ଜୀବନଶୈଳୀ

ଏହି ୩ ପ୍ରକାରର ଲୋକଙ୍କୁ ଭୁଲରେ ମଧ୍ୟ ଉଧାର ଦିଅନ୍ତୁ ନାହିଁ ଟଙ୍କା। ଏହାର କାରଣ ବିଦୁର ନୀତିରେ ରହୁଛି ବର୍ଣିତ

ଆପଣ ମହାଭାରତର ମହାତ୍ମା ବିଦୁରଙ୍କ ବିଷୟରେ ନିଶ୍ଚିତ ଭାବରେ ଶୁଣି ଥିବେ। ସେ ତାଙ୍କ ନୀତିରେ ତିନି ପ୍ରକାର ଲୋକଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ଲୋକେ ଟଙ୍କା ଉଧାର ନେଇ କେବେବି ଫେରସ୍ତ କରନ୍ତି ନାହିଁ।

ଭାରତରେ ମହାତ୍ମା ବିଦୁର ଓ ଆଚାର୍ଯ୍ୟ ଚାଣକ୍ୟଙ୍କ ଭଳି ରାଜନୀତିଜ୍ଞ ଥିଲେ। ଯିଏ ସମାଜ, ପରିବାର, ଧନ ସମ୍ବନ୍ଧିତ କିଛି ଏଭଳି ବର୍ଣ୍ଣନା କରିଛନ୍ତି, ଯାହାକୁ ପ୍ରାଚୀନ କାଳରୁ ଏବେକାର ଆଧୁନିକ ଯୁଗରେ ମଧ୍ୟ ଲୋକେ ପାଳନ କରୁଛନ୍ତି। ମହାତ୍ମା ବିଦୁର ହସ୍ତିନାପୁରର ମହାମନ୍ତ୍ରୀ ଥିଲେ। ସେ ମହାଭାରତ ଯୁଦ୍ଧକୁ ଟାଳିବା ପାଇଁ ଅନେକ ପ୍ରୟାସ କରିଥିଲେ ମଧ୍ୟ ଦୁର୍ଯ୍ୟୋଧନ ନିଜ ଜିଦ୍ ବଳରେ କୌରବ ମାନଙ୍କର ବିନାଶର କାରଣ ବନିଲା। ମହାତ୍ମା ବିଦୁର କହିଛନ୍ତି ଏହି ୩ ପ୍ରକାର ଲୋକଙ୍କୁ କେବେବି ଟଙ୍କା ଉଧାର ଦେବା ଉଚିତ ନୁହେଁ। ନଚେତ ଆପଣଙ୍କ ଧନ ବୁଡି ଯାଇପାରେ। ଆସନ୍ତୁ ଜାଣିବା କେଉଁ ପ୍ରକାରର ଲୋକ।

ଦାୟିତ୍ବହୀନ ଥିବା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ :-

ମହାତ୍ମା ବିଦୁର ନିଜ ନୀତିରେ କହିଛନ୍ତି ଯେ ଯେଉଁମାନେ ଦାୟିତ୍ବହୀନ ଓ ସଠିକ ସମୟରେ ଟଙ୍କା ଫେରସ୍ତ କରନ୍ତି ନାହିଁ, ସେମାନଙ୍କୁ କେବେବି ଟଙ୍କା ଉଧାର ଦେବା ଉଚିତ ନୁହେଁ। ଏଭଳି ଲୋକଙ୍କର ସ୍ଵଭାବ ଆରମ୍ଭରୁ ଖରାପ ହୋଇଥାଏ। ଏମାନେ ନିଜ ସମ୍ପର୍କୀୟଙ୍କ ଠାରୁ ଟଙ୍କା ଉଧାର ନେଇ ଆଉ ଫେରସ୍ତ କରି ନଥାନ୍ତି। ଯାହାଦ୍ଵାରା ଏମାନେ ରଖିଥିବା ସମ୍ପର୍କ ମଧ୍ୟ ଖରାପ ହୋଇଥାଏ।

ଭୁଲ କାର୍ଯ୍ୟ କରୁଥିବା ଲୋକଙ୍କୁ ଦିଅନ୍ତୁ ନାହିଁ ଟଙ୍କା :-

ବିଦୁର ନୀତି ଅନୁସାରେ କୁହାଯାଇଛି କି ଯେଉଁମାନେ ଟଙ୍କାକୁ ସଠିକ ସ୍ଥାନରେ ଉପଯୋଗ ନକରି ଭୁଲ କାର୍ଯ୍ୟ ବା ନିଶା ଆଦିର ସେବନ କରିଥାନ୍ତି, ସେମାନଙ୍କୁ କେବେବି ଟଙ୍କା ଉଧାର ଦେବା ଉଚିତ ନୁହେଁ। ଏମାନଙ୍କୁ ଟଙ୍କା ମାଗିବାକୁ ଗଲେ ଏମାନେ ଧମକ ଦେଇଥାନ୍ତି। ତେଣୁ ଏଭଳି ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ।

ଅଳସୁଆ ବ୍ୟକ୍ତି ଠାରୁ ଦୂରେଇ ରୁହନ୍ତୁ :-

ବିଦୁର ତାଙ୍କ ନୀତିରେ କହିଛନ୍ତି, ପ୍ରତ୍ୟେକ ବ୍ୟକ୍ତି ନିଜ କର୍ମ ଅନୁସାରେ ଫଳ ପ୍ରାପ୍ତି କରିଥାଏ। କିନ୍ତୁ ଅଳସୁଆ ବ୍ୟକ୍ତି କୌଣସି ସ୍ଥାନରେ ତିଷ୍ଠି ପାରେ ନାହିଁ। ଏଭଳି ଲୋକ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହୋଇଥାନ୍ତି। ଏଭଳି ଲୋକଙ୍କର ଋଣ ଅଧିକ ହୋଇଥାଏ। ଏମାନେ ଠିକ୍ ସମୟରେ ଋଣ ପରିଶୋଧ କରନ୍ତି ନାହିଁ। କାରଣ ଏମାନେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହୋଇଥାନ୍ତି ଏବଂ ପରିଶ୍ରମ କରିବାକୁ ଏମାନେ ପସନ୍ଦ କରନ୍ତି ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button