ଜୀବନଶୈଳୀ

କଣ ଚା ପିଇବା ବେଳେ ଆପଣ ମଧ୍ୟ କରନ୍ତି ଏହି ଭୁଲ ତେବେ ହୋଇ ଯାନ୍ତୁ ସତର୍କ

ଆପଣଙ୍କର ସକାଳ ଚା କପ ସହ ହୋଇଥାଏ, ଏହା ଛଡା ବହୁତ ଲୋକଙ୍କୁ ଅନ୍ୟ ସମୟ ରେ ମଧ୍ୟ ଚା ପିଇବା ଅଭ୍ୟାସ ଥାଏ । ଚା ପିଇବା ପସନ୍ଦ କରିବା ସଠିକ ଅଟେ କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଚା ପିଇବା ସଠିକ ଉପାୟ କଣ ? ଭାରତର ପ୍ରାୟତଃ ଘରେ ଚା ହୋଇଥାଏ ଓ ଲୋକ ଏହା ବିନା ସକାଳେ ଉଠନ୍ତି ନାହିଁ । ପ୍ରତିଦିନ ୩-୪ ଥର ଚା ପିଇବା ସାମାନ୍ୟ କଥା ଅଟେ ।

କିନ୍ତୁ ଏହା ଧ୍ୟାନ ରଖିବା ଉଚିତ ଯେ ୨-୩ କପ ଚା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଖତରା ନୁହଁ ତ ।

ଚା ପିଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ ଏବଂ ୨-୩ ଥର ଗୋଟେ ଦିନରେ ଚା ପିଇବା ଆପଣଙ୍କ ଦେହ ଖରାପ କରିପାରେ ଓ ବିଶେଷ କରି ସେତେବେଳେ ଯେତେବେଳେ ଆପଣ ଚା ବାହାରେ ପିୟାନ୍ତି ଯେମିତିକି ବସ ଷ୍ଟାଣ୍ଡ ରେ ବା ରେଲୱେ ଷ୍ଟେସନ ରେ ବା ଅନ୍ୟ ଜାଗା ରେ ଓ ତାହା ମଧ୍ୟ ପ୍ଲାଷ୍ଟିକ କପ ରେ । ତେବେ ପ୍ଲାଷ୍ଟିକ କପ ଆପଣଙ୍କ ପାଇଁ କେତେ ହାନିକାରକ ତାହା ଆପଣ ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ କହିବୁ ଯେ ପ୍ଲାଷ୍ଟିକ କପ ରେ ଚା ପିଇବା କେତେ ଭୟଙ୍କର ଅଟେ ।

ଏମ୍ସ ଡକ୍ଟର କହିଛନ୍ତି ଯେ ପ୍ଲାଷ୍ଟିକ କପ ଦ୍ଵାରା ବହୁତ ଖତର୍ନାକ ରୋଗ ହୋଇଥାଏ, ଆପଣଙ୍କ ମଧ୍ୟରୁ ବହୁତ ଲୋକ ଏମିତି ଅଛନ୍ତି ଯିଏ ଏହି କଥା ଜାଣିଛନ୍ତି ଯେ ପ୍ଲାଷ୍ଟିକ ଏମିତି ଗୋଟେ ପଦାର୍ଥ ଯାହା କେବେ ସମାପ୍ତ ହୁଏ ନାହିଁ, ଯାହାକୁ ବାରମ୍ବାର ରିସାଇକଲ କରା ଯାଏ ଓ ନୂଆ ରୂପ ଦିଆ ଯାଏ । ପ୍ଲାଷ୍ଟିକ ଖରାପ ଗୁଣ ପାଇଁ ବହୁତ ପ୍ରକାର ଭୟଙ୍କର ରୋଗ ହୋଇଥାଏ, ଯେତେବେଳେ ବି କୌଣସି ଗରମ ଜିନିଷ ପ୍ଲାଷ୍ଟିକ ରେ ରଖା ଯାଏ ପ୍ଲାଷ୍ଟିକ ଜିନିଷ ଅଲଗା ପ୍ରକାର ରାସାୟନ ପଦାର୍ଥ ସେହି ଜିନିଷ ରେ ମିଶେଇ ଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଖରାପ ଅଟେ ।

ଏହି ରାସାୟନ ପଦାର୍ଥ ଗରମ ହାବାରୁ ବାହାରି ଥାଏ ସେଥିପାଇଁ କେବେ ବି ଗରମ ଜିନିଷ ପ୍ଲାଷ୍ଟିକ ରେ ରଖି ଖାନ୍ତୁ ବା ପିଅନ୍ତୁ ନାହିଁ । ଏହି ରାସାୟନ ଆମ ଶରୀର ପାଇଁ ଏତେ ଖରାପ ହୋଇଥାଏ ଯେ ଏହା ଦ୍ଵାରା ଆମକୁ କ୍ୟାନ୍ସର ମଧ୍ୟ ହୋଇପାରେ ଚା ରେ କେଫିନ ଥାଏ ସେଥିପାଇଁ ଏହା ସହ ତୁଳସୀ ମିଶେଇଲେ ଏହା ଔଷଧୀୟ ଗୁଣ ଛାଡି ନଥାଏ ଏହା କେଫିନ ଦ୍ଵାରା ଖରାପ ହୋଇ ଯାଏ ସେଥିପାଇଁ ଚା କମ ପିଇବା ପାଇଁ ଚେଷ୍ଟା କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button