ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ,ବାରମ୍ବାର ସ୍ଥାନୀୟ ପ୍ରଶାସନ ପାଖରେ ଗୁହାରି କଲେ ବି ଫଳ ଶୂନ

ପାଣି ଟୋପେ ପାଇଁ ଏଠାରେ ଚାଲିଛି ପ୍ରତିଯୋଗିତା । ସାଲାଇନ ଡ୍ରପ୍ ପରି ପାଣି ଟ୍ୟାପରୁ ପାଣି ଝରୁଛି  । ଅନ୍ୟପଟେ ମାଟି ତଳେ ଯାଇଥିବା ପାଣି ପାଇପ ନିକଟରେ ଗାତ କରି ଟୋପାଏ ଟୋପାଏ ପାଣି ସଂଗ୍ରହ କରୁଛନ୍ତି ମହିଳା । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ବିଭିନ୍ନ ଗାଁରେ ଏବେ ଠାରୁ ଆରମ୍ଭ ହେଲାଣି ପାନୀୟ ଜଳର ଘୋର ଅଭାବ ।  ଟାଙ୍ଗୀ ବ୍ଲକର କନ୍ତଳବାଇ ଗ୍ରାମ ପଂଚାୟତର କନ୍ତଳବାଇ ବଙ୍ଗାଳି କଲୋନୀ ୱାର୍ଡ ନମ୍ବର ୧ ଓ ୨ର ବାସିନ୍ଦା ପାଣି ପାଇଁ ହେଉଛନ୍ତି ଡହଳ ବିକଳ । ବାରମ୍ବାର ସ୍ଥାନୀୟ ପ୍ରଶାସନ ପାଖରେ ଗୁହାରି କଲେ ମଧ୍ୟ ଫଳ ଶୂନ।

ଜଳ କଷ୍ଟକୁ ସୁଧାରିବା ପାଇଁ ମେଘା ପାଇପ ୱାଟର ପ୍ରକଳ୍ପ ମାଧ୍ୟମରେ ପିଇବା ପାଣି ଯୋଗାଇ ଦେବା ପାଇଁ ଗାଁ ଶେଷ ମୁଣ୍ଡରେ ଏକ ବିରାଟ ଓଭର ହେଡ୍ ଟାଙ୍କି ପାଇଁ କାମ ଆରମ୍ଭ ହୋଇଥିଲା । କିନ୍ତୁ କେଉଁ ଉଦେଶ୍ୟରେ ଏହି କାର୍ଯ୍ୟ ବନ୍ଦ ହୋଇଛି ସେନେଇ କାହା ପାଖରେ କିଛି ଖବର ନାହିଁ। ଏ ସମ୍ପର୍କରେ ଟାଙ୍ଗୀ ଗୋଷ୍ଠୀ ଅଧିକାରୀଙ୍କ ପଚାରିବାରୁ ଲୋକଙ୍କର ଜଳ ସମସ୍ୟାକୁ ଖୁବ ଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି ।

ସମସ୍ୟାକୁ ନେଇ ବାରମ୍ବାର ସ୍ଥାନୀୟ ପ୍ରଶାସନକୁ ଜଣାଇବା ପରେ ବି ଫଳ ଶୂନ। ଏଥର ଜଳ କଷ୍ଟର ସମାଧାନ ନହେଲେ ଗ୍ରାମବାସୀମାନେ ବାଧ୍ୟହୋଇ ସ୍ଥାନୀୟ ପ୍ରଶାସନ ଆଗରେ ଧାରଣା ଦେବେ ବୋଲି କହିଛନ୍ତି ।

Leave a Comment

Your email address will not be published. Required fields are marked *