ଏମିତି ଗାଁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ- ସମସ୍ତଙ୍କ ପାଖରେ ଦୁଇଟା ସ୍ତ୍ରୀ – ହେଲେ କଣ କାରଣ?

ସମସ୍ତଙ୍କ ପାଖରେ ଦୁଇଟା ସ୍ତ୍ରୀ

ଦୁନିଆର ସବୁ ସ୍ଥାନରେ କିଛି ନା କିଛି ଅଜିବି ଘଟଣା ଦେଖିବାକୁ ମିଳେ। ଏମିତି ଏକ ଅଜିବି ଘଟଣା ରାଜସ୍ଥାନର ବାରମେର ଜିଲ୍ଲାର ଦେରାସର ଗାଁରେ ଦେଖିବାକୁ ମିଳେ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଠାରେ ସବୁ ଲୋକଙ୍କର ଦୁଇଟି ସ୍ତ୍ରୀ ଅଛନ୍ତି। ଦେରାସର ଗାଁର ଲୋକ ସଂଖ୍ୟା ପ୍ରାୟ ୬୦୦ ଅଟେ। ଏଠାରେ ଲୋକମାନେ ଦ୍ୱିତୀୟ ବିବାହ କରିବାକୁ ଚାହାନ୍ତି ନାହିଁ। ତାହେଲେ କାହିଁକି କରନ୍ତି ଦ୍ୱିତୀୟ ବିବାହ?

ହେଲେ କଣ କାରଣ

ଏଠାରେ ଲୋକମାନଙ୍କୁ ଦ୍ୱିତୀୟ ବିବାହ କରିବା ପାଇଁ ବାଧ୍ୟ କରାଯାଏ। ଏହାର ଏକ ବିଶେଷ କାରଣ ରହିଛି। ପ୍ରଥମ ସ୍ତ୍ରୀଙ୍କର କୌଣସି ସନ୍ତାନ ନ ହେବାରୁ ଏମାନେ କେବଳ ସନ୍ତାନ ପାଇଁ ଦ୍ୱିତୀୟ ବିବାହ କରନ୍ତି।

ଏମିତି ମଧ୍ୟ ଦେଖାଯାଇଛି, ଯେ ପର୍ଯ୍ୟନ୍ତ ଦ୍ୱିତୀୟ ବିବାହ ହୋଇନଥାଏ, ସେ ଯାଏ ସେ ଘରକୁ କୌଣସି ସନ୍ତାନ ଆସିନଥାଏ। କିଛି ଲୋକ ଅପେକ୍ଷା କଲେ ମଧ୍ୟ ଦ୍ୱିତୀୟ ବିବାହ ନକରିବା ପର୍ଯ୍ୟନ୍ତ ଘରକୁ ସନ୍ତାନ ଆସି ନଥାଏ।

ତେଣୁ ଏମିତି ବିଶ୍ୱାସ ରହିଛି ଦ୍ୱିତୀୟ ବିବାହ ପରେ ଘରକୁ ସନ୍ତାନ ଆସେ। ଦେରାସର ଗାଁରେ ଏହି ପ୍ରଥା ଅନେକ ଦିନରୁ ଚାଲି ଆସିଛି।

utkalmailtv

Leave a Comment

Your email address will not be published. Required fields are marked *