ବାଛନ୍ତୁ ନିଜ ଜନ୍ମ ବାର ଓ ଜାଣନ୍ତୁ ଗୋଟେ ରାଜର କଥା ( Personality Test )

ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ସାହାର୍ଯ୍ୟ ରେ କୌଣସି ବ୍ୟକ୍ତି ର ଜନ୍ମ ସମୟ, ତିଥି, ବାର ଓ ନକ୍ଷେତ୍ର ଆଦି ଦ୍ଵାରା ବ୍ୟକ୍ତି ର ସ୍ଵଭାବ, ଗୁଣ ଓ ଚରିତ୍ର କୁ ଆକଳନ କରାଯାଇ ପାରେ । ଆଜିର ଏହି ବିଷୟ ବସ୍ତୁର ସାହାର୍ଯ୍ୟ ରେ ଆପଣ ମାନେ ମଧ୍ୟ ଅତି ସହଜ ରେ ଜାଣି ପାରିବେ କି, କେଉଁ ବାର ରେ ଜନ୍ମ ହେଲେ ବ୍ୟକ୍ତି ର ସ୍ଵଭାବ ଚରିତ୍ର ଓ ଗୁଣ ଗୁଡିକ କିପରି ହୋଇଥାଏ । ଯେଉଁ ବ୍ୟକ୍ତି ମାନେ ରବିବାର ଦିନ ଜନ୍ମ ହୋଇଥାନ୍ତି, ସେହି ବ୍ୟକ୍ତି ମାନେ ତେଜବନ୍ତ, ବୁଦ୍ଧିବନ୍ତ, ଚତୁରବନ୍ତ, ଧାର୍ମିକ ଓ ଅତ୍ୟନ୍ତ ଜିଦଖୋର, ଅହଂଗୁଣ ସମ୍ପର୍ଣ୍ଣ, ଅସ୍ଥିର, ଚଞ୍ଚଳ ସ୍ଵଭାବର ହୋଇଥା’ନ୍ତି ।

ତାହାଛଡା ଏହି ବ୍ୟକ୍ତି ମାନେ ଯେଉଁ କାର୍ଯ୍ୟରେ ଲାଗିଥାନ୍ତି, ସେହି କାର୍ଯ୍ୟ କୁ ସଂପୂର୍ଣ୍ଣ ରୂପରେ ଶେଷ କରି ହିଁ ରହିଥା’ନ୍ତି । ଏହାସହ ଏମାନଙ୍କ ଜୀବନ ସଂପୂର୍ଣ୍ଣ ରୂପରେ ରାଜକୀୟ ଭାବରେ ବିତି ଥାଏ । ଏହାସହ ଏମାନେ ସତ କହିବାକୁ ମଧ୍ୟ କେବେ ଜୀବନ ରେ ପଛରେ ରହିନଥାନ୍ତି ।

ଏପରିକି ଏମାନେ ଭାଙ୍ଗି ପଡିବେ କିନ୍ତୁ କେବେ ହେଲେ ନିଜ କଥା ରୁ ଓହରିବେ ନାହିଁ । ସୋମବାର ଦିନ ଯେଉଁ ମାନେ ଜନ୍ମ ଗ୍ରହଣ କରିଥାନ୍ତି, ସେମାନେ ଶାନ୍ତ, ଶିଷ୍ଟ, ଧୈର୍ଯ୍ୟବାନ, ବିଚାର ଶୀଳ, ଶାସ୍ତ୍ର ପ୍ରିୟ, କଳା ପ୍ରେମିକ ଓ ବହୁମୂଖୀ କଳାର ଅଧିକାରୀ ହୋଇଥାନ୍ତି ।

ଏହାସହ ଏମାନେ ଚନ୍ଦ୍ର ତୁଲ୍ୟ ସୌନ୍ଦର୍ଯ୍ୟ ର ଅଧିକାରୀ ମଧ୍ୟ ହୋଇଥା’ନ୍ତି । ତାହା ସହ ଏମାନେ କେବେ ମଧ୍ୟ କାହାର ଅନିଷ୍ଟ ଚିନ୍ତା କରି ନଥା’ନ୍ତି । ମଙ୍ଗଳବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ନିଜର ଅସ୍ଥିରତା ହେତୁ ସମସ୍ତ କାର୍ଯ୍ୟରେ ଅଧାପନ୍ତରା ହୋଇ ରହିଥାନ୍ତି ।

