ରାଜନୀତି

ବରିଷ୍ଠ ନେତାଙ୍କୁ ପଦରୁ ହଟାଇବା ଉଚିତ ନୁହେଁ : ତାରାବାହିନୀ ପତି – Utkal Mail


ବିଜେଡିରେ ବହୁ ବରିଷ୍ଠ ନେତା ଓ ବିଧାୟକ ଅଣନିଃଶ୍ୱାସୀ ହୋଇଗଲେଣି: ବିଜେପି

ଭୁବନେଶ୍ବର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳ ଉପସଭାପତି ପଦରୁ ହଟାଇବା ନେଇ ରାଜ୍ୟର ରାଜ‌ନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି। ସୌମ୍ୟଙ୍କ ଉପରେ ବିଜେଡିର କାର୍ଯ୍ୟାନୁଷ୍ଠାନ ନେଇ ବିରୋଧୀ ଦଳର ନେତାମାନେ ଘେରିଛନ୍ତି। ବିଜେଡିକୁ ସମାଲୋଚନା କରିବା ସହ ସୌମ୍ୟଙ୍କ ସପକ୍ଷରେ ବାହାରିଛନ୍ତି।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ବରିଷ୍ଠ ନେତାଙ୍କୁ ପଦରୁ କାଢ଼ିବା ଠିକ୍ ନୁହେଁ। ସୌମ୍ୟଙ୍କ ଖବର କାଗଜରେ ପ୍ରକାଶିତ ଲେଖାକୁ ନେଇ ଦଳ ଏତେ ପ୍ରତିକ୍ରିୟାଶୀଳ ହେବା ଠିକ୍ ନୁହେଁ। ଶ୍ରୀ ବାହିନୀପତି କହିଛନ୍ତି ଯେ, ସୌମ୍ୟଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକି ଏବାବଦରେ ଆଲୋଚନା କରି ସମାଧାନ କରିଥିଲେ ଠିକ୍ ହୋଇଥାନ୍ତା। ଗଣତନ୍ତ୍ରକୁ ହତ୍ୟା କରିବାର ନଥିଲା। ସୌମ୍ୟବାବୁଙ୍କୁ ଅପମାନ ହୋଇଛି ସତ। କିନ୍ତୁ କିଛି ଫରକ୍ ପଡ଼ିବନି। ମୁଁ ତାଙ୍କୁ ଅଭିନନ୍ଦନ ଜଣାଇଛି। ସେ ସ୍ଵାଭାବିକ କଥାବାର୍ତ୍ତା ତ କରୁଥିଲେ। କ’ଣ ପାଇଁ ଏମିତି ହେଲା? ସୌମ୍ୟବାବୁ କଣ କରୁଥିଲେ, କଣ ନାହିଁ ଦଳ ବୁଝିବାର ଥିଲା। ତାଙ୍କ ଦଳରେ କନ୍ଦଳ ଦେଖାଯାଇଛି। ବିସ୍ଫୋରଣ ହୋଇଛି। ଆଗକୁ ଆହୁରି ବଡ଼ଧରଣର ହେବ। କଂଗ୍ରେସକୁ ଆସିବେ କି ନାହିଁ ପ୍ରଭାରୀ ଚେଲା କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକ ଜାଣିବେ।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ବିଜେଡିରେ ବହୁ ବରିଷ୍ଠ ନେତା ଏବଂ ବରିଷ୍ଠ ବିଧାୟକମାନେ ଅଣନିଶ୍ୱାସ ହୋଇଗଲେଣି। ସେପଟେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଦଳରେ ରହି ମଧ୍ୟ ସତ୍ୟ କଥା କହୁଛନ୍ତି। ସେତିକି ନୁହଁ, ବହୁ ନେତାଙ୍କୁ ବିଜେଡି ବାହାର କରିଛି। ବିଜେଡି ବିଧାୟକ ବିଜେପି ସଂସ୍ପର୍ଶରେ ଅଛନ୍ତି। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକ କିଏ ଦିଶୁନାହାନ୍ତି। ଓଡ଼ିଶାରେ ବିଚିତ୍ର ସ୍ଥିତି ତିଆରି ହୋଇଛି। ଦୁର୍ନୀତି, ଭ୍ରଷ୍ଟାଚାରକୁ ବିରୋଧ କରି ରାଜ୍ୟରେ ଆଗକୁ ବିଜେପି ସରକାର କରିବାକୁ, ଲୋକେ ନିଷ୍ପତ୍ତି ନେଇ ସାରିଛନ୍ତି ବୋଲି ମନମୋହନ କହିଛନ୍ତି। ଅନେକ ବରିଷ୍ଠ ନେତା ବିଜେଡିରେ ନାହାନ୍ତି। ଗଞ୍ଜାମ ଜିଲ୍ଲାକୁ କେନ୍ଦ୍ର ସରକାରଙ୍କ ବହୁ ଅନୁଦାନ ଆସିଛି। କିନ୍ତୁ ଏଠାରେ ବିକାଶ ହୋଇନି। ଲୋକଙ୍କ ସମସ୍ୟା ସମାଧାନ ହୋଇନି। ଆଜି ବି ଗଞ୍ଜାମ ଜିଲ୍ଲାରେ ଆବାସ ଯୋଜନା ସଠିକ କାର୍ଯ୍ୟକାରୀ ହେଉନି। ୫ଟି ସଚିବଙ୍କ ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲାରେ ବହୁ ପରିମାଣରେ ଅଭିଯୋଗ ଆସୁଥିବା ଘଟଣାକୁ ନେଇ ସମାଲୋଚନା କରି ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ୨୦୧୯ ଫନି ବାତ୍ୟାର କ୍ଷୟକ୍ଷତି ମିଳିନି କହି କଟାକ୍ଷ କରିଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button