ଅଟେ ସତ । ହେଲେ , ବିବାହର ସମ୍ପୂର୍ଣ ଅର୍ଥ କେବଳ ଶାରିରୀକ ସମ୍ପର୍କ ନୁହେଁ । ଏହା ଠାରୁ ବହୁ ଉର୍ଦ୍ଧରେ ବିବାହ ।

କଣ ଆପଣ ଜାଣନ୍ତି ଭାରତରେ ପ୍ରତି ମୁହୂର୍ତ୍ତରେ ପ୍ରାୟ ହଜାର ହଜାର ମହିଳା ନିଜ ସ୍ଵାମୀଙ୍କ ଦ୍ୱାରା ବଳାତ୍କାରର ଶିକାର ହେଉଛନ୍ତି । ଭାରତ ଭଳି ଏକ ପୁରୁଷ ପ୍ରାଧାନ୍ୟ ଦେଶରେ ଏହାକୁ ବିଶ୍ୱାସ କରାଯାଏ ନାହିଁ । କାରଣ ଏଠାରେ ସ୍ତ୍ରୀକୁ ପୁରୁଷର ଆବଶ୍ୟକତା ପୂରଣ କରିବାର ଏକ ମାଧ୍ୟମ ଭାବେ ଦେଖା ଯାଇଥାଏ ।

ଭାରତରେ ମହିଳା ସଶକ୍ତିକରଣ , ମହିଳାଙ୍କ ଉନ୍ନତି ପାଇଁ ଅନେକ ଯୋଜନା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉଥିବା ବେଳେ ଏହି ଦିଗକୁ ସମ୍ପୂର୍ଣ ଅଣଦେଖା କରାଯାଏ ବୋଲି ଭୁଲ୍ ହେବ ନାହିଁ । ଯେତେବେଳେ ଗୋଟେ ମହିଳା ନିଜ ସ୍ଵାମୀ ଦ୍ୱାରା ଶୋଷିତ ହୋଇଥାଏ ତାକୁ ବଳାତ୍କାର ନୁହେଁ ବରଂ ଘରୋଇ ହିଂସାର ନା ଦିଆ ଯାଇଥାଏ । ଏବଂ ଭାରତରେ ଏଥି ପାଇଁ କିଛି ବିଶେଷ ଦଣ୍ଡ ବ୍ୟବସ୍ଥାର ମଧ୍ୟ ଆଇନ୍ ନାହିଁ ।

Husband wife

ଭାରତର ନିୟମରେ ବୈବାହିକ ବଳାତ୍କାର ଅପରାଧ ନୁହେଁ। ସର୍ତ୍ତ ହେଉଛି ସ୍ତ୍ରୀଙ୍କ ବୟସ ୧୮ ବର୍ଷରୁ କମ ହେବା ଉଚିତ ନୁହେଁ। ଦୀର୍ଘ ଦିନ ଧରି ଏହାକୁ ଅପରାଧ ବୋଲି ଘୋଷଣା କରିବାକୁ ଅନେକ ସଂଗଠନ ଦାବି କରିଆସୁଛନ୍ତି। ବୈବାହିକ ବଳାତ୍କାର ସମ୍ପର୍କରେ କେନ୍ଦ୍ର ସରକାର ୨୦୧୭ରେ ଦିଲ୍ଲୀ ହାଇକୋର୍ଟଙ୍କୁ କହିଥିଲେ ଏହାକୁ ଅପରାଧ ବୋଲି ବିବେଚନା କରାଯାଇପାରିବ ନାହିଁ କାରଣ ଯଦି ଏହା ଘଟେ ତେବେ ବିବାହ ପରି ଏକ ପବିତ୍ର ଅନୁଷ୍ଠାନ ଅସ୍ଥିର ହୋଇଯିବ। ଏହା ମଧ୍ୟ କୁହାଯାଇଥିଲା ସ୍ତ୍ରୀମାନେ ନିଜ ସ୍ବାମୀଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ଏହାକୁ ବ୍ୟବହାର କରିପାରିବେ ।

Leave a Comment

Your email address will not be published. Required fields are marked *