କଳିଙ୍ଗନଗର ଟାଟା ଷ୍ଟିଲ୍‌ର ସର୍ବବୃହତ ବ୍ଲାଷ୍ଟ ଫର୍ଣ୍ଣେସ୍‌ କାର୍ଯ୍ୟକ୍ଷମ, ଅଶୋଧିତ ଇସ୍ପାତ କ୍ଷମତା ୮ ଏମ୍‌ଟିପିଏକୁ ବଢ଼ିବ

ଳିଙ୍ଗନଗର,୨୧/୦୯: ଟାଟା ଷ୍ଟିଲ୍ ପକ୍ଷରୁ କଳିଙ୍ଗନଗର କାରଖାନାରେ ଭାରତର ସର୍ବବୃହତ୍ ବ୍ଲାଷ୍ଟ ଫର୍ଣ୍ଣେସ୍ କାର୍ଯ୍ୟକ୍ଷମ ହୋଇଛି । ସମୁଦାୟ ୨୭ହଜାର କୋଟି ଟଙ୍କା ବିନିଯୋଗରେ ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଦ୍ୱାରା ଏହି କାରଖାନାର ବାର୍ଷିକ ଇସ୍ପାତ ଉତ୍ପାଦନ କ୍ଷମତା ୩ ନିୟୁତ ଟନ୍ରୁ ୮ ନିୟୁତ ଟନ୍କୁ ବୃଦ୍ଧି ପାଇବ ।

ଟାଟା ଷ୍ଟିଲର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଟିଭି ନରେନ୍ଦ୍ରନ କମ୍ପାନିର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତି ରହି ବ୍ଲାଷ୍ଟ ଫର୍ଣ୍ଣେସ୍କୁ ଉଦ୍ଘାଟନ କରିଥିଲେ ।

ନୂତନ ବ୍ଲାଷ୍ଟ ଫର୍ଣ୍ଣେସ୍ କାରଖାନାର ସାମଗ୍ରୀକ ଉତ୍ପାଦନ କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିବ । ଟାଟା ଷ୍ଟିଲ ଯାନବାହନ ନିର୍ମାଣ, ଭିତ୍ତିଭୂମି ବିକାଶ, ଶକ୍ତି କ୍ଷେତ୍ର, ଜାହାଜ ନିର୍ମାଣ ଏବଂ ପ୍ରତିରକ୍ଷା ସମେତ ବିଭିନ୍ନ ଶିଳ୍ପର ବଢୁଥିବା ଇସ୍ପାତ ଚାହିଦାକୁ ପୂରଣ କରିପାରିବ । ତୈଳ ଓ ଗ୍ୟାସ୍ ଉତ୍ତୋଳନ, ଖନନ ଏବଂ ନିର୍ମାଣ ଭଳି ନିର୍ଦ୍ଦିଷ୍ଟ କ୍ଷେତ୍ର ପାଇଁ ମଧ୍ୟ ଏହା ସହାୟକ ହେବ ।

ଏହି ଅବସରରେ ଟାଟା ଷ୍ଟିଲର ସିଇଓ ଟି.ଭି ନରେନ୍ଦ୍ରନ କହିଛନ୍ତି, କଳିଙ୍ଗନଗରରେ ଭାରତର ସର୍ବବୃହତ ବ୍ଲାଷ୍ଟ ଫର୍ଣ୍ଣେସ୍ କାର୍ଯ୍ୟକ୍ଷମ ହେବା ଇସ୍ପାତ ଶିଳ୍ପ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବସର । ଏହା ଦକ୍ଷତା, ପ୍ରଯୁକ୍ତି ବିଦ୍ୟା ଏବଂ ଦୀର୍ଘସ୍ଥାୟିତା କ୍ଷେତ୍ରରେ ନୂତନ ମାନଦଣ୍ଡ ସ୍ଥାପନ କରିବ। ସ୍ଥାନୀୟ ଅଞ୍ଚଳରେ ସାମାଜିକ-ଅର୍ଥନୈତିକ ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହା ଭାରତରେ ଘରୋଇ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ପାଇଁ କମ୍ପାନିର ପ୍ରତିବଦ୍ଧତାକୁ ଦର୍ଶାଇବ ବୋଲି କହିବା ସହ ସେ ରାଜ୍ୟସରକାରଙ୍କୁ କୃତଜ୍ଞତା ଜଣାଇଥିଲେ।

Leave a Comment

Your email address will not be published. Required fields are marked *