ରାଜ୍ୟ ସଭାପତି, ପ୍ରଭାରୀଙ୍କୁ ଖଡ଼ଗେଙ୍କ ଚେତାବନୀ: ‘ନିର୍ବାଚନ ହାରିଲେ ତୁମେ ଦାୟୀ’

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ବୁଧବାର ଦଳୀୟ ପଦାଧିକାରୀମାନଙ୍କୁ କଡ଼ା ବାର୍ତ୍ତା ଦେଇ ଭବିଷ୍ୟତ ନିର୍ବାଚନ ଫଳାଫଳ ପାଇଁ ଉତ୍ତରଦାୟୀ ରହିବେ ବୋଲି ସ୍ପଷ୍ଟ କରିଛନ୍ତି। ଦଳର ସାଧାରଣ ସମ୍ପାଦକ ଓ ରାଜ୍ୟ ପ୍ରଭାରୀମାନଙ୍କର ଏକ ବୈଠକକୁ ସମ୍ବୋଧିତ କରି ଖଡ଼ଗେ ମଧ୍ୟ ରଙ୍ଗ ବଦଳାଉଥିବା ଲୋକଙ୍କୁ ସ୍ୱାଗତ ନ କରିବାକୁ ଚେତାବନୀ ଦେବା ସହ କେବଳ ସଂଗଠନ ପ୍ରତି ଆଦର୍ଶଗତ ଭାବରେ ପ୍ରତିଶ୍ରୁତିବଦ୍ଧ ଲୋକଙ୍କୁ ପ୍ରୋତ୍ସାହନ ଦେବାକୁ ନେତାମାନଙ୍କୁ ଅନୁରୋଧ କରିଛନ୍ତି।

ଦଳର ନବନିର୍ମିତ ମୁଖ୍ୟାଳୟ ଇନ୍ଦିରା ଭବନରେ ଅନୁଷ୍ଠିତ ଏହି ବୈଠକରେ ଖଡ଼ଗେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏକାଧିକ ସାଂଗଠନିକ ପରିବର୍ତ୍ତନ କାର୍ଯ୍ୟକାରୀ କରିବାର କିଛି ଦିନ ପରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଆହୁରି ଅଧିକ ପରିବର୍ତ୍ତନ ହେବ ବୋଲି ସଙ୍କେତ ଦେଇ ସେ ଦଳୀୟ ନେତାମାନଙ୍କୁ ରାଜ୍ୟ ୟୁନିଟ୍‌ଗୁଡ଼ିକର ପୁନରୁଦ୍ଧାର ଓ ନିର୍ବାଚନୀ ସଫଳତା ସୁନିଶ୍ଚିତ କରିବାର ଦାୟିତ୍ୱ ବିଷୟରେ ମନେ ପକାଇଥିଲେ । ପ୍ରଭାରୀମାନେ ସାଂଗଠନିକ ସ୍ଥିତିରେ ସୁଧାର ଆଣିବାକୁ ସର୍ବାଧିକ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ମଧ୍ୟ ଖଡ଼ଗେ ଗୁରୁତ୍ବାରୋପ କରିଛନ୍ତି।

ତୃଣମୂଳ ସ୍ତରରୁ ଦଳକୁ ପୁନର୍ଗଠନ କରିବା ଉପରେ ଖଡ଼ଗେ ଗୁରୁତ୍ୱାରୋପ କରିଥିଲେ। ଯେଉଁମାନେ ଆଦର୍ଶଗତ ଭାବରେ ପ୍ରତିଶ୍ରୁତିବଦ୍ଧ ଏବଂ କଠିନ ସମୟରେ  ଦଳ ସହ ଠିଆ ହୋଇଛନ୍ତି ସେମାନଙ୍କୁ ଆଣିବା ଆପଣଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି। କୌଣସି ପ୍ରତିବଦ୍ଧତା ନଥିବା ଲୋକଙ୍କୁ ତରବରିଆ ଭାବେ ଦଳରେ ସାମିଲ ନ କରିବାକୁ ସେ ସତର୍କ କରାଇ ଦେଇଛନ୍ତି। ଖଡ଼ଗେ ଦିଲ୍ଲୀ, ହରିୟାଣା ଓ ମହାରାଷ୍ଟ୍ରରେ କଂଗ୍ରେସର ଖରାପ ପ୍ରଦର୍ଶନକୁ ସ୍ୱୀକାର କରିଛନ୍ତି। ୨୦୨୬ରେ କେରଳ, ତାମିଲନାଡୁ, ପୁଡୁଚେରୀ, ଆସାମ ଓ ପଶ୍ଚିମବଙ୍ଗରେ ଏବଂ ଚଳିତ ବର୍ଷ ଶେଷ ଆଡ଼କୁ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଦଳ ପ୍ରସ୍ତୁତି ଚଳାଇଛି। ଏହି ବୈଠକରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ସାଧାରଣ ସମ୍ପାଦକ (ସଂଗଠନ) କେସି ବେଣୁଗୋପାଳ, ସାଧାରଣ ସମ୍ପାଦକ (ଯୋଗାଯୋଗ) ଜୟରାମ ରମେଶ ଏବଂ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ସମସ୍ତ ରାଜ୍ୟ ପ୍ରଭାରୀ ଉପସ୍ଥିତ ଥିଲେ।

utkalmailtv

Leave a Comment

Your email address will not be published. Required fields are marked *