୧୭ ବର୍ଷର ପୁତୁରାକୁ ହେଲା ୪୪ ବର୍ଷୀୟ ଖୁଡି ସହ ପ୍ରେମ, ଘରେ ବନ୍ଦ କରି କଲେ ଏମିତି କାଣ୍ଡ, ଆଉ ତାପରେ ଯାହା ହେଲା

ଭାଇରାଲ୍ ହେଲା ଖୁଡି ପୁତୁରାର ପ୍ରେମ ବିବାହର ଭିଡିଓ । ଖୁଡିର ବୟସ ୪୪ ହୋଇଥିବା ବେଳେ ପୁତୁରାର ବୟସ ମାତ୍ର ୧୭ । ଦୀର୍ଘ ଦିନ ଧରି ଚାଲିଥିଲା ଏହି ପ୍ରେମ ସମ୍ପର୍କ । କେବଳ ପ୍ରେମ ନୁହେଁ ଅବୈଧ ସମ୍ପର୍କ ବି ରଖିଥିଲେ ଦୁହେଁ । ଦାଦା ଚାକିରୀ ପାଇଁ ପଞ୍ଜାବରେ ରହୁଥିବା ବେଳେ ପୁତୁରା ସହିତ ଖୁଡି ରଖିଥିଲା ଏଭଳି ସମ୍ପର୍କ ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାରର ପୂର୍ଣ୍ଣିଆ ଜିଲ୍ଲାରେ । ସେଠାକାର ଏକ ପରିବାରର ଘଟଣା ଏ । ନିଜ ସ୍ଵାମୀ ବାହାରେ ରହୁଥିବା ସମୟରେ ସ୍ତ୍ରୀ ଜଣକ ନିଜ ପୁତୁରା ସହିତ ଶାରିରୀକ ସମ୍ପର୍କ ରଖିଥିଲେ । କାମ ଭାବନା ଦୁହିଁଙ୍କୁ ଏତେ ଘାରିଥିଲା ଯେ ନା ଥିଲା ବୟସର ଡର । ନା ଥିଲା କାହାକୁ ଖାତିର ।ଘଟଣା ଅଧିକ ଆଗକୁ ବଢ଼ିବାରୁ ଗାଆଁ ଲୋକ କରିଥିଲେ ଏମିତି କିଛି ।

ଗାଆଁ ଲୋକ ମାନେ ମହିଳାଙ୍କର ସ୍ଵାମୀଙ୍କୁ ଏହି ବିଷୟରେ ଜଣେଇଥିଲେ । ମହିଳାଙ୍କ ସ୍ବାମୀ ଜଣଙ୍କ ଏହି ବିଷୟରେ ଜାଣିବା ପରେ କାହାକୁ କିଛି ନ ଜଣାଇ ହଠାତ୍ ଘରେ ଆସି ପହଂଚି ଥିଲେ । ଏବଂ ନିଜେ ଦୁହିଁଙ୍କୁ ଅସଂଜତ ଅବସ୍ଥାରେ ଦେଖିଥିଲେ । ପରେ ସ୍ଵାମୀ ଜଣକ ଏ ନେଇ ଗାଆଁ ଲୋକଙ୍କୁ ଜଣାଇଥିଲେ ।

କିଛି ଗାଆଁ ଲୋକ ଓ ସ୍ଵାମୀ ମିଶି ମହିଳା ଓ ପୁତୁରା ଜଣଙ୍କର ଜୋର୍ ଜବରଦସ୍ତ ବିବାହ କରାଇଥିଲେ ।

ତେବେ ଏ ଘଟଣା ଟି ୨୨ ଜାନୁଆରୀ ର ଅଟେ । ହେଲେ ବର୍ତ୍ତମାନ ଖୁଡି ଓ ପୁତୁରାର ହୋଇଥିବା ବାହାଘରର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।

utkalmailtv

Leave a Comment

Your email address will not be published. Required fields are marked *