ଶାରୀରିକ ସମ୍ପର୍କ ଦ୍ୱାରା ମଣିଷ ର ରକ୍ତଚାପ, ହୃଦରୋଗ ଭଳି ସମସ୍ୟା ଦୂର ହେବା ସହ ହେବ ବୟସ ବୃଦ୍ଧି

ନାରୀ ପୁରୁଷର ମିଳନ ଏକ ସଂସାର ନିୟମ। ଭଗବାନଙ୍କର ଏ ସୃଷ୍ଟି ନାଆକୁ ଏ ସଂସାର ସମୁଦ୍ରରେ ଆଗକୁ ବାହିନେବାରେ ଏହା ଏକ ପ୍ରକ୍ରିୟା। ଏଥିପାଇଁ ଭଗବାନ ସମସ୍ତ ଜୀବକୁ ଦେଇଛନ୍ତି ସମ୍ଭୋଗର ଗୁଣ । ମଣିଷର ଆୟୁଷ ମଧ୍ୟ ନିର୍ଭର କରେ ତାର ଆଚାର ,ବିଚାର ଓ ଚଳନୀକୁ ନେଇ । ବିଶେଷକରି, ସମ୍ଭୋଗ କ୍ରିୟାକୁ ସଂଯତରେ ସାଧିତ କରିବା ଉଚିତ୍।

ଏବଂ ବିବାହ ପରେ ଏହାକୁ ପ୍ରାଧ୍ୟାନ ଦେବା ଭଲ । ଏଣୁ ଉତ୍ତମ ବୈବାହିକ ଜୀବନ ପାଇଁ ଓ ଭଲ ସନ୍ତାନ ପାଇଁ ସଠିକ୍ ସମୟରେ ସ୍ୱାମୀ-ସ୍ତ୍ରୀ ଶାରୀରିକ ସଂପର୍କ ରଖିବା ଉଚିତ୍ । ସବୁଦିନେ ଶାରୀରିକ ସମ୍ବନ୍ଧ ରଖିଲେ ଶରୀର ଉପରେ ଏହାର କି ପ୍ରଭାବ ପଡିଥାଏ ଆସନ୍ତୁ ଜାଣିବା ।

ଏକ ସର୍ଭେ ଅନୁସାରେ ସବୁଦିନ ସେକ୍ସ କରିବା ଫଳରେ ହାର୍ଟ୍ ନିରୋଗ ରହେ ଓ ଟେନସନ ଦୂର ହେବା ସହିତ ଭଲ ନିଦ ମଧ୍ୟ ହୋଇଥାଏ । ଏପରିକି ସେକ୍ସ କଲେ ଶରୀରର ରକ୍ତ ସଞ୍ଚାଳ ମଧ୍ୟ ଭଲ ହୋଇଥାଏ ଫଳରେ ରକ୍ତ ସ୍ୱଚ୍ଛ ହେବା ସହିତ ଶରୀର ଭଲ ରହେ ।

ସେକ୍ସ କଲେ ମହିଳାମାନେ ଅଧିକ ସୁନ୍ଦର୍ ମଧ୍ୟ ଦଖା ଯାଆନ୍ତି, କିନ୍ତୁ କିଛି ଲୋକଙ୍କ କହିବା ଅନୁସାରେ ସେକ୍ସ କଲେ ମହିଳାମାନେ ମୋଟି ହୋଇଯାଆନ୍ତି। ତେବେ ବିଶେଷଜ୍ଞଙ୍କ କହିବା ଅନୁଯାଇ ସପ୍ତାହକୁ ଏକାଧିକ ଥର ସେକ୍ସ କରିବା ଦ୍ୱାରା ଶରୀରକୁ ସନ୍ତୁଷ୍ଟି ମିଳିଥାଏ।

ଆଉ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି, ଉଚ୍ଚ ରକ୍ତଚାପ ଏବଂ ହୃଦରୋଗ ଆଦିରୁ ରକ୍ଷା ମିଳିଥାଏ। ନିୟମିତ ସେକ୍ସ କରୁଥିବା ବ୍ୟକ୍ତିଙ୍କ ଠାରେ ହୃଦଘାତ ହେବାର କମ୍ ସମ୍ଭାବନା ରହିଥାଏ। ଏପରିକି ଏହା କରିବା ଦ୍ୱାରା ଇରେକ୍ଟାଇଲ ଡିସଫଙ୍କସନ ଭଳି ଯୌନ ରୋଗ ଠାରୁ ମଧ୍ୟ ଆପଣ ଦୂରେଇ ରହିପାରିବେ। ଫଳରେ ନିୟମିତ ସେକ୍ସ ମଣିଷକୁ ଦୀର୍ଘାୟୁ ହେବାରେ ସହାୟକ ହେଉଥିବା କୁହାଯାଉଛି।

Leave a Comment

Your email address will not be published. Required fields are marked *