କିନ୍ତୁ ବେଳେବେଳେ ଏମାନେ କିଛି ବିଳମ୍ବ ରେ ମଧ୍ୟ ନିଜ କାର୍ଯ୍ୟ କୁ ପୂରଣ କରି ଦେଇଥାନ୍ତି । ଏମାନେ ଶତ୍ରୁବାଦୀ ମଧ୍ୟ ହୋଇଥାନ୍ତି । ତାହାଛଡା ଏମାନେ ଧର୍ମ କୁ ମଧ୍ୟ ବିଶ୍ବାସ କରିଥା’ନ୍ତି, କିନ୍ତୁ ଅତ୍ୟନ୍ତ ଜିଦଖୋର ମଧ୍ୟ ହୋଇଥା’ନ୍ତି । ଏମାନେ ଧର୍ମ କୁ ବିଶ୍ବାସ କରୁଥିଲେ ମଧ୍ୟ ଧାର୍ମିକ ହୋଇ ପରି ନଥା’ନ୍ତି ।

ବୁଧବାର ଟି ଭଗବାନ ଶ୍ରୀ କୃଷ୍ଣ ଙ୍କୁ ସମର୍ପିତ ଅଟେ । ଏହି ବାର ରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ଅତ୍ୟନ୍ତ ବୁଦ୍ଧିମନ୍ତ ଓ କୌଶଳୀ ହୋଇଥାନ୍ତି । ଏମାନେ ସବୁବେଳେ ପରହିତକାରୀ, ଶତୃ ବଶକାରୀ, ସୁନାମୀ ଓ ଧନୀ ମଧ୍ୟ ହୋଇଥାନ୍ତି । ଏମାନେ କୌଣସି ପରିସ୍ଥିତି ରେ ମଧ୍ୟ ବିଚଳିତ ହୋଇ ନଥା’ନ୍ତି ।

ଦାନ ଧର୍ମ ରେ ମଧ୍ୟ ଏମାନେ ସବୁବେଳେ ଖୁବ ତତ୍ପର ହୋଇଥାନ୍ତି । ଗୁରୁବାର ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କ ଜୀବନରେ ସବୁବେଳେ ଗୁରୁ ବୃହସ୍ପତି ଉଚ୍ଚ ସ୍ଥାନ ରେ ହୋଇ ରହିଥାନ୍ତି । ଏମାନେ ଅଳିଆ ମଧ୍ୟରେ ଥାଇ ମଧ୍ୟ ସବୁବେଳେ ନିଜର ଆତ୍ମା କୁ ନିର୍ମଳ କରି ରଖିଥାନ୍ତି ।

ଏହି ଦିନରେ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କ ଉପରେ ମାତ ଲକ୍ଷ୍ମୀ ଙ୍କର ଅନୁଗ୍ରହ ସବୁବେଳେ ଲାଗି ରହିଥାଏ । ଏମାନେ ଜୀବନରେ ସବୁକିଛି ଅତି ସହଜ ରେ ହିଁ ପ୍ରାପ୍ତ କରି ଦେଇଥାନ୍ତି । ଶୁକ୍ରବାର ଦିନ ଜନ୍ମ ଗ୍ରହଣ କରିଥବା ବ୍ୟକ୍ତି ମାନେ ବହୁଗୁଣରେ ପରିପୂର୍ଣ୍ଣ ହୋଇଥାନ୍ତି ।

ଏମାନଙ୍କ ଜୀବନ ର ଅଧିକ ରୁ ଅଧିକ ସମୟ ଭୋଗ ବିଳାସ ରେ ହିଁ କଟିଥାଏ । କଳା ବିଦ୍ୟା ରେ ମଧ୍ୟ ଏମାନେ ଅଧିକ ପ୍ରେମୀ ହୋଇଥାନ୍ତି । ଶନିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ମାନେ କାମ ଅଭିଳାଷୀ, ଅତ୍ୟନ୍ତ ଜିଦଖୋର, ଅସ୍ଥିର ହେବା ସହ ସବୁବେଳେ ନିଚ୍ଚ ବୁଦ୍ଧିରେ ପରିଚାଳିତ ହୋଇଥା’ନ୍ତି ।

ଅଂହ ଗୁଣ ବିରୋଧୀ ହେବା ସହ ଏମାନେ କେବେ ନ୍ୟାୟ ରେ ପଶ୍ଚାତପଦ ହୁଅନ୍ତି ନାହିଁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

utkalmailtv

Leave a Comment

Your email address will not be published. Required fields are marked *