ଏହି ଏକ ଫୁଲ ଆପଣଙ୍କ ପାଇଁ ବରଦାନ ସ୍ୱରୂପ ହୋଇଥାଏ… ଯଦି ଏହାକୁ ପାଉଛନ୍ତି ଶୀଘ୍ର ଘରକୁ ନେଇ ଆସନ୍ତୁ, Sadabahar flower

ବନ୍ଧୁଗଣ ସଦାଶିବ ନାମକ ଫୁଲ ବିଷୟରେ ଆପଣ ମାନେ ନିହାତି ଭାବେ ଜାଣିଥିବେ । କାରଣ ଏହି ଫୁଲ ଆପଣଙ୍କ ଘର, ବାଡି ତଥା ଆଖପାଖ ସ୍ଥାନରେ ଦେଖିବାକୁ ମିଳିଥାଇ ପାରେ । ତେବେ ଏହି ଫୁଲର ମହତ୍ଵ ବହୁତ ଅଧିକ ରହିଛି ବୋଲି ଶାସ୍ତ୍ରରେ ବର୍ଣ୍ଣିତ ରହିଛି । ତେବେ ଏହି ସଦାଶିବ ତଥା ସଦାବିହାର ଫୁଲ ସମ୍ପର୍କରେ ଆଜି ଏଠାରେ ଆଲୋଚନା କରିବା ।

1- ଏହି ସଦାବିହାରୀ ଫୁଲ ଡାଇବେଟିସ ତଥା ମଧୁମେହ ରୋଗୀଙ୍କ ପାଇଁ ସଞ୍ଜିବନୀ ବୁଟୀ ଭଳି କାର୍ଯ୍ୟ କରିଥାଏ । ସେଥିପାଇଁ ଯଦି ମଧୁମେହରେ ପୀଡିତ ବ୍ୟକ୍ତି ଏହି ଫୁଲର 3 ରୁ 4 ଟି ପତ୍ରକୁ ଚୋବାଇ ତାହାର ରସକୁ ସେବନ କରିଥାଏ । ଏହାପରେ ଅଳ୍ପ ପାଣି ସେବନ କରିଥାଏ । 8 ରୁ 10 ଦିନ ଏଭଳି କରିବା ପରେ ଡାଇବେଟିସ ବହୁ ମାତ୍ରାରେ ନିୟନ୍ତ୍ରିତ ହୋଇକି ରହିଥାଏ ।

2- ଯେଉଁ ବ୍ୟକ୍ତିଙ୍କର କାଛୁକୁଣ୍ଡିଆ ଭଳି ସମସ୍ଯା ହେଉଥିବ । ତେବେ ଏହି ସଦାବିହାରୀ ପତ୍ରକୁ ଛିଡାଇ ସେଥିରୁ ବାହାରୁଥିବା ରସ ଆଣି ଯଦି କାଛୁକୁଣ୍ଡିଆ ହୋଇଥିବା ସ୍ଥାନରେ ଲଗାଇବେ । ତେବେ ସେହି ବ୍ୟକ୍ତିର ଖୁବ ଶୀଘ୍ର କାଛୁକୁଣ୍ଡିଆ ଭଳି ଚର୍ମ ଜନିତ ସମସ୍ଯା ଦୂର ହୋଇଯାଇଥାଏ ।

3- ଯେଉଁ ମାନଙ୍କ ଚେହେରାରେ ବହୁ ସମୟ ବ୍ରଣ ବାହାରୁଥାଏ । ସେହି ବ୍ୟକ୍ତି 4 ରୁ 5 ଟି ସେହି ଫୁଲ ନଚେତ 5 ରୁ 6 ଟି ସେହି ଫୁଲର ପତ୍ରକୁ ତୋଳି ଆଣି ତାହାକୁ ଧୋଇ ତାହାକୁ ଗ୍ରାଇଣ୍ଡିଙ୍ଗ କରି ତାହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ତାପରେ ସେହି ପ୍ରସ୍ତୁତ କରିଥିବା ପେଷ୍ଟକୁ ଯଦି ଆଣି ନିଜ ବ୍ରଣ ହୋଇଥିବା ସ୍ଥାନରେ ଲଗାଇବେ । ତେବେ ମୁଖର ବ୍ରଣ ସମସ୍ଯା ବହୁତ ଶୀଘ୍ର ଭଲ ହୋଇଯିବ ।

4- ଯେଉଁ ବ୍ୟକ୍ତି ସଦାବିହାରୀ ଫୁଲର 2 ରୁ 3 ଟିକୁ ସକାଳୁ ଖାଲି ପେଟରେ ଚୋବାଇ ଖାଇଦେଇଥାନ୍ତି । ତେବେ ଏହିଭଳି କିଛି ଦିନ କରିବା ପରେ ସେହି ବ୍ୟକ୍ତିର କେଶ ଜନିତ ଅନେକ ସମସ୍ଯା ଦୂର ହେବା ସହ କେଶ ସୁନ୍ଦର ତଥା କଳା ମଧ୍ୟ ହୋଇଥାଏ ।

5- ଯେଉଁ ବ୍ୟକ୍ତି ନିଜର ଇମ୍ମ୍ଯୁନିଟି ପାୱାର ବା ରୋଗପ୍ରତିରୋଧକ ଶକ୍ତି ବଢାଇବାକୁ ଚାହୁଁଥାନ୍ତି । ତେବେ ସେହି ବ୍ୟକ୍ତିକୁ ସକାଳୁ ଖାଲି ପେଟରେ 2 ରୁ 3 ଟି ଫୁଲ କିଛି ଦିନ ଖାଇବାକୁ ପଡିବ । ଏହାପରେ ଆପଣଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢିଯାଇଥାଏ । ତେବେ ସଦାବିହାରୀ ଫୁଲ ତଥା ପତ୍ରର ଏହିଭଳି ଅନେକ ସ୍ଵାସ୍ଥଗତ ଉପକାରୀତା ରହିଛି । ତେଣୁ ଏହା ଆପଣଙ୍କ ଅନେକ ଉପକାରରେ ଆସିଥାଏ । ତେବେ ଏହି ଫୁଲର ଅନେକ ରଙ୍ଗ ରହିଥିଲେ ମଧ୍ୟ ବିଶେଷ ଭାବେ ଗୋଲାପ ରଙ୍ଗର ଏହି ସଦାବିହାରୀ ଫୁଲକୁ ବ୍ୟବହାର କରନ୍ତୁ ।

Leave a Comment

Your email address will not be published. Required fields are marked *