ଜୀବନଶୈଳୀ

ଜୀବନ ନେଇପାରେ ଶାରୀରିକ ସମ୍ପର୍କ ରଖିବାର ଏହି ନୂଆ ଟ୍ରେଣ୍ଡ, ଜାଣନ୍ତୁ ଏ ଭୟଙ୍କର ଟେକ୍ନିକ୍‌ ବିଷୟରେ

ଲୋକମାନେ ନିଜ ସେକ୍ସ ଲାଇଫ୍‌କୁ ଅଧିକ ରୋମାଞ୍ଚକ ଓ ମଜାଦାର କରିବା ପାଇଁ ବିଭିନ୍ନ ପ୍ରକାର ପନ୍ଥା ଆପଣାଉଥିବା ଦେଖିବାକୁ ମିଳୁଛି। କିଏ ସମ୍ଭୋଗ ବେଳେ ପୋଜିସନ୍‌କୁ ବଦଳାଉଛି ତ ଆଉ କିଏ ଅଧିକ ସମୟ ଧରି ଭଲ ପାଇବାର ଏହି ନିଆରା ଅନୁଭୂତିକୁ ଅନୁଭବ କରିବା ପାଇଁ ବିଭିନ୍ନ ପ୍ରକାରର ମେଡସିନ୍‌ ବ୍ୟବହାର କରୁଛି। ତେବେ ଗତ କିଛି ବର୍ଷ ହେବ ଅନେକ ଗୁଡ଼ିଏ ଉପାୟ ଶାରୀରିକ ସମ୍ପର୍କ ବେଳେ ଟ୍ରେଣ୍ଡ୍‌ ପାଲଟିଛି। ସେଥିମଧ୍ୟରୁ ଗୋଟିଏ ଉପାୟ ଜୀବନ ପ୍ରତି ବିପଦ ମଧ୍ୟ ଆଣିପାରେ। ଏହାର ନାଁ ହେଉଛି ଇଲେକ୍ଟ୍ରୋସେକ୍ସ। ଏହାକୁ ଏରୋଟିକ୍ସ ଇଲେକ୍ଟ୍ରୋଷ୍ଟିମ୍ୟୁଲେସନ୍‌ କିମ୍ବା ଇଲେକ୍ଟ୍ରୋ ପ୍ଲେ ମଧ୍ୟ କୁହାଯାଏ। ଏହି ପ୍ରକ୍ରିୟାରେ ଦମ୍ପତି ଇଲେକ୍ଟ୍ରିସିଟି ବା କରେଣ୍ଟକୁ ଫୁଙ୍ଗୁଳା ଶରୀରରେ ଶାରୀରିକ ସମ୍ପର୍କ ବେଳେ ବ୍ୟବହାର କରିଥାନ୍ତି।

ବିଦ୍ୟୁତ ଦ୍ୱାରା ପରିଚାଳିତ ଏହା ଏକ ସେକ୍ସ ଡିଭାଇସ୍‌, ଯାହା ମାଧ୍ୟମରେ ଶରୀରର ନର୍ଭସ ସିଷ୍ଟମ୍‌କୁ ଉତ୍ତେଜିତ କରାଯାଏ। ଏହି ଯନ୍ତ୍ରର ମୁଖ୍ୟ ଲକ୍ଷ୍ୟ ହେଉଛି ଶରୀରର ପ୍ରାଇଭେଟ୍‌ ପାର୍ଟକୁ ଉତ୍ତେଜିତ କରିବା। ଏହା ଫଳରେ ଯୌନ ସମ୍ପର୍କ ବେଳେ ଅଧିକ ମଜା ଆସିଥାଏ ଓ ଲୋକମାନେ ଅର୍ଗାଜମ୍‌କୁ ମନ ଭରି ଉପଭୋଗ କରିପାରିଥାନ୍ତି।

