ଘରୋଇ ବସ୍ ସହ ପିଟି ହେଲା କାର୍, ଚାଲିଗଲା ଦମ୍ପତିଙ୍କ ଜୀବନ

ବେଗୁନିଆ : ବସ୍ ସହ ପିଟିହୋଇଗଲା କାର୍ । ଘଟଣାସ୍ଥଳରେ ଚାଲିଗଲା ଦମ୍ପତିଙ୍କ ଜୀବନ । ଖୋର୍ଦ୍ଧା-ବଲାଙ୍ଗୀର ଏନଏଚରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଏତେ ଭୟାନକ ଥିଲା ଯେ, ଏବେବି ଗାଡ଼ି ଭିତରେ ଦମ୍ପତିଙ୍କ ମୃତଦେହ ଚାପି ହୋଇ ରହିଛି । ବିଶାଖା ନାମକ ଘରୋଇ ବସଟି ଫୁଲବାଣୀରୁ ଭୁବନେଶ୍ୱର ଯାଉଥିବାବେଳେ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

ସୂଚନା ଅନୁସାରେ ବୋଲଗଡ ବ୍ଲକ ୫୭ ନଂ ଜାତୀୟ ରାଜପଥରେ କାର୍-ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା । କାରରେ ସ୍ଵାମୀ ଏବଂ ସ୍ତ୍ରୀ ନୟାଗଡ ପଟୁ ଆସୁଥିବାବେଳେ ବିଶାଖା ନାମକ ଏକ ଯାତ୍ରୀବାହୀ ବସ୍ ଟି ଫୁଲବାଣୀରୁ ଭୁବନେଶ୍ୱର ଯାଉଥିବାବେଳେ କାର୍‌ ଟିକୁ ଧକ୍କା ଦେଇଥିଲା । ସକାଳ ପ୍ରାୟ ୭ଟା ସମୟରେ ଏହି ଦୁର୍ଘଟଣା ଘଟିଛି । କୁହୁଡି ପଡିଥିବା କାରଣରୁ ଏଭଳି ଅଘଟଣ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ଜଣାପଡିନାହିଁ । ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖି ଛି। କାର ଭିତରୁ ଦମ୍ପତିଙ୍କୁ ବାହାର କରିବାକୁ ଚେଷ୍ଟା କରାଯାଉଛି ।

Leave a Comment

Your email address will not be published. Required fields are marked *