ସର୍ବସାଧାରଣ ସ୍ଥାନରେ ସ୍ତନ୍ୟପାନ କକ୍ଷ ଉପରେ ମତ ଦେଲେ ସୁପ୍ରିମ୍‌କୋର୍ଟ: ‘ମାଆମାନଙ୍କ ଗୋପନୀୟତା ସୁନିଶ୍ଚିତ କର’

ନୂଆଦିଲ୍ଲୀ: ସର୍ବସାଧାରଣ ସ୍ଥାନରେ ଶିଶୁମାନଙ୍କୁ ସ୍ତନ୍ୟପାନ କରାଇବା ପାଇଁ ସ୍ବତନ୍ତ୍ର କକ୍ଷ ରହିବା ସମ୍ପର୍କରେ ପୂର୍ବ ପରାମର୍ଶ ସହ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଚିଠି ପଠାଇବାକୁ ସୁପ୍ରିମ୍‌କୋର୍ଟ ବୁଧବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ବିଭି ନାଗରତ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ସ୍ମାରକପତ୍ର ଆକାରରେ ଏହାର ପରାମର୍ଶକୁ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଅଦାଲତ କହିଛନ୍ତି ଯେ, ରାଜ୍ୟମାନେ ଏହି ନିର୍ଦ୍ଦେଶାବଳୀକୁ ଯଥାସମ୍ଭବ କାର୍ଯ୍ୟକାରୀ କରିବା ଉଚିତ। ଏହାବ୍ୟତୀତ ନିର୍ମାଣ ପର୍ଯ୍ୟାୟରେ ଥିବା ସରକାରୀ କୋଠାଗୁଡ଼ିକରେ ଏହି ସୁବିଧା ପାଇଁ ରାଜ୍ୟ ସରକାରମାନେ ପର୍ଯ୍ୟାପ୍ତ ଜାଗା ସୁନିଶ୍ଚିତ କରିପାରିବେ।

କେନ୍ଦ୍ର ସରକାରଙ୍କ ଓକିଲ ଶିବିକା ମେହେରା ଯୁକ୍ତି ବାଢ଼ିଥିଲେ ଯେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଚିବ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ଏକ ଚିଠି ଜାରି କରିଛନ୍ତି। ଏହା ସହ ସମ୍ବିଧାନର ଧାରା ୧୪ ଓ ୧୫(୩)କୁ ନେଇ କେନ୍ଦ୍ର ସରକାର ଜାରି କରିଥିବା ପରାମର୍ଶକୁ ରାଜ୍ୟ ସରକାରମାନେ ପାଳନ କରିବେ। ଏ ନେଇ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶନାମା ଜାରି କରାଯିବ। ଅଦାଲତ କହିଛନ୍ତି ଯେ, ମହିଳାଙ୍କ ଗୋପନୀୟତା ଓ ଶିଶୁଙ୍କ ହିତ ପାଇଁ ସର୍ବସାଧାରଣ ସ୍ଥାନରେ ଉପରୋକ୍ତ ସୁବିଧା ରହିବା ବାଞ୍ଛନୀୟ।

utkalmailtv

Leave a Comment

Your email address will not be published. Required fields are marked *