ନୈନାର ନାଗେନ୍ଦ୍ରନ ତାମିଲନାଡ଼ୁ ବିଜେପିର ନୂଆ ମୁଖ୍ୟ

ନୂଆଦିଲ୍ଲୀ: ନୈନାର ନାଗେନ୍ଦ୍ରନ ତାମିଲନାଡ଼ୁ‌ର ନୂଆ ବିଜେପି ସଭାପତି ହୋଇଛନ୍ତି। ରାଜ୍ୟ ସଭାପତି ପଦ ପାଇଁ ନାଗେନ୍ଦ୍ରନ ଏକମାତ୍ର ବ୍ୟକ୍ତି ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଫଳରେ ନିର୍ଦ୍ବନ୍ଦ୍ବରେ ସେ ତାମିଲନାଡ଼ୁର ନୂଆ ବିଜେପି ମୁଖ୍ୟ ହୋଇଛନ୍ତି। ନାଗେନ୍ଦ୍ରନ ୨୦୦୧ରୁ ୨୦୦୬ ମଧ୍ୟ‌ରେ ଏଆଇଏଡିଏମ୍‌କେ ସରକାରରେ ଜଣେ ମନ୍ତ୍ରୀ ଥିଲେ।  ଜୟଲଳିତାଙ୍କ ନେତୃତ୍ବାଧୀନ ଏଆଇଏଡିଏମ୍‌କେରୁ ସେ କ୍ୟାରିୟର ଆରମ୍ଭ କରିଥିଲେ।

୨୦୦୧ରୁ ୨୦୦୬ ମଧ୍ୟରେ ‌ ଜୟଲଳିତା ମୁଖ୍ୟମନ୍ତ୍ରୀ ଥିବାବେଳେ ନାଗେନ୍ଦ୍ରନ ଜଣେ କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ।  ୨୦୧୭ରେ ସେ ଏଆଇଏଡିଏମ୍‌କେ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।  ୨୦୨୦‌ରେ ସେ ବିଜେପିର ତାମିଲନାଡ଼ୁ ଉପସଭାପତି ହେଲେ। ବିଜେପି ଟିକେଟ‌ରେ ସେ ତିରୁନେଲଭେଲି ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ି ଜିତିଥିଲେ।  ନାଗେନ୍ଦ୍ରନ ବିଜେପିର ନୂଆ ମୁଖ୍ୟ ଭାବେ ନିଯୁକ୍ତ ହେବାପରେ ବିଜେପି ଏବଂ ଏଆଇଏଡିଏମ୍‌କେ ଔପଚାରିକ ଭାବେ ୨୦୨୬ ବିଧାନସଭା ନିର୍ବାଚନ ଏକାଠି ଲଢ଼ିବେ ବୋଲି ଘୋଷଣା କରିଛନ୍ତି।

Leave a Comment

Your email address will not be published. Required fields are marked *