ବାହାଘର ପରେ କାହିିଁକି ମହିଳାମାନଙ୍କ ଓଜନ ବଢେ

ସାଧାରଣତଃ ଦେଖାଯାଏ ବାହାଘର ପରେ ମହିଳାମାନଙ୍କ ଓଜନ ବଢିଥାଏ। ଅନେକ ଏହାକୁ ଶାରୀରିକ ସମ୍ପର୍କ ପାଇଁ ଓଜନ ବଢୁଛି ବୋଲି ଭାବିଥାନ୍ତି। ଏମିତି ଭାବିବାର କାରଣ ବାହାଘର ପରେ ଶରୀରରେ ହରମୋନରେ ପରିବର୍ତ୍ତନ ହୋଇଥାଏ। କିନ୍ତୁ ମହିଳାମାନେ ମୋଟା ହେବାର କିଛି ବିଶେଷ କାରଣ ସାମ୍ନାକୁ ଆସିଛି। ଜାଣିବା ସେହି ବିଶେଷ କାରଣ ଗୁଡିକ କଣ?

ବାହାଘର ପୂର୍ବରୁ ଅନେକ ମହିଳା ନିଜକୁ ସ୍ଲିମ ଏବଂ ସୁନ୍ଦର ରଖିବା ପାଇଁ ଜିମ୍ ଓ ଡ଼ାଏଟିଂ କରିଥାନ୍ତି, କିନ୍ତୁ ବାହାଘର ପରେ ଦୈନନ୍ଦିନର ବ୍ୟସ୍ତ ଜୀବନଶୈଳୀ ପାଇଁ ଜିମ୍ ଓ ଡ଼ାଏଟିଂ କରିନଥାନ୍ତି। ଖାସ କରି ନୂଆ ବୋହୁ ଉପରେ କିଛି ପାରିବାରିକ ପ୍ରତିବନ୍ଧକ ମଧ୍ୟ ଲାଗି ଯାଇଥାଏ।

ବାହାଘର ପରେ ଆନନ୍ଦମୟ ଜୀବନଶୈଳୀ, ପରସ୍ପର ପ୍ରତି ଥିବା ପ୍ରେମ, ଖୁସି ପାଇଁ ମହିଳାଙ୍କ ଖୁବ୍ ଶୀଘ୍ର ଓଜନ ବଢିଥାଏ। କାରଣ ଭଲପାଉଥିବା ସ୍ୱାମୀ ନିଜ ପାଖରେ ଥାଆନ୍ତି ଓ ପୂର୍ବଭଳି ଜିମ୍ ଓ ଡ଼ାଏଟିଂ କରି ଇମ୍ପ୍ରେସ କରିବାକୁ ପଡ଼ିନଥାଏ।

ବାହାଘର ପରେ ଖାଲି ମହିଳାଙ୍କ ଓଜନ ବଢିଥାଏ ଭାବିବା ଭୁଲ, କାରଣ ସମାନ ପରିସ୍ଥିତି ପୁରୁଷଙ୍କ କ୍ଷେତ୍ରରେ ମଧ୍ୟ ଦେଖାଯାଏ।

utkalmailtv

Leave a Comment

Your email address will not be published. Required fields are marked *