ଚାକିରି ନକରି ମଧ୍ୟ ଘରେ ବସି ଟଙ୍କା ରୋଜଗାର କରି ପାରିବେ- ଜାଣନ୍ତୁ କେମିତି

ଟଙ୍କା ଆମ ଜୀବନର ଏକ ମହତ୍ଵ ପୂର୍ଣ୍ଣ ଅଙ୍ଗ, ବିନା ଟଙ୍କାରେ ଘରୁ ବାହାରିବା ଅସମ୍ଭବ । ଏଠି ପାଇଁ ଚାକିରି ନିହାତି ଆବଶ୍ୟକ କିନ୍ତୁ କିଛି ଲୋକ ଚାକିରି କରିବାକୁ ପସନ୍ଦ କରୁନାହାନ୍ତି । ଏମିତି କିଛି ଲୋକ ମଧ୍ୟ ଘରେ ବିଭିନ୍ନ କାମ କରି ଅନେକ ଟଙ୍କା ରୋଜଗାର କରୁଛନ୍ତି । ଆଜି ଜାଣିବା ଏମିତି କିଛି ଉପାୟ ଯାହା ସାହାଯ୍ୟରେ ଆପଣ ବିନା ଚାକିରିରେ ଘରେ ବସି ଟଙ୍କା ରୋଜଗାର କରିପାରିବେ ।

ଟିଫିନ ସିଷ୍ଟମ

ଯଦି ଆପଣଙ୍କୁ ରୋଷେଇ ଭଲ ଭାବରେ ଆସୁଛି ତେବେ ଆପଣ ଏହି କଳାକୁ ବୃତ୍ତିରେ ପ୍ରୟୋଗ କରି ରୋଜଗାର କରିପାରିବେ । ଏଥିପାଇଁ ଆପଣ ପାଖରେ ରହୁଥିବା କିଛି ଜଣ ହଷ୍ଟେଲ ପିଲା କିମ୍ବା କିଛି ଅଫିସ କର୍ମଚାରୀଙ୍କ ସାଙ୍ଗରେ କଥାବାର୍ତା ହୋଇ ତାଙ୍କ ପାଇଁ ଖାଇବା ତିଆରି କରି ଦେଇ ପାରିବେ ଓ ଭଲ ରୋଜଗାର କରି ପାରିବେ।

ମ୍ୟୁଚୁଆଲ ଫଣ୍ଡ

 

ଯଦି ଆପଣଙ୍କ ପାଖେ କିଛି ଟଙ୍କା ଅଛି ତେବେ ସେହି ଟଙ୍କାକୁ ବ୍ୟାଙ୍କରେ କିମ୍ବା ମ୍ୟୁଚୁଆଲ ଫଣ୍ଡରେ ଜମା କରି ଘରେ ବସି ବସି ଟଙ୍କା ରୋଜଗାର କରିପାରିବେ।

ଅନଲାଇନ କୋଚିଙ୍ଗ

 

ଆଜିକାଲି ଅନଲାଇନ ପଢାଇବାର ଟ୍ରେଣ୍ଡ ଚାଲିଛି । ଯଦି ଆପଣଙ୍କୁ ପଢାଇବାକୁ ଭଲ ଲାଗେ ତେବେ ଆପଣ କିଛି ଜଣ ଛାତ୍ର ଛତ୍ରୀ ମାନଙ୍କୁ ଅନଲାଇନ କ୍ଲାସ ମାଧ୍ୟମରେ ପଢାଇ ରୋଜଗାର କରି ପାରିବେ । ଏହା ସହ ଆପଣ ପଢାଇବାର ଭିଡ଼ିଓ ତିଆରି କରି ଅନଲାଇନରେ ବିକ୍ରି କରି ମଧ୍ୟ ଭଲ ଅର୍ଥ ଉପାର୍ଜନ କରିପାରିବେ।

ଅନଲାଇନରେ ଲେଖିବା

 

ଯଦି ଆପଣଙ୍କୁ କେଉଁ ବି ଭାଷାରେ ଲେଖିବାକୁ ଭଲ ଲାଗେ ତେବେ ଆପଣ ଆଜିକା ସମୟରେ ଅଧିକ ଟଙ୍କା ରୋଜଗାର କରିପାରିବେ । ଆପଣ ବିଭିନ୍ନ ୱେବସାଇଟି ପାଇଁ କଣ୍ଟେଣ୍ଟ ରାଇଟିଙ୍ଗ, ବ୍ଳଗ, ଅନଲାଇନ ରିଭ୍ୟୁ ଭଳି ଅନେକ ଲେଖା ଲେଖିପାରିବେ।

Leave a Comment

Your email address will not be published. Required fields are marked *