କ୍ଷୀର ଚାହା ଠାରୁ ବହୁ ଗୁଣରେ ଭଲ ହୋଇଥାଏ ନାଲି ଚାହା, ଜାଣନ୍ତୁ ନାଲି ଚାହା ପିଇବାର ଜବରଦସ୍ତ ଫାଇଦା…

ବନ୍ଧୁଗଣ ଚାହା ପିଇବାକୁ ପିଇବାକୁ ପ୍ରାୟ ଅନେକ ଲୋକ ବହୁତ ପସନ୍ଦ କରନ୍ତି । କିଏ କିଏ କ୍ଷୀର ଚାହା ପିଇବାକୁ ଭଲ ପାଏ ତ ଅନ୍ୟ କିଏ ନାଲି ଚାହା ପିଇବାକୁ ଭଲ ପାଇଥାନ୍ତି । ଆଜିକାଲି ବହୁତ ଲୋକ ସ୍ଵାଦ ଓ ସ୍ଵାସ୍ଥକୁ ଦ୍ରୁଷ୍ଟିରେ ରଖି ଗ୍ରୀନ ଟି ପିଇବାରେ ଅଧିକ ରୁଚି ରଖୁଛନ୍ତି । ତେବେ ବନ୍ଧୁଗଣ ଘରେ ଘରେ କିନ୍ତୁ କ୍ଷୀର କିମ୍ବା ନାଲି ଚାହା ହେଉଥିବାର ଆପଣ ମାନେ ନିହାତି ଦେଖିଥିବେ । ତେବେ ଏହି ଦୁଇ ଚାହା ମଧ୍ୟରୁ କେଉଁ ଚାହା ସବୁଠାରୁ ଭଲ ଓ କାହିଁକି ଆସନ୍ତୁ ସେ ସମ୍ପର୍କରେ ଏଠାରେ ଜାଣିବା ।

କ୍ଷୀର ଚାହାର ସ୍ଵାଦ ପ୍ରାୟ ଅନେକ ଲୋକଙ୍କୁ ଭଲ ଲାଗିଥାଏ । ତେଣୁ କ୍ଷୀର ଚାହାର ଚାହିଦା ପ୍ରାୟ ସବୁଠାରେ ଅଧିକ ରହିଥାଏ । ହେଲେ ସବୁବେଳେ କ୍ଷୀର ଚା’ ର ସେବନ ଶରୀର ପାଇଁ କ୍ଷତିକାରକ ହେଇଥାଏ। କ୍ଷୀର ଓ ଚିନିର ମିଶ୍ରଣରେ ତିଆରି ଚା’ ପିଇଲେ ଶରୀରର କ୍ୟାଲସିୟମ ହ୍ରାସ ପାଇଯାଏ ଯାହା ଫଳରେ ଓଜନ ଅଧିକ ବୃଦ୍ଧି ପାଏ। ଏହାକୁ ପିଇଲେ ମଧ୍ୟ କଫ ଜନିତ ସମସ୍ୟାର ସମୁଖୀନ ହେବାକୁ ପଡିଥାଏ ।

2- ନାଲି ଚାହା କିମ୍ବା ଗ୍ରୀନ ଟି ରେ ଥିବା ବିଶେଷ ତତ୍ୱ ପାଇଁ ଆମ ଶରୀରକୁ ଅନେକ ଲାଭ ପହଞ୍ଚାଇଥାଏ । ଆଜିକାଲି ପ୍ରାୟ ସମସ୍ତେ ବଢୁଥିବା ଓଜନକୁ ନେଇ ଅଧିକ ଚିନ୍ତାରେ ଅଛନ୍ତି । ଗ୍ରୀନ ଟି ଏବଂ ନାଲି ଚାହାର ସେବନ ଦ୍ଵାରା ଲୋକେ ନିଜର ମୋଟାପଣକୁ ଧୀରେ ଧୀରେ କମାଇପରିବେ ।

3- ନାଲି ଚାହାରେ ପ୍ରୋବୋଟିକ୍ସ ରହିଥାଏ ତେଣୁ ଶରୀରରେ ଥିବା ରୋଗପ୍ରତିରୋଧକ ଶକ୍ତିକୁ ଆହୁରି ଅଧିକ ସକ୍ରିୟ କରିବାରେ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ତେଣୁ ଏହି ସବୁ ଦୃଷ୍ଟିରୁ ନାଲି ଚାହା ଏବଂ ଗ୍ରୀନ ଟି ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ।

ତେଣୁ କ୍ଷୀର ଚାହା ଅପେକ୍ଷା ନାଲି ଚାହା ପିଇବା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ତେବେ ବନ୍ଧୁଗଣ ଯଦି ଆପଣଙ୍କର ମଧ୍ୟ ଚାହା ପିଇବାର ସଉକ ରହିଅଛି । ତେବେ ଆପଣ ମଧ୍ୟ ନାଲି ଚାହା ପିଇବା ଆଜିଠାରୁ ଆରମ୍ଭ କରିଦିଅନ୍ତୁ ।

Leave a Comment

Your email address will not be published. Required fields are marked *