Thursday, October 22 2026
Breaking News
କାନାଡାର ଆଲବର୍ଟା ପ୍ରଦେଶରେ ଥିବା ଏକ ସାମରିକ ଘାଟିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ଅନେକ ସୈନିକ ଏବଂ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେବେ ମୃତାହତଙ୍କ ସଠିକ୍ ସଂଖ୍ୟା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସୁଦ୍ଧା ଜଣାପଡ଼ିନାହିଁ । ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କାନାଡାର ଆଲବର୍ଟା ପ୍ରଦେଶର ଏକ ସାମରିକ ଘାଟିରେ ଅଗ୍ନିକାଣ୍ଡକୁ ନେଇ ହଇଚଇ ସୃଷ୍ଟି ହୋଇଛି । କାନାଡାର ପ୍ରତିରକ୍ଷା ମନ୍ତ୍ରୀ ଡେଭିଡ୍ ମ୍ୟାକଗୁଣ୍ଟିଙ୍କ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ଅନେକ ସୈନିକ ଏବଂ ସାଧାରଣ ନାଗରିକଙ୍କ ଜୀବନ ଯାଇଛି । ଏଥିସହ ଅନେକ ଲୋକ ଆହତ ହୋଇଛନ୍ତି । ତେବେ କେତେ ଜଣଙ୍କ ମୃତ୍ୟୁ ହୋଇଛି ଏବଂ କେତେ ଜଣ ଆହତ ହୋଇଛନ୍ତି, ସେନେଇ ସରକାରୀ ଭାବେ ସଠିକ୍ ତଥ୍ୟ ଦିଆଯାଇନାହିଁ । ଘଟଣାର କାରଣ ଜାଣିବା ପାଇଁ ରୟାଲ କାନାଡିଆନ୍ ମାଉଣ୍ଟେଡ୍ ପୁଲିସ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ, ଅଗ୍ନିକାଣ୍ଡ ପରେ ପରିସ୍ଥିତି ଗମ୍ଭୀର ରହିଥିବାରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି । କାନାଡାର ସାମରିକ ବାହିନୀ ସହ ସଂଘୀୟ ସରକାର, ପ୍ରାଦେଶିକ ପ୍ରଶାସନ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷ ମିଳିତ ଭାବେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ନିକଟସ୍ଥ ୱେନରାଇଟ୍ ଅଞ୍ଚଳର ହସ୍ପିଟାଲ ଏବଂ ଅଗ୍ନିଶମ କର୍ମଚାରୀମାନେ ମଧ୍ୟ ସହଯୋଗ କରୁଛନ୍ତି। ଏଥିସହ ସ୍ଥାନୀୟ ପ୍ରଶାସନର ସୂଚନା ଅନୁଯାୟୀ, ନିଆଁ ସାମରିକ ଘାଟିର ସୀମା ବାହାରକୁ ମଧ୍ୟ ବ୍ୟାପିଯାଇଥିଲା । ପ୍ରବଳ ପବନ ଯୋଗୁଁ ନିଆଁ ଦ୍ରୁତ ଗତିରେ ବ୍ୟାପିଥିଲା । ତେବେ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମରେ ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଥିବା ସୂଚନା ମିଳିଛି । ଏହି ଦୁଃଖଦ ଘଟଣାକୁ ନେଇ କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ସୋସିଆଲ ମିଡିଆରେ ପ୍ରଭାବିତ ପରିବାର ଏବଂ ଲୋକଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ସେହିପରି ଆଲବର୍ଟାର ମୁଖ୍ୟମନ୍ତ୍ରୀ ଡାନିଏଲ୍ ସ୍ମିଥ୍ ଏହି ଅଗ୍ନିକାଣ୍ଡକୁ ଗମ୍ଭୀର ଏବଂ ଦୁଃଖଦ ଘଟଣା ବୋଲି କହିଛନ୍ତି । ଏଥିରେ ଅନେକ ସାମରିକ କର୍ମଚାରୀ ପ୍ରଭାବିତ ହୋଇଥିବା ସେ ଉଲ୍ଲେଖ କରିଛନ୍ତି । ସାମରିକ ଘାଟିରେ ଏଭଳି ଭୟଙ୍କର ଅଗ୍ନିକାଣ୍ଡ ପରେ ଘଟଣାର ପ୍ରକୃତ କାରଣ ଏବଂ ମୃତାହତଙ୍କ ସଠିକ୍ ସଂଖ୍ୟା ଜାଣିବାକୁ ତଦନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି ।
Fire In Alberta: ଆଲବର୍ଟାର ସାମରିକ ଘାଟିରେ ଅଗ୍ନିକାଣ୍ଡ ଆତଙ୍କ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
Shivaji Satam: ନାନା ପାଟେକରଙ୍କୁ ମନେ ପକାଇ ଭାବବିହ୍ୱଳ ହେଲେ ACP ପ୍ରଦ୍ୟୁମ୍ନ, କହିଲେ ୪୦ ବର୍ଷର ବନ୍ଧୁତାର କାହାଣୀ
Sonth Water: ଔଷଧୀୟ ଗୁଣରେ ଭରପୁର ସୁଣ୍ଠି ପାଣି, ଶୋଇବା ପୂର୍ବରୁ ପିଅନ୍ତୁ ଏହି ପାଣି ଅନେକ ସମସ୍ୟା କରିବ ଦୂର
Horoscope: ଆଜିର ଦିନ କେଉଁ ରାଶି ଲୋକଙ୍କ ପାଇଁ ଅତ୍ୟନ୍ତ ଖୁସି ଆଣିବ, ଜାଣନ୍ତୁ ଆପଣଙ୍କ ରାଶିଫଳ
Ind vs WI T20 Series : ଭାରତ-ୱେଷ୍ଟଇଣ୍ଡିଜ୍ ଟି-୨୦ ସିରିଜରେ ଛକା ବର୍ଷା, ୧୦୫ ଛକା ମାରି ଭାଙ୍ଗିଲା ରେକର୍ଡ
Achar Dangerous: ଆଚାର ଖାଇଲେ ହେବ ଏହି ମାରାତ୍ମକ ରୋଗ, ରୁହନ୍ତୁ ସତର୍କ
Ranbir Kapoor in Durga Puja : ଦୁର୍ଗାପୂଜା ପେଣ୍ଡାଲରେ ପହଞ୍ଚିଲେ ରଣବୀର କପୁର, ମା’ଙ୍କ ଆଶୀର୍ବାଦ ନେଇ ଗାଇଲେ ଗୀତ
Arrest By Vigilance : ୬୬ ଲକ୍ଷ ଟଙ୍କାର ହେରଫେର ଅଭିଯୋଗ, ବରିଷ୍ଠ କିରାଣୀ ଏବଂ ଦୁଇ ସହଯୋଗୀ ଗିରଫ
Maharashtra Accident: କାର୍ ଓ ST ବସ୍ ମଧ୍ୟରେ ଭୟଙ୍କର ଧକ୍କା, ଚାଲିଗଲା ୫ ଜଣଙ୍କ ଜୀବନ
Sidebar
Random Article
Log In
Instagram
YouTube
Twitter
Facebook
Menu
Search for
Home
Epaper
ଓଡିଶା
ଦେଶ ବିଦେଶ
ରାଜନୀତି
ମନୋରଞ୍ଜନ
କରୋନା
ବ୍ୟବସାୟ
କ୍ରୀଡା
ଜୀବନଶୈଳୀ
ଧର୍ମ
ସ୍ୱାସ୍ଥ୍ୟ
କ୍ରାଇମ
ବିଜ୍ଞାନ
ବିଚାର
ଶିକ୍ଷା
ନୀତି
ରାଶିଫଳ
ସିଧା ପ୍ରସାରଣ
About Us
Contact Us
Search for
Random Article
Home
/
Epaper
Epaper
Back to top button
Close
Search for
Close
Log In
Forget?
Remember me
Log In