ଆଜି ଆପଣଙ୍କୁ ଆମେ ଏମିତି ଏକ କାହାଣୀ ଶୁଣେଇବୁ, ଯାହା ଶୁଣି କହିବେ କି ଭାଗ୍ୟ ତାଙ୍କର। ଆମେ ଯାହା ବିଷୟ ରେ କହୁଛୁ ସେ ହେଉଛନ୍ତି ଶ୍ୟାମ ବାବୁ ଯିଏ କି ପୋଲିସ ରେ ଅଛନ୍ତି। ଦିନେ ଏମିତି ହେଲା କି ସେ ତାଙ୍କ ଡି ଏସ ପି ଙ୍କ ପାଇଁ ଚା’ ଆଣିବାକୁ ଯାଇଥିଲେ ମଝିରେ ଏମିତି କିଛି ହେଲା ସେ ଏସ ପି ରୁ ଏସ ଡି ଏମ୍ ହେଇଗଲେ । ୟୁପି ର ବଳିଆ ଜେଲ୍ ରେ ଶ୍ୟାମ ବାବୁ ପିଶିଏସ-୨୦୧୬ ରେ ୫୨ ନମ୍ୱର୍ ରାଙ୍କ୍ ହାସଲ କରି ।

ତାପରେ ଦ୍ଵାଦଶ ପାସ କରି ୧୪ ବର୍ଷ ହେଲା ପୋଲିସ୍ ବିଭାଗରେ କନେଷ୍ଟବଳ ପଦବୀ ରେ ଥାଇ ଗ୍ରାଜୁଏସନ ଓ ପୋଷ୍ଟ ଗ୍ରାଜୁଏସନ ଶେଷ କରିଥିଲେ । ୧୦ ବର୍ଷ ପୂର୍ବରୁ ୟୁପିପିଏସସି ପ୍ରସ୍ତୁତି କରୁଥିଲେ ହେଲେ ୬ ଥର ପ୍ରୟାସ ପରେ ସେ ୨୦୧୩ ରେ ପାସ କରି ଏସଡିଏମ୍ ହେଇଥିଲେ ।
ଆପଣ ଭାବୁଥିବେ ଚା ଆଣିବାକୁ ଯାଇ କେମିତି ଏସଡିଏମ୍ ହେଲେ । ସେ ଯେତବେଳେ ଚା ଆଣିବାକୁ ଯାଇଥିଲେ, ସେତେବେଳେ ୟୁପିପିଏସସି ର ଫଳାଫଳ ଆସି ଗଲା । ମୋବାଇଲ ରେ ଚେକ କରି ଚା ନେଇ ଡିଏସପି ପାଖରେ ପହଞ୍ଚି, ତାଙ୍କ ଟେବୁଲ୍ ଉପରେ ଚା ରଖି କହିଲେ ସାର୍ ମୁଁ SDM ହେଇଗଲି, ରେଜଲ୍ଟ ଆସିଚି ବୋଲି କହିଲେ ।

ତାପରେ ଡିଏସପି ଠିଆ ହେଇଗଲେ ଓ ତାଙ୍କୁ ସାଲୁଟ୍ ମାରି ଟେବୁଲ୍ ଉପରୁ ଚା ଆଣି ତାଙ୍କୁ ପିଇବାକୁ ଦେଲେ । ଯେତବେଳେ ପିଶିଏସ-୨୦୧୬ ରେ ପୋଲିସ ଇମେଜ ବିଷୟରେ ପଚରାଗଲା ସେ କହିଲେ ପୂର୍ବରୁ ଗୋଟେ ଭାବନା ପୋଲିସ୍ ପ୍ରତି ଲୋକଙ୍କ ର ରହିଆସିଛି ଯେ ପୋଲିସ୍ ଏଠୁ ସେଠୁ ପଇସା କମାଏ, ଏଥିପାଇଁ ପୋଲିସ ଓ ଗାଁଲୋକ ଙ୍କ ଭିତରେ ବହୁତ ଦୂରତା ଅଛି, ଏସବୁ ଦୂର କରିବାକୁ ପଡ଼ିବ । ସେ ବଳିଆ ର ଇବ୍ରାହିମପୁର ଗାଁ ର ୩୩ ବର୍ଷୀୟ ଶ୍ୟାମ ବାବୁ ।

ତାଙ୍କ ବାପା ଧର୍ମନାଥ ଙ୍କର ଛୋଟ ଗ୍ରୋସେରି ଦୋକାନ ଅଛି ଓ ମା କିଶୋରୀ ଦେବୀ ଗୃହିଣୀ । ସେ ୫ ଭଉଣୀ ଓ ୨ ଭାଇ । ଭଉଣୀ ମାନଙ୍କ ବିବାହ ହୋଇସାରିଲାଣି ଓ ବଡ଼ ଭାଇ ଇନକମ୍ ଟାକ୍ସ ଇନିସିପେକ୍ଟର ଅଟନ୍ତି । ଏ ସମସ୍ତେ ତାଙ୍କୁ ଶୁଭକାମନା ଜଣେଇଥିଲେ ।