ରାଜନୀତି

ମିନତୀ ବହିଦାର କହିଲେ ‘ନବୀନ ପଟ୍ଟନାୟକ ଓଡିଶାବାସୀଙ୍କ ସହ ଥଟ୍ଟା କରୁଛନ୍ତି, ହେଲେ ଲୋକମାନେ ବୁଝି ପାରୁ ନାହାଁନ୍ତି, କାରଣ…

ନମସ୍କାର ବନ୍ଧୁଗଣ, ମିନତୀ ବହିଦାର ସିଧା ସଳଖ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କହିଛନ୍ତି କିଛି ଏମିତି କଥା ଯାହା ବିଜୁ ଜନତା ଦଳ ପାଇଁ ଏକ ଲଜ୍ୟା ଅଟେ । ନବୀନ ବିଜୁ ଜନତା ଦଳ ପାଇଁ ଉପଯୁକ୍ତ ନୁହନ୍ତି ବରଂ ତାଙ୍କ ବାପା ବିଜୁ ପଟ୍ଟନାୟକ ଉପଯୁକ୍ତ ବୋଲି ସେ କହିଛନ୍ତି । ନବୀନ ବମ୍ବେରୁ ଝିଅଙ୍କୁ ଆଣି ଲ-ଙ୍ଗ-ଳା ନାଚ କାରାଉଥିବା ଭଳି ବଡ କଥା ମଧ୍ୟ କହିଛନ୍ତି ।  ତେବେ ଏଭଳି ଏକ ମନ୍ତବ୍ୟ କାହିଁକି ମିନତୀ ଦେଇଛନ୍ତି ମିଡିଆ ସାମ୍ନାରେ ତାହା ସମ୍ପର୍କରେ ଆସନ୍ତୁ ଜାଣିବା ।

ଆଗରୁ ବିଜୁ ଜନତା ଦଳର ବହୁତ ନାଁ ଥିଲା । ବିଜୁ ବାବୁଙ୍କୁ ଦେଖିଲେ ଲୋକଙ୍କ ମନରେ ଆଗ୍ରହ ଉତ୍କଣ୍ଠା ଭରି ଯାଉଥିଲା । ବିଜୁ ବାବୁଙ୍କ ପାଇଁ ଲୋକଙ୍କ ମନରେ ସ୍ନେହ ମମତା ଭଲ ପାଇବା ଥିଲା । ତାଙ୍କ ଭାଷଣ ଶୁଣିଲେ ଲୋକେ ତାଳି ମା-ରି ଥ-କି ଯାଉଥିଲେ । ତାଙ୍କ ଭାଷଣ ଲୋକଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଉଥିଲା ।

ନାରୀକୁ ନବୀନ ପଟ୍ଟନାୟକ ଯେଉଁ ସମ୍ମାନ ଦେବାର କଥା କହୁଛନ୍ତି ତାହାର କୌଣସି ମୂଲ୍ୟ ନାହିଁ ବୋଲି କହିଛନ୍ତି ମିନତୀ । ତାଙ୍କ କହିବା ଅନୁଯାୟୀ ଯେଉଁ ମନ୍ତ୍ରୀ ବାହାରୁ ଝିଅଙ୍କୁ ଆଣି ହକି ବିଶ୍ଵ କପରେ ଲ-ଙ୍ଗ-ଳା ନାଚ କରାଇବା ସହ ନିଜେ ବସି ତାଳି ମା-ରୁ-ଛି ସେ କି ନେତା କି ନାରୀକୁ ସମ୍ମାନ ଦେଉଛି ଏଥିରୁ ପ୍ରମାଣ ମିଳୁଛି । ମିନତୀ ଏହା ମଧ୍ୟ କହିଛନ୍ତି ନବୀନ ଓଡିଶା ବାସୀଙ୍କର ମଜା ଉଡାଉଛନ୍ତି ।

ଏକ ମନ୍ତ୍ରୀ ହୋଇ ଆଜି ଯାଏ ଭଲରେ ଓଡିଆରେ କଥା କହି ଜାଣିଲେନି ସେ କି ମନ୍ତ୍ରୀ । ଓଲଟ ତାଛଲ୍ୟ କରିବା ଭଳି କହୁଛନ୍ତି ଆପଣ ମାନେ ଖୁସି ତ ଏହା କଣ ଏକ ମନ୍ତ୍ରୀର ପରିଚୟ ଅଟେ । ଗରିବ ଲୋକଙ୍କୁ ଠକୁଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ମିନତୀ କହିଛନ୍ତି ।କେନ୍ଦ୍ର ସରକାର ଠାରୁ ଚାଉଳ ଆଣି ଲୋକଙ୍କୁ ବାଣ୍ଟି ରାଜ୍ୟସରକାର ଦେଉଛି ବୋଲି କହୁଛନ୍ତି ନବୀନ ।

ତେଣୁ ମିନତୀ ବହିଦାର ନବୀନ ପଟ୍ଟନାୟକଙ୍କୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି । ଏବଂ ଅନୁରୋଧ କରିଛନ୍ତି କେନ୍ଦ୍ର ଚାଉଳ ଦେବା ବନ୍ଦ କରିଦେଉ ତେବେ ଯାଇ ପ୍ରକୃତ ସତ ସାମ୍ନାକୁ ଆସିପାରିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button