ନୀତି

Chanakya Niti;- ଜୀବନର ଖରାପ ସମୟରେ ପ୍ରକୃତ ବନ୍ଧୁ ହେଉଛି ଧନ, ଏହାକୁ ସଞ୍ଚୟ କରିବାର ସଠିକ ତରିକା ଏବେ ହିଁ ଜାଣି ରଖନ୍ତୁ…

ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ସବୁ ଜିନିଷ ବିଷୟରେ ବହୁତ ଗଭୀରତାର ସହ ଅଧ୍ୟୟନ କରି ଲେଖିଛନ୍ତି, ଯାହା ଲୋକଙ୍କୁ ବହୁତ ପ୍ରଭାବିତ କରିଥାଏ । ଚାଣକ୍ୟଙ୍କ କହିବା ଅନୁଯାଇ ସଙ୍କଟ ସମୟରେ ଯେତେବେଳେ ସବୁ ଜିନିଷ ସାଥ ଛାଡିଥାଏ ସେତେବେଳେ ବ୍ୟକ୍ତି ଜୀବନରେ କେବଳ ଗୋଟେ ଜିନିଷ ତାର ସାଥ୍ ଦେଇଥାଏ । ଚାଣକ୍ୟ କହିବା ଅନୁଯାଇ ସଙ୍କଟ ସମୟରେ ନିଜର ଓ ପର ଲୋକଙ୍କୁ ଚିହ୍ନଟ କରିହୋଇଥାଏ ।

ଜୀବନରେ ଦୁଃଖ ସୁଖ ଆସିବା ଯିବା ହେଉଥାଏ । ସେଥିପାଇଁ ସେହି ଲୋକ ସଫଳତା ପ୍ରାପ୍ତ କରିଥାଏ ଯିଏ ସଙ୍କଟ ସମୟରେ ନିଜର ଧର୍ଯ୍ୟ ହରାଇ ନଥାଏ । ଚାଣକ୍ୟ କହିଛନ୍ତି ସଙ୍କଟ ସମୟରେ ଧନ ପ୍ରକୃତ ମିତ୍ରର ଭୂମିକା ନିଭାଇ ଥାଏ । ସେଥିପାଇଁ ଲୋକକୁ ଧନର ମୂଲ୍ୟ ବୁଝିବା ଉଚିତ ଅଟେ ଏବଂ ଏହାର ସଞ୍ଚୟ କରିବା ବହୁତ ଆବଶ୍ୟକ ଅଟେ ।

ଲୋକଙ୍କୁ ବିନା କାରଣରେ ଧନ ଖର୍ଚ କରିବା ଉଚିତ ନୁହ- ଲୋକଙ୍କୁ ଧନ ଖର୍ଚ କରିବା ସମୟରେ ବହୁତ ସତର୍କ ରହିବା ଉଚିତ । ଧନକୁ ଗୋଟେ ସାଧନ ରୂପରେ ପ୍ରୟୋଗ କରିବା ଉଚିତ ଅଟେ, ସାଧନା ଲୋକଙ୍କୁ ଆହୁରି ଭଲ କରିଥାଏ, ସେଥିପାଇଁ ଏହାର ପ୍ରୟୋଗ ବହୁତ ଭାବି ଚିନ୍ତି କରିବା ଉଚିତ, ଅନାବଶ୍ୟକ ଧନ ଖର୍ଚ କରିବା ଉଚିତ ନୁହେଁ । ଯେତେବେଳେ ଦରକାର ପଡିଥାଏ ସେହି ସମୟରେ ଉପଯୋଗ କରିବା ଉଚିତ ଅଟେ ।

ଧନ ସଞ୍ଚୟ କରିବା ଉଚିତ ଅଟେ- ଧନ ବଞ୍ଚାଇବା ଆବଶ୍ୟକ ଅଟେ । କାରଣ ଲୋକଙ୍କୁ ସବୁବେଳେ ଧନ ସଞ୍ଚୟ କରିବାର ବିଚାର କରିବା ଦରକାର ଅଟେ । ଯେଉଁ ଲୋକ ଧନ ସଞ୍ଚୟ କରିଥାଏ ତାଙ୍କୁ ଖରାପ ସମୟରେ ମଧ୍ୟ ଅସୁବିଧା ହୋଇ ନଥାଏ । ଖରାପ ସମୟରେ ଧନ ପ୍ରକୃତ ମିତ୍ର ହୋଇଥାଏ । ସେଥିପାଇଁ ଭବିଷ୍ୟତ ପାଇଁ ଧନ ସଞ୍ଚୟ କରିବା ବହୁତ ଆବଶ୍ୟକ ଅଟେ ।
ଧନର ଅହଂକାର କରିବା ଉଚିତ ନୁହଁ- ଲୋକଙ୍କୁ ନିଜ ଧନ ସମ୍ପତ୍ତିର ଅହଂକାର କରିବା ଉଚିତ ନୁହେଁ । ଲୋକଙ୍କୁ ନିଜ ଆବଶ୍ୟକତା ଅନୁଯାଇ ଧନ ବ୍ୟବହାର କରିବା ଉଚିତ ଅଟେ । ଧନ ଉପଯୋଗ କାହାକୁ କଷ୍ଟ ଦେବା ପାଇଁ ବା କାହାକୁ ଛୋଟ ଦେଖେଇବା ପାଇଁ କରିବା ଉଚିତ ନୁହେଁ, ଏମିତି କଲେ ମାତା ଲକ୍ଷ୍ମୀ ରାଗିଥାନ୍ତି ଏବଂ ସଙ୍କଟ ସମୟରେ ଧନ ମଧ୍ୟ ଆପଣଙ୍କ ପାଖରେ ରୁହେ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button