ଥାଇରଏଡ ରୋଗୀଙ୍କ ପାଇଁ ବିଷ ଭଳି କାମ କରିଥାଏ ଏହିସବୁ ଖାଦ୍ଯ, ଆଜି ହିଁ ଖାଇବା ବନ୍ଦ କରନ୍ତୁ ନଚେତ ହୋଇପାରେ ଏହି ସମସ୍ଯା
ଥାଇରଏଡ ସମସ୍ଯା ସାଧାରଣତଃ ଦୁଇ ପ୍ରକାରର ହୋଇଥାଏ ଯଥା:- ହାଇପୋଥାଇରଡିଜିମ ଓ ହାଇପରଥାଇରଡିଜିମ । ଆମ ଗଳାରେ ଥିବା ଥାଇରଏଡ ଗ୍ରନ୍ଥି ଦୁର୍ବଳ ହୋଇଗଲେ ହାଇପୋଥାଇରଡିଜିମ ସମସ୍ଯା ଦେଖା ଦେଇଥାଏ । ତେଣୁ ଏହି ସମସ୍ଯା ଥିଲେ କିଛି ଖାଦ୍ଯ ଖାଇବା ଉଚିତ ନୁହେଁ । କାରଣ ଏହା ଆମ ଥାଇରଏଡ ସମସ୍ଯାଙ୍କୁ ଗୁରୁତର କରିଥାଏ । ତେବେ ଚାଲନ୍ତୁ ଜାଣିବା ଥାଇରଏଡ ଭଳି ସମସ୍ଯା ଥିଲେ କେଉଁ ସବୁ ଖାଦ୍ୟ ସେବନ କରିବା ଠାରୁ ଦୂରେଇ ରହିବା ଉଚିତ ।
ପ୍ରଥମରେ ହେଉଛି ସୋୟାବିନ ଏବଂ ସୋୟାବିନ ତେଲ । ଏହା ଥାଇରଏଡ ରୋଗୀଙ୍କ ପାଇଁ ସବୁଠୁ ବଡ ଶତ୍ରୁ ହୋଇଥାଏ । ସାଧାରଣ ଲୋକ ମଧ୍ୟ ପ୍ରତିଦିନ ସୋୟାବିନ ସେବନ କରିବା ଦ୍ଵାରା ତାଙ୍କ ଶରୀରରେ ମଧ୍ୟ ଥାଇରଏଡ ହରମୋନର ଅଭାବ ଦେଖା ଦେଇଥାଏ । ଖାଦ୍ଯରେ ସୋୟାବିନ ତେଲ ବଦଳରେ ନଡିଆ ତେଲ କିମ୍ବା ସୋରିଷ ତେଲର ବ୍ୟବହାର କରନ୍ତୁ । ଏହା ବ୍ଯତୀତ ସୋୟା ପନୀର ଏବଂ ସୋୟା ସସ୍ ଆଦୀରୁ ମଧ୍ୟ ଦୂରେଇ ରୁହନ୍ତୁ ।
ଦ୍ବିତୀୟରେ ଥାଇରଏଡ ଥିବା ରୋଗୀମାନେ ଗ୍ଲୁଟେନ ଜାତୀୟ ଖାଦ୍ଯ ଠାରୁ ଦୂରେଇ ରହିବା ଉଚିତ । ଗ୍ଲୁଟେନ ଅର୍ଥାତ ମଇଦାରେ ତିଆରି ଖାଦ୍ଯ ଯେପରିକି ପାଓ, ବ୍ରେଡ, ଡବଲ ରୁଟି ଓ ଅନ୍ଯାନ୍ଯ ମଇଦା ତିଆରି ଖାଦ୍ଯ । ଏଗୁଡିକରେ ପ୍ରଚୁର ପରିମାଣରେ ଗ୍ଲୁଟେନ ରହିଥାଏ । ଏହି ଖାଦ୍ଯ ଶୀଘ୍ର ହଜମ ହୋଇ ନଥାଏ ଓ ଆମ ଶରୀରରେ ପୋଷକତତ୍ତ୍ଵର ଅଭାବ ହୋଇଥାଏ ।
ଥାଇରଏଡ ରୋଗୀମାନେ ବନ୍ଧାକୋବି, ଫୁଲକୋବି, ବ୍ରୋକୋଲି ଏବଂ ସୋରିଷ ପରି ସାଲାଇଭାଧାରୀ ପନିପରିବା ଠାରୁ ଦୂରେଇ ରହିବା ଉଚିତ । ଏହା ଶରୀରରେ ଆୟୋଡିନର ମାତ୍ର କମ କରି ଦେଇଥାଏ । ଆୟୋଡିନ ଅଭାବରେ ମଧ୍ୟ ଅନେକଙ୍କୁ ଥାଇରଏଡ ସମସ୍ଯା ଦେଖା ଦେଇଥାଏ । ତେଣୁ ଥାଇରଏଡ ରୋଗୀମାନେ ଏହି ସବୁ ପରିବା ଠାରୁ ଦୂରେଇ ରହିବା ଉଚିତ । ଚିନି ଏପରି ଏକ ଖାଦ୍ଯ ଯାହା ଆମ ଶରୀରକୁ କୌଣସି ପୋଷକତତ୍ତ୍ଵ ଯୋଗାଇ ନଥାଏ ।
ଥାଇରଏଡ ସମସ୍ଯା ଥିଲେ ଶରୀରର ମେଟାବୋଲିଜିମ ହ୍ରାସ ପାଇଥାଏ ଯାହାଫଳରେ ଶୀଘ୍ର ଓଜନ ବଢିଥାଏ । ତେଣୁ ଥାଇରଏଡ ସମସ୍ଯା ଥିଲେ ଚିନି ଏବଂ ଚିନିରୁ ତିଆରି ସମସ୍ତ ଖାଦ୍ଯ ଠାରୁ ଦୂରେଇ ରହିବା ଉଚିତ । ସେହିପରି ଥାଇରଏଡ ସମସ୍ଯା ଥିଲେ ତେଲଛଣା ଖାଦ୍ଯ, ଚର୍ବିଯୁକ୍ତ ଓ ପ୍ରୋସେସଡ୍ ବା ପ୍ଯାକେଟରେ ମିଳୁଥିବା ସମସ୍ତ ଖାଦ୍ଯ ଠାରୁ ଦୂରେଇ ରହିବା ଉଚିତ ।
ଏହିସବୁ ଜିନିଷ ସେବନ ଦ୍ଵାରା ମୋଟାପନ ବୃଦ୍ଧି ପାଇଥାଏ ଓ ଆମ ଶରୀରରେ ଥାଇରଏଡ ହରମୋନର ଅବଶୋଷଣ ହ୍ରାସ ହୋଇଥାଏ । ଯଦି ଆପଣ ଥାଇରଏଡ ପାଇଁ ଔଷଧ ସେବନ କରୁଛନ୍ତି ତେବେ ଚାହା ଓ କଫି ଭଳି କାଫେଇନ ଯୁକ୍ତ ଖାଦ୍ଯ ଠାରୁ ଦୂରେଇ ରୁହନ୍ତୁ । କାରଣ ଏସବୁର ପ୍ରଭାବରେ ଔଷଧ ଭଲଭାବେ କାର୍ଯ୍ୟ କରେନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର ଲରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।