ମନ୍ଦିର ରେ ଶିବଲିଙ୍ଗ ପାଖରେ ବସିଥିଲେ ବିଶାଳକାୟ ନାଗଦେବତା, ଭିଡିଓ ଦେଖି ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

କରୋନା ଭାଇରସ ଭଳି ଭୟଙ୍କର ରୋଗ ପାଇଁ ପୁରା ଦୁନିଆ ରେ ଲକଡାଉନ ସ୍ଥିତି ଚାଲିଛି, ଲୋକ ନିଜ ନିଜ ଘରେ ବନ୍ଦ ଅଛନ୍ତି ଏବଂ ବନ ପ୍ରାଣି ରାସ୍ତାରେ ବୁଲୁଛନ୍ତି, ଏମିତି ସ୍ଥିତି ରେ ବହୁତ ଏମିତି ଭିଡିଓ ଭାଇରାଲ ହୋଇଛି, ଯାହା ଲକଡାଉନ ପାଇଁ ମାନବ ଜୀବନ ଏବଂ ପରିବେଶ ଉପରେ ନିଜ ପ୍ରଭାବ ଦେଖାଉଅଛି । ତେବେ ଜୀବ ଜନ୍ତୁ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ପାଉଛନ୍ତି, ତେବେ ବର୍ତମାନ ସ୍ଥିତି ଅନୁଯାଇ ପଶୁ ପଖି ଖୋଲା ପବନରେ ନିଶ୍ଵାସ ନଉଛନ୍ତି କିନ୍ତୁ ମାନବ ଘରେ ବନ୍ଦ ରହିବା ପାଇଁ ଅସହାୟ ଅଟେ ।

ଏହି ନାଗ ସାପ ୫ ଫୁଟ ଲମ୍ବା ହୋଇପାରେ :
ଏହି କ୍ରମ ରେ ସୋଶିଅଲ ମିଡିଆ ରେ ଗୋଟେ ଭିଡିଓ ବହୁତ ଭାଇରାଲ ହୋଇଛି, ଏହି ଭିଡିଓ ଦେଖି ଆପଣଙ୍କ ଆଶ୍ଚର୍ଯ୍ୟ ମଧ୍ୟ ବଢି ଯିବ, ଏହି ଭିଡିଓ ରେ ଆପଣ ସ୍ପଷ୍ଟ ଭାବରେ ଏହା ଦେଖିବାକୁ ପାଇବେ ଯେ ଗୋଟେ ମନ୍ଦିରରେ ଶିବ ଭଗବାନଙ୍କ ପ୍ରତିମା ଉପରେ ଗୋଟେ ନାଗ ସାପ ବିରାଜମାନ ଅଛନ୍ତି, ଏହି ନାଗ ସାପ ଦେଖିବାରେ ୫ ଫୁଟ ଲମ୍ବା ଦେଖା ଯାଉଛନ୍ତି । ଏହି ଭିଡିଓକୁ ସ୍ଥାନୀୟ ଲୋକ ନିଜ ମୋବାଇଲ ରେ ରେକର୍ଡ କରିଥିଲେ ।
ଏହି ଭିଡିଓକୁ ସୁଶାନ୍ତ ନନ୍ଦା ଶେୟର କରିଛନ୍ତି :

ଏହି ଭିଡିଓ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ସୋଶିଅଲ ମିଡିଆ ଟ୍ବିଟର ରେ ନିଜ ଏକାଉଣ୍ଟ ଦ୍ଵାରା ଶେୟର କରିଥିଲେ, ଏହାର କ୍ୟାପସନରେ ସେ କହିଥିଲେ ଯେତେବେଳେ ସ୍ଵର୍ଗ ଏବଂ ପୃଥିବୀ ହାତ ମିଶାନ୍ତି ସେତେବେଳେ ଦୁର୍ଲଭ ଜିନିଷ ଦେଖିବାକୁ ମିଳିଥାଏ । ମୋ ଜୀବନ ସବୁଠାରୁ ବଡ ଦିନ ଏହା ଅଟେ, କଣ କେହି ମତେ ଏହା ବୁଝାଇ ପାରେ ଏମିତି କଣ ପାଇଁ ହୁଏ ?
ଭିଡିଓ ୧୧ ହଜାର ଲୋକ ଦେଖି ସାରିଛନ୍ତି :
ସୁଶାନ୍ତ ନନ୍ଦା ଏହି ଭିଡିଓକୁ ବର୍ତମାନ ପର୍ଯ୍ୟନ୍ତ ୧୧ ଲୋକ ଦେଖି ସାରିଛନ୍ତି ଏବଂ ଦୁଇ ହଜାର ଲୋକ ଏହାକୁ ଲାଇକ ମଧ୍ୟ କରିଛନ୍ତି । ୫୦୦ ଠାରୁ ଅଧିକ ଲୋକ ଏହାକୁ ଋଟ୍ବିଟ କରିଛନ୍ତି, ତେବେ ୮୭ ଲୋକ କମେଣ୍ଟ ମଧ୍ୟ କରିଛନ୍ତି, ଯେଉଁତିରେ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।

ପୁଷ୍ପରଣି ଓଁ ନମଃ ଶିବାୟ ଲେଖିଛନ୍ତି :
ଗୋଟେ ୟୁଜର ସତ୍ୟା ଗୋଟେ ଭିଡିଓ ଶେୟର କରିଛନ୍ତି, ତେବେ ଏହି ଭିଡିଓ ରେ ଆପଣ ସ୍ପଷ୍ଟ ଭାବରେ ଦେଖିବାକୁ ପାଇବେ ଯେ ଗୋଟେ ମନ୍ଦିରରେ କିଛି ପଣ୍ଡିତ ମିଶି ଶିବଲିଙ୍ଗ ପୂଜା କରୁଛନ୍ତି ଏବଂ ଶିବଲିଙ୍ଗ ଉପରେ ନାଗଦେବତା ବିରାଜମାନ ଅଛନ୍ତି । ଗୋଟେ ୟୁଜର ପୁଷ୍ପରଣି ଓଁ ନମଃ ଶିବାୟ ଲେଖିଛନ୍ତି, ଅନ୍ୟ ୟୁଜର ହର ହର ମହା ଦେବ ଲେଖିଥିଲେ ।