ଶାରୀରିକ ସମ୍ପର୍କ ବେଳେ ଏହି ଅଦ୍ଭୁତ ଉପାୟର ବ୍ୟବହାର ପ୍ରାୟ ଅଧିକାଂଶ ପାଶ୍ଚାତ୍ୟ ଦେଶରେ ଟ୍ରେଣ୍ଡ୍‌ରେ ପରିଣତ ହୋଇଛି। ଆମ ଶରୀରର ନର୍ଭସ ସିଷ୍ଟମ୍‌ ଖୁବ୍‌ କମ୍‌ ଇଲେକ୍ଟ୍ରିକାଲ ସିଗ୍‌ନାଲ ମାଧ୍ୟମରେ ପରିଚାଳିତ ହୋଇଥାଏ। ଏହି ଯନ୍ତ୍ର ଆମ ନର୍ଭସ ସିଷ୍ଟମ୍‌କୁ ବାହ୍ୟ ଇଲେକ୍ଟ୍ରିକ୍‌ ଶକ୍ତି ସାହାଯ୍ୟରେ ଅଧିକ ଉତ୍ତେଜିତ କରେ। ଫଳରେ ଶାରୀରିକ ସମ୍ପର୍କ ବେଳେ ଅଧିକ ସନ୍ତୁଷ୍ଟି ମିଳିଥାଏ।

Use of current on nude body

ରିପୋର୍ଟ ମୁତାବକ, ଇଲେକ୍ଟ୍ରୋଷ୍ଟିମ୍ୟୁଲେସନ୍‌ ଡିଭାଇସ୍‌ ପ୍ରାୟ ୧୮୦୦ରୁ ୧୯୨୦ ମସିହା ମଧ୍ୟରେ ବ୍ୟବହାର ହେବା ଆରମ୍ଭ ହୋଇଥିଲା। ସେଥିମଧ୍ୟରୁ କେତେକ ଟେକ୍ନିକ୍‌ ଏବେ ବି ମେଡିକାଲରେ ଚିକିତ୍ସା ପାଇଁ ବ୍ୟବହୃତ ହେଉଛି। କିନ୍ତୁ ଧୀରେ ଧୀରେ ଲୋକମାନେ ଏହି ଟେକ୍ନିକ୍‌ର ବ୍ୟବହାର ଯୌନ ସମ୍ପର୍କ ବେଳେ ମଧ୍ୟ କରିବା ଆରମ୍ଭ କରିଛନ୍ତି। ମାତ୍ର ପୂର୍ବାପେକ୍ଷା ଏହି ଡିଭାଇସ୍‌ ଏବେ ଉନ୍ନତମାନର ହୋଇଗଲାଣି।

Electrostimulation used for decades

ତେବେ ଶରୀରକୁ ଉତ୍ତେଜିତ କରିବା ପାଇଁ ବ୍ୟବହାର କରାଯାଉଥିବା ଏହି ଇଲେକ୍ଟ୍ରୋଷ୍ଟିମ୍ୟୁଲେସନ୍‌ ଡିଭାଇସ୍‌କୁ ଯଦି ଭୁଲ ଉପାୟରେ ବ୍ୟବହାର କରାଯାଏ ତେବେ ତାହା ଜୀବନ ପ୍ରତି ବିପଦ ଆଣିପାରେ। ଶରୀର ମଧ୍ୟକୁ ଅଧିକ ପରିମାଣର ବିଦ୍ୟୁତ ଶକ୍ତି ଗଲେ ଟିସୁ ନଷ୍ଟ ହେବା ଆଶଙ୍କା ରହିଛି। ଏମିତିକି ବ୍ୟକ୍ତିର ମୃତ୍ୟୁ ମଧ୍ୟ ହୋଇପାରେ। ଯଦି ଏହି ଯନ୍ତ୍ର ସିଧାସଳଖ ଚର୍ମ ସଂସ୍ପର୍ଶରେ ଆସେ ତେବେ ତ୍ୱଚା ଜଳିଯିବା ସମ୍ଭାବନା ରହିଛି। ଏଣୁ ଏହାକୁ ବ୍ୟବହାର କରିବା ବେଳେ ସବୁବେଳେ କମ୍‌ ପରିମାଣର ଇଲେକ୍ଟ୍ରିସିଟି ବ୍ୟବହାର କରିବା ଉଚିତ। କମ୍‌ ବିଦ୍ୟୁତ ବ୍ୟବହୃତ ହେଉଥିଲେ ମଧ୍ୟ ଏହି ଯନ୍ତ୍ର ଯୋଗୁ ହୃଦଘାତ ହେବା ଆଶଙ୍କା ରହିଛି। ଏଣୁ ଅତି ଉତ୍ସାହିତ ହୋଇ ଏହି ଯନ୍ତ୍ରକୁ ଆଦୌ ବ୍ୟବହାର ନ କରିବାକୁ ଯୌନ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